Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାଞ୍ଚଳ ଆରଡିସି ଭାବେ ଅନୀଲ ସାମଲଙ୍କୁ ଉତ୍ତରାଞ୍ଚଳ ଆରଡିସି(“ସମ୍ବଲପୁର) ଦାୟିତ୍ଵ
  • ||
  • ଫରେଷ୍ଟ ଗାର୍ଡଙ୍କୁ ୫ ବର୍ଷ ଜେଲ, ଫୁଲଵାଣୀ ଭିଜିଲାନ୍ସ କୋର୍ଟର ଦଣ୍ଡାଦେଶ
  • ||
  • ଗ୍ରାମୀଣ ଡାକସେବାରେ ଜାଲିଆତି କରି ଲକ୍ଷାଧିକ ଟଙ୍କା ହଡ଼ପ, ପୋଷ୍ଟ ମାଷ୍ଟର ଗିରଫ
  • ||
  • ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ
  • ||
  • ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ
  • ||
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଜିଓର ଜବରଦସ୍ତ ପ୍ଲାନ , ଏତିକି ଟଙ୍କାର ରିଚାର୍ଜରେ ପାଇବେ ମାଗଣା କଲ୍ ସହ ୨ଜିବି ଡାଟା…

18/01/2020 at 2:07 PM

ମୁମ୍ବାଇ ୧୮।୦୧: ଦେଶର ଅଗ୍ରଣୀ ଟେଲିକମ କମ୍ପାନୀ ଜିଓ ନିଜ ଗ୍ରାହକମାନଙ୍କୁ ପାଇଁ ସବୁବେଳେ ଦମ୍‌ଦାର ଅଫର ଆଣିଥାଏ । ସେହପରି ଗ୍ରାହକମାନଙ୍କ ପାଇଁ ଏକ ଜବରଦସ୍ତ ପ୍ଲାନ ଆଣିଛି ଜିଓ । ଆପଣାମାନେ ଯଦି କମ୍‌ ଦାମ୍‌ରେ ଅଧିକ ଲାଭର ପ୍ଲାନ ଖୋଜୁଛନ୍ତି । ତେବେ ଜିଓ ଆପଣମାନଙ୍କ ପାଇଁ ଏହି ଦମ୍‌ଦାର ପ୍ଲାନ ଆଣିଛି । ଏହି ପ୍ଲାନ ଦ୍ବାରା ଗ୍ରାହକମାନେ ଶସ୍ତାରେ କଲ୍‌ ଦର, ମୋବାଇଲ ଡାଟା, ମାଗଣା ବିଭିନ୍ନ ଆପ୍‌ର ସବସ୍କ୍ରିପସନ ସାମିଲ ରହିଛି । ଏହି ପ୍ଲାନର ମଜା ନେବାକୁ ହେଲେ ଗ୍ରାହକମାନଙ୍କୁ ୯୮ଟଙ୍କାର ରିଚାର୍ଜ କରିବାକୁ ପଡିବ । ପ୍ଲାନର ସବିଶେଷ ତଥ୍ୟା କମ୍ପାନୀର ଓ୍ବେବସାଇଟ୍‌ JIO.COMରେ ଉପଲବ୍ଧ ରହିଛି । ତେବେ ଆସନ୍ତୁ ଜାଣିବା ଏହି ପ୍ଲାନରେ ଆଉ କଣ ସବୁ ଫାଇଦା ରହିଛି ।

୯୮ଟଙ୍କିଆ ଜିଓ ପ୍ଲାନର ବୈଧତା ୨୮ଦିନ ରଖାଯାଇଛି । ଏହି ପ୍ଲାନରେ ଗ୍ରାହକମାନଙ୍କୁ ୨୮ଦିନରେ ସର୍ବମୋଟ ୨ଜିବି ଡାବା ମିଳିବାର ସୁବିଧା ରହିବା ସହ ୩୦୦ଟି SMS ମଧ୍ୟ ମିଳୁଛି । ତେବେ ଅନ୍ୟ ନେଟଓ୍ବର୍କରେ କଲ୍‌ ପାଇଁ ୧୨୪ IUC ମଧ୍ୟ ମିଳିବ । ଯାହା ପାଇଁ ଆପଣଙ୍କୁ ଅଧିକ ୧୦ଟଙ୍କାର ଏକ Top-Up ଆଡ୍‌  କରିବାକୁ ପଡିବ । ଏହି Top-Up ଆଡ୍‌ କରିବା ଦ୍ବାରା ଆପଣଙ୍କୁ ଅନ୍ୟ ନେଟଓ୍ବର୍କରେ କଲ୍‌ କରିବା ପାଇଁ  ୧୨୪ IUC  ମିଳିବ । Onnet Voice କଲ୍‌ ମାନେ ଜିଓରୁ ଜିଓକୁ କଲ୍‌ କରିବା ସମ୍ପୂର୍ଣ୍ଣ ମାଗଣା ରହିଛି  । ଗ୍ରାହକମାନେ ଯେକୌଣସି  ଜିଓ ନମ୍ବରକୁ ମାଗଣାରେ କଲ୍‌ କରିପାରିବେ । ତେବେ ସର୍ବମୋଟ ଗ୍ରାହକମାନଙ୍କୁ ୧୦୮ଟଙ୍କାର ରିଚାର୍ଜ କରିବାକୁ ପଡିବ ।

   Related Posts