ମହଙ୍ଗା ଓ ବେରୋଜଗାରୀ – ୧୬ ଲକ୍ଷ ଚାକିରି ହ୍ରାସ ପାଇବାର ସମ୍ଭାବନା
14/01/2020 at 10:56 AM

ନୂଆଦିଲ୍ଲୀ ୧୪।୦୧ – ଏବେ ଦେଶରେ ଆର୍ଥକ ଅବସ୍ଥା ସୁଧିରିବ ବୋଲି ଆଶା କରାଯାଉଥିବା ବେଳେ ମହଙ୍ଗାବସ୍ଥା ଓ ବେରୋଜଗାରୀ ବୃଦ୍ଧି ପାଇବାରେ ଲାଗିଛି। ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଅନେକ ଲୋକ ନିଜର ଜୀବୀକା ହରାଇବେ ବୋଲି ଆଶଙ୍କା କରାଯାଉଛି । ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ଗତ ବର୍ଷ ଅପେକ୍ଷା ୨୦୨୦ରେ ପ୍ରାୟ ୧୬ ଲକ୍ଷ ଚାକିରି ହ୍ରାସ ପାଇବାବୋଲି ସୂଚନା ଦିଆଯାଇଛି ।

ଏହି ରିପୋର୍ଟରେ EPFO ର ତଥ୍ୟ ଅନୁସାରେ ୨୦୧୯ରେ ପ୍ରାୟ ୮୯ ଲକ୍ଷ ନୂଆ ନିଯୁକ୍ତି ମିଳିଛି। ୨୦୨୦ରେ ଏହା ୭୩ ଲକ୍ଷ ରହିବ ବୋଲି ପୂର୍ବାନୁମାନ କରାଯାଇଛି । କେବଳ ଏତିକି ନୁହଁ ଆର୍ଥିକ ମାନ୍ଦବସ୍ଥାର ପ୍ରଭାବ ଯୋଗୁଁ ଚୁକ୍ତି ଭିତ୍ତିକ ଶ୍ରମିକ ନିଯୁକ୍ତି ପାଇବାର ସମ୍ଭାବନା କମିବ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି ।

EPFO ତଥ୍ୟ ମୁଖ୍ୟତଃ ଦରମା ପାଉଥିବା ଲୋକଙ୍କ ବିଷୟରେ ସୂଚନା ଦେଇଥାଏ । ଏମାନେ ବିଭିନ୍ନ ପଞ୍ଜିକୃତ ସଂସ୍ଥାନରେ ନିଯୁକ୍ତି ପାଇ ଥାଆନ୍ତି । ଏମାନେ ୧୫ ହଜାର ଟଙ୍କାରୁ ଅଧିକ ହୋଇଥାଏ । EPFO ତଥ୍ୟରେ ସରକାରୀ ଚାକିରିଆ ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିନରେ କାମ କରୁଥିବା ବ୍ୟକ୍ତିଙ୍କୁ ସାମିଲ କରାଯାଇ ନଥାଏ। କାରଣ ୨୦୦୪ ମସିହାରୁ ଏମାନଙ୍କୁ ରାଷ୍ଟ୍ରୀୟ ପେନସନ୍ ଯୋଜନା ବା ଏନ୍ପିଏରେ ସାମିଲ କରାଯାଇଛି ।

ଏଥିରେ ବି ୨୦୨୦ ପ୍ରାୟ ୩୯ ହଜାର ଚାକିରି ହ୍ରାସ କରାଯିବ ବୋଲି ସୂଚନା ଦିଆଯାଇଛି ।ଓଡିଶା, ଆସାମ, ବିହାର, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ନିଯୁକ୍ତି ହ୍ରାସ ପାଇବା ବୋଲି କୁହାଯାଇଛି।
ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ବିଭିନ୍ନ କମ୍ପାନୀ ନିଜର କର୍ମଚାରୀମାନଙ୍କୁ ଛଟେଇ କରୁଛନ୍ତି । ଏପରି ସ୍ଥିତି ଲାଗି ରହିଲେ ଭବିଷ୍ୟତରେ ଏକ ଖରାପ ଅବସ୍ଥା ସୃଷ୍ଟି କରିପାରେ ।