Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ରାମ ବିଳାସ ପାସଓ୍ଵାନଙ୍କ ନିଧନ ଉପରେ ପ୍ରଶ୍ନ ଉଠାଇଲେ ଜିତନରାମ ମାଝୀ, ପ୍ରଧାନମନ୍ତ୍ରୀଙ୍କଠାରେ କଲେ ବିଚାର ବିଭାଗୀୟ ତଦନ୍ତ ଦାବି

2/11/2020 at 5:25 PM

ପାଟନା ୦୨।୧୧: ବିହାର ବିଧାନସଭା ନିର୍ବାଚନ ୨୦୨୦ର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ଅର୍ଥାତ ନଭେମ୍ଵର ୩ରେ ହେବ। ଅନ୍ୟପଟେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ନିର୍ବାଚନୀ ପ୍ରଚାର ଜୋରସୋରରେ ଚାଲିଛି। ପ୍ରାର୍ଥୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋର ଧରିଛି। ନେତାଙ୍କ ମଧ୍ୟରେ ବ୍ୟକ୍ତିଗତ ଟିକାଟିପ୍ପଣୀ ପାଇଁ ପ୍ରତିଯୋଗିତା ଚାଲିଛି। ଏହି ସମୟରେ ଏନଡିଏର ସହଯୋଗୀ ହମ ରାମବିଳାସ ପାସଓ୍ଵାନଙ୍କ ପରଲୋକ ଉପରେ ପ୍ରଶ୍ନ ଉଠାଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଝୀଙ୍କ ପାର୍ଟି ହମ ଏହି ଚିଠିରେ କେନ୍ଦ୍ର ମନ୍ତ୍ରୀ ତଥା ଏଲଜେପିର ପ୍ରତିଷ୍ଠାତା ରାମବିଳାସ ପାସଓ୍ଵାନଙ୍କ ମୃତ୍ୟୁର ବିଚାରବିଭାଗୀୟ ତଦନ୍ତ ଦାବି କରିଛିି। ହିନ୍ଦୁସ୍ଥାନୀ ଆବାମ ମୋର୍ଚ୍ଚା(ହମ)ର ରାଷ୍ଟ୍ରୀୟ ପ୍ରବକ୍ତା ଡ ଦାନିଶ ରିଜଓ୍ଵାନ ଚିଠି ଲେଖି ଅନେକ ପ୍ରଶ୍ନ ଉଠାଇ ଚିରାଗଙ୍କୁ ଘେରିବାକୁ ଉଦ୍ୟମ କରିଛନ୍ତି।

ଏହି ଚିଠିରେ ଲେଖା ହୋଇଛି ଦେଶର ବଡ ନେତା ଓ ଆପଣଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ରହିଥିବା ରାମବିଳାସ ପାସଓ୍ଵାନ କିଛି ଦିନ ପୂର୍ବେ ଆମକୁ ଛାଡି ପରଲୋକକୁ ଚାଲିଗଲେ। ତାଙ୍କ ନିଧନରେ ପୂରା ଦେଶରେ ଶୋକର ଲହରି ଖେଳି ଯାଇଛି। ଆଜି ମଧ୍ୟ ଆମ ପରି ପ୍ରଶଂସକ ତାଙ୍କୁ ମନେ ପକାଇ ଦୁଃଖ ପ୍ରକାଶ କରୁଛୁ। କିନ୍ତୁ ଯେତେବେଳେ ପୂରା ଦେଶ ରାମବିଳାସଙ୍କ ନିଧନରେ ଶୋକରେ ଥିଲା, ତାଙ୍କ ଅନ୍ତିମ ସଂସ୍କାରର ଦ୍ଵିତୀୟ ଦିନରେ ଚିରାଗ ପାସଓ୍ଵାନ ସୁଟିଂ ସମୟରେ କେବଳ ହସିନଥିଲେ ବରଂ କଟ ଟୁ କଟ ସୁଟିଂର କଥା ମଧ୍ୟ କହୁଥିଲେ। ଏଥିରେ ରାମବିଳାସ ପାସଓ୍ଵାନଙ୍କ ପ୍ରଶଂସକ ଏବଂ ପରିଜନଙ୍କ ମଧ୍ୟରେ ଅନେକ ପ୍ରକାରର ପ୍ରଶ୍ନ ଉଠିଛି।

ଚିଠିରେ ଲେଖା ହୋଇଛି ମହୋଦୟ ରାମ ବିଳାସ ପାସଓ୍ଵାନଙ୍କ ନିଧନ ସଂପର୍କିତ ଅନେକ ପ୍ରଶ୍ନ ରହିଛି, ଯାହା ଚିରାଗ ପାସଓ୍ଵାନଙ୍କୁ କାଠଗଡାରେ ଛିଡା କରୁଛି। କୌଣସି କେନ୍ଦ୍ର ମନ୍ତ୍ରୀଙ୍କ ହସ୍ପିଟାଲରେ ଭର୍ତ୍ତି ସମୟରେ ମେଡିକାଲ ବୁଲେଟିନ ଜାରି କରାଯାଏ। କିନ୍ତୁ କାହା ଇସାରାରେ ରାମବିଳାସଙ୍କ ମେଡିକାଲ ବୁଲେଟିନ ଜାରି କରାଯାଇନଥିଲା ?

କାହା କହିବା ଅନୁସାରେ ହସ୍ପିଟାଲ ପ୍ରଶାସନ ରାମ ବିଳାସ ପାସଓ୍ଵାନଙ୍କୁ ଦେଖିବା ଲାଗି ହସ୍ପିଟାଲରେ କେବଳ ତିନି ଜଣଙ୍କୁ ଅନୁମତି ମିଳିଥିଲା ? ଏହା ବ୍ୟତୀତ ଏମିତି ଅନେକ ପ୍ରଶ୍ନ ରହିଛି ଯାହାର ଜବାବ ସ୍ଵର୍ଗତ ରାମବିଳାସ ପାସଓ୍ଵାନଙ୍କ ପରିଜନଙ୍କ ସହିତ ତାଙ୍କ ପ୍ରଶଂସକ ମଧ୍ୟ ଜାଣିବାକୁ ଚାହୁଁଛନ୍ତି। ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

ଚିଠି ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାମ ବିଳାସ ପାସଓ୍ଵାନଙ୍କ ପରଲୋକର ବିଚାରବିଭାଗୀୟ ତଦନ୍ତ କରିବାକୁ ଆଦେଶ ଦେବାକୁ ଅନୁରୋଧ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ଉପରେ ଚିରାଗ ପାସଓ୍ଵାନ ହମର ପ୍ରମୁଖ ଜିତନରାମ ମାଜୀଙ୍କୁ କଡା ଶବ୍ଦରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ବାପା ଅସୁସ୍ଥ ଥିବା ବେଳେ ମାଝୀ କୌଣସି ପ୍ରକାରର ଦୁଃଖ ପ୍ରକାଶ କରିନଥିଲେ ଏବଂ ବର୍ତ୍ତମାନ ମୃତକ ବ୍ୟକ୍ତିଙ୍କୁ ନେଇ ରଜନୀତି କରୁଛନ୍ତି।

ଯେଉଁ ଲୋକ ପୁଅ ଉପରେ ଏମିତି କଥା କହୁଛନ୍ତି ସେମାନଙ୍କୁ ଲଲ୍ଲା ଲାଗିବା ଉଚିତ୍। ମୁଁ ମାଂଝୀଙ୍କୁ ଫୋନରେ ବାପାଙ୍କ ଗୁରୁତର ସ୍ଵାସ୍ଥ୍ୟବସ୍ଥା ବିଷୟରେ ଅବଗତ କରାଇଥିଲି, ତଥାପି ସେ ମୋର ଅସୁସ୍ଥ ବାପାଙ୍କୁ ଦେଖିବାକୁ ଆସିନଥିଲେ ବୋଲି ଚିରାଗ କହିଛନ୍ତି।

   Related Posts