୨ଟି ସର୍ଜିକାଲଷ୍ଟ୍ରାଇକ୍କୁ ନେଇ ବିଜେପି ବାହାଦୁରୀ ମାରୁଛି, କଂଗ୍ରେସ ବେଳେ ୧୮ଟି ସର୍ଜିକାଲଷ୍ଟ୍ରାଇକ୍ ହୋଇଥିଲା: ଜିତେନ୍ଦ୍ର ସିଂ

Published By : Prameya-News7 Bureau | March 05, 2019 IST

wp:heading {"level":5}
ନୂଆ ଦିଲ୍ଲୀ ୫|୩ : ଜମ୍ମୁ କଶ୍ମୀର ପୁଲୱାମାରେ ସିଆରପିଏଫଙ୍କ ଉପରେ ହୋଇଥିବା ଆତ୍ମଘାତୀ ହମଲା ପୁରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ତେବେ ପୁଲୱାମା ହମଲା ପରେ ଭାରତୀୟ ସେନା ପାକିସ୍ତାନକୁ କଡା ଜବାବ ଦେଇଛନ୍ତି। ଭାରତୀୟ ବାୟୁସେନାର ବିମାନ LoC ପାର କରି ପାକିସ୍ତାନର ଆତଙ୍କୀ ଆଡ୍ଡାକୁ ନଷ୍ଟ କରିଛନ୍ତି।
/wp:heading wp:heading {"level":5}
ରିପୋର୍ଟ ଅନୁସାରେ ଏହି ଏୟାରଷ୍ଟ୍ରାଇକ୍‌ରେ ଭାରତୀୟ ବାୟୁ ସେନା ମୁଜଫରାବାଦରେ ଥିବା ଆତଙ୍କୀ ଆଡ୍ଡା ସହ ଜୈସ-ଏ-ମହମ୍ମଦର ଆଲ୍‌ଫା-୩ କଣ୍ଟ୍ରୋଲ ରୁମ ମଧ୍ୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ତେବେ ଏହି ଏୟାରଷ୍ଟ୍ରାଇକ୍‌ର ଚର୍ଚ୍ଚା ଆଜି ମଧ୍ୟ ଜାରି ଅଛି। ଏହି ଏୟାରଷ୍ଟ୍ରାଇକ୍‌ ବିଷୟରେ ଅନେକ ପ୍ରଶ୍ନ ଉଠିଛି। କେଉଁଠି କଂଗ୍ରେସ ନେତା କେନ୍ଦ୍ର ସରକାରଙ୍କୁ ଏୟାରଷ୍ଟ୍ରାଇକ୍‌ର ସଂପୂର୍ଣ୍ଣ ସୂଚନା ମାଗୁଛନ୍ତି ତ କେଉଁଠି ଭାଜପା ଉପରେ ପୁରା ଘଟଣା ବିଷୟରେ ରାଜନୈତିକ ଆକ୍ଷେପ ଚାଲିଛି।
/wp:heading wp:heading {"level":5}
ଭାଜପା ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ ନେତାମାନେ ଆକ୍ରମଣ ସଂପର୍କରେ ସବିଶେଷ ସୂଚନା ମାଗିଛନ୍ତି। ବରିଷ୍ଠ ନେତା ଓ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ଓଡିଶା ପ୍ରଭାରୀ  ଜିତେନ୍ଦ୍ର ସିଂ ପୁଲୱାମା ହମଲା ଓ ଏୟାରଷ୍ଟ୍ରାଇକ ନାଁରେ ରାଜନୀତି କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଭାଜପା ୨ଟି ସର୍ଜିକାଲ ଷ୍ଟ୍ରାଇକକୁ ନେଇ ବାହାଦୁରୀର ଡିଣ୍ଡିମ ପିଟୁଛି । ତାଙ୍କ ସମୟରେ ୧୮-୧୯ ଥର ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା କିନ୍ତୁ କେହି କେବେ ଏ ବିଷୟରେ ଆଲୋଚନା କରିନାହାନ୍ତି।
/wp:heading wp:heading {"level":1}

  

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.