ଜିତେନ୍ଦ୍ର ତିଓ୍ୱାରୀଙ୍କ ୟୁ-ଟର୍ଣ୍ଣ : ବିଜେପି ସାଂସଦ ବାବୁଲ ସୁପ୍ରିଓଙ୍କ ବିରୋଧ ପରେ ଟିଏମସିକୁ ଫେରିଲେ

Published By : Prameya-News7 Bureau | December 19, 2020 IST

ହାଇଦ୍ରାବାଦ,୧୯/୧୨:   ପଶ୍ଚିମବଙ୍ଗରେ ରାଜନୈତିକ ଉଷ୍ମତା ସରଗରମ ହେବାରେ ଲାଗିଛି । ଅସନ୍ତୁଷ୍ଟ ହୋଇ ଟିଏମସି ଛାଡିଥିବା ବିଧାୟକ ଜିତେନ୍ଦ୍ର ତିଓ୍ୱାରୀ ୟୁ-ଟର୍ଣ୍ଣ ନେଇଛନ୍ତି । ଶୁକ୍ରବାର ସେ ଦଳ ଉପରେ ଅଭିଯୋଗ କରି ଇସ୍ତଫା ଦେଇଥିଲେ । ତାଙ୍କୁ ଲୋକଙ୍କ କାମ କରିବା ପାଇଁ ରୋକାଯାଉଥିବା ସେ କହିଥିଲେ ।

ଡିଓ୍ୱାରୀ ବିଜେପି ଯିବେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା । କିନ୍ତୁ ଆସାନସୋଲରୁ ବିଜେପି ସାଂସଦ ବାବୁଲ ସୁପ୍ରିଓଙ୍କ ସହ ଅନେକ ସ୍ଥାନୀୟ ନେତା ଏହାକୁ ବିରୋଧ କରିଥିଲେ । ଏହାସହ ତିଓ୍ୱାରୀଙ୍କ ବିଜେପି ବିରୋଧୀ ଘଟଣାକୁ ଦର୍ଶାଇଥିଲେ । ଏହାପରେ ତିଓ୍ୱାରୀ କୋଲକାତାରେ ଟିଏମସି ମନ୍ତ୍ରୀ ଅରୁପ ବିଶ୍ୱାସଙ୍କୁ ଭେଟି କ୍ଷମା ମାଗିଥିଲେ । ଏହାପରେ ବିଶ୍ୱାସ ତିଓ୍ୱାରୀ ଟିଏମସିରେ ଥିଲେ ଓ ରହିବେ ବୋଲି କହିଥିଲେ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ ପୂର୍ବରୁ ଟିଏମସି ଛାଡିଥିବା ନେତାଙ୍କ ମଧ୍ୟରେ ଜିତେନ୍ଦ୍ର ତିଓ୍ୱାରୀ ଶୁଭେନ୍ଦୁ ଅଧିକାରୀଙ୍କ ପରେ ଦ୍ୱିତୀୟରେ ଥିଲେ । ବିଧାୟକ ଶିଳଭଦ୍ର ଦତ୍ତ ମଧ୍ୟ ଦଳରୁ ଇସ୍ତଫା ଦେଇଥିଲେ ।

ସୂଚନାଯୋଗ୍ୟ, ଟିଏମସିର ଅନେକ ନେତା ବିଜେପି ସହ ସମ୍ପର୍କରେ ଅଛନ୍ତି । ଏହି ନେତାମାନେ ଶାହଙ୍କ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ମଧ୍ୟ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.