ଇଡିରେ ହାଜର ହେଲେ ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ

Published By : Prameya-News7 Bureau | May 22, 2022 IST

ଭୁବନେଶ୍ୱର, ୨୨/୦୫: ଇଡିରେ ହାଜର ହେଲେ ଖଣି ମାଲିକ ତଥା ପୂର୍ବତନ ବିଧାୟକ ଜିତେନ୍ଦ୍ର ନାଥ ପଟ୍ଟନାୟକ ଓରଫ ଜିତୁ ପଟ୍ଟନାୟକ । ଘରୁ ଲକ୍ଷ ଲକ୍ଷ ଟଙ୍କା ମିଳିବା ଘଟଣାରେ ସେ ହାଜର ହୋଇଛନ୍ତି ।

ସୂଚନାନୁସାରେ, ଗତ ମେ ମାସ ୧୧ ତାରିଖରେ ଜିତୁ ପଟନାୟକଙ୍କ ଯୋଡ଼ା ଓ ଭୁବନେଶ୍ୱର ସ୍ଥିତ ୪ଟି ସ୍ଥାନରେ ଇଡି ଚଢଉ କରିଥିଲା । ତାଙ୍କ ଘରୁ ନଗଦ ୯୫ ଲକ୍ଷ ଟଙ୍କା ସହ ୧୬୬ କୋଟି ଟଙ୍କାର ଫିକ୍ସ ଡିପୋଜିଟ୍ ମଧ୍ୟ ଜବତ କରାଯାଇଥିଲା । ଏନେଇ ଖୋଲତାଡ କରିବା ପାଇଁ ଜିତୁଙ୍କୁ ହାଜର ହେବାକୁ ଇଡି ନୋଟିସ କରିଥିଲା । ନୋଟିସ ଆଧାରରେ ସେ ଇଡିରେ ହାଜର ହୋଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.