Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ମହଙ୍ଗା ପଡିବ ଦଳ ବିରୋଧୀ ମନ୍ତବ୍ୟ – ଜିତେନ୍ଦ୍ର ସିଂ ପ୍ରଦେଶ କଂଗ୍ରେସ ପ୍ରଭାରୀ

16/01/2020 at 4:02 PM

ଭୁବନେଶ୍ୱର ୧୬।୦୧ – ରାଜ୍ୟ କଂଗ୍ରେସରେ ଏବେ ନେତୃତ୍ୱକୁ ନେଇ ଦଳର ବିଭିନ୍ନ ନେତା ବିଭିନ୍ନ ସମୟରେ ଅଲଗା ଅଲଗା ମନ୍ତବ୍‌ୟ ଦେଉଛନ୍ତି। କେବଳ ସେତିକି ନୁହେଁ ନେତୃତ୍ୱ ପରିବର୍ତ୍ତନକୁ ନେଇ ଜୋରଦାର ପ୍ରୟାସ ହେଉଛି । ଗୋଷ୍ଠୀ କନ୍ଦଳ କଥା କୁହାଯାଉଛି । ଏବେ କଂଗ୍ରେସ ଦଳକୁ ଏକ ଜୁଟ୍‌ କରିବା ସହ ତୃଣମୂଳ ସ୍ତରରୁ ସଶକ୍ତ କରବା ପାଇଁ ପ୍ରଦେଶ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସଂ ବିଭିନ୍ନ ଜି୍ଲ୍ଲା ଓ ବ୍ଲକ ଓ୍ୱାରୀ ଗସ୍ତ କରିବେ ବୋଲି କହିଛନ୍ତି ।

ନିରଞ୍ଜନ ପଟ୍ଟନାୟକ ଏବେ ବି ପ୍ରଦେଶ କଂଗ୍ରେସର ସଭାପତି ଅଛନ୍ତି । ତାଙ୍କରି ନେତୃତ୍ୱରେ ଦଳ କାମ କରିବ ବୋଲି ସେ କହିଛନ୍ତି । ଦଳ ବିରୋଧୀ ମନ୍ତବ୍ୟ ଦେବା ଏବା ମହଙ୍ଗା ପଡିବା । ଦଳ ବିରୋଧୀ ମନ୍ତବ୍ୟ ଦେଉଥିବା ନେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ପିସିସ ସଭାପତି ବଦଳିବାର ନାହିଁ ବୋଲି କିଛି ଦିନ ତଳେ କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ସୂଚନା ଦେଇଥିଲେ । ଯେଉଁମାନେ ଦଳର ନିୟମକୁ ଭାଙ୍ଗୁଛନ୍ତି ଗଣମାଧ୍ୟମ ଆଗରେ ନିଜର ମନ୍ତବ୍ୟ ରଖୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦଳର ଅଧ୍ୟକ୍ଷ ଓ ତାଙ୍କ ସହ ଆଲୋଚନା କରି ମତ ରଖି ପାରିବେ ବୋଲି ଜିତେନ୍ଦ୍ର ସିଂ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ କଂଗ୍ରେସର ନିରଞ୍ଜନ ହଟାଅ ଗୋଷ୍ଠୀ ଏକାଠି ହୋଇଥିଲେ । ପିସିସିର ନବକଳେବର ଦାବିରେ କାହ୍ନୁ ଲେଙ୍କା ମଧ୍ୟ ସୋନିଆଙ୍କୁ ଭେଟିବାକୁ ରାଜି ହୋଇଥିଲେ । କଂଗ୍ରେସର ପୁରା ସ୍ଥିତି ଦେଖିଲେ ଲାଗୁଥିଲା ମହମ୍ମଦ ମୋକିମ୍‌ଙ୍କୁ ସଭାପତି କରିବା ଦାବିରେ ଗୋଟିଏ ଗୋଷ୍ଠୀ ଛିଡା ହୋଇଥିବା ବେଳେ ତାଙ୍କୁ ହେମାନନ୍ଦ ବିଶ୍ବାଳ ଏବଂ କାହ୍ନୁ ଲେଙ୍କାଙ୍କ ସମର୍ଥନ ମିଳିଥିଲା । ଅନ୍ୟ ପକ୍ଷରେ ନିରଞ୍ଜନ ସଭାପତି ପଦ ବଜାୟ ରଖନ୍ତୁ ବୋଲି ବିଧାୟକ ତାରା ବାହିନୀପତି ପ୍ରମୁଖ ଚାହୁଁଥିଲେ । ସେହିଭଳି ଶରତ ରାଉତ, ଜୟଦେବ ଜେନା ଭଳି ନେତା ପ୍ରଚ୍ଛଦପଟରେ ଥାଇ ଗୋଟି ଚଳାଉଥିଲେ । ତେବେ ଏସବୁ ଭିତରେ ଆଜି କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଏହା ସ୍ପଷ୍ଟ କରିଛନ୍ତି ଯେ, ନିରଞ୍ଜନ ପଟ୍ଟନାୟକ ହିଁ ପିସିସି ସଭାପତି ରହିବେ ।

   Related Posts