Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଜିଓ ଆଣିଲା ପୂଜା ଧମାକା: ଏହି ପ୍ଲାନରେ ରିଚାର୍ଜ କଲେ ପ୍ରତ୍ୟେକ ଦିନ ମିଳିବ ୫ ଜିବି ଡାଟା, ଜାଣନ୍ତୁ ଅଫର…

23/09/2019 at 2:39 PM

ନୂଆଦିଲ୍ଲ୨୩|୯: ଜିଓ ଗ୍ରାହକଙ୍କ ଲାଗି ବଜାରକୁ ଆସିଲା ନୂଆ ଅଫର। ଅଧିକାଂଶ ଜିଓ ଗ୍ରାହକ ଅଧିକ ଡାଟା ମିଳୁଥିବା ପ୍ଲାନ ରିଚାର୍ଜ କରିବା ଲାଗି ପସନ୍ଦ କରନ୍ତି। ଏବେ ରିଲାନ୍ସ ଜିଓର ପ୍ରିପେଡ ପ୍ଲାନରେ ପ୍ରତ୍ୟେକ ଦିନ ୧.୫ ଜିବି ଡାଟାରୁ ୫ ଜିବି ଡାଟା ପର୍ଯ୍ୟନ୍ତ ସୁବିଧା ମିଳୁଛି। ଶସ୍ତା ଓ ଅଧିକ ଡାଟା ପ୍ଲାନ ଲାଗି ଜିଓରେ ବହୁତ ଅଫର ବଜାରକୁ ଆସିଛି। ଏହାମଧ୍ୟରୁ ସବୁଠାରୁ ଶସ୍ତା ପ୍ଲାନ ୯୦ ଟଙ୍କା ରିଚାର୍ଜରେ ପ୍ରତ୍ୟେକ ଦିନ ୧.୫ ଜିବି ଡାଟା ହିସାବରେ ୨୮ ଦିନ ପର୍ଯ୍ୟନ୍ତ ମିଳିଥାଏ । ସେହିପରି ୧୯୮ ରିଚାର୍ଜରେ ପ୍ରତ୍ୟେକ ଦିନ ୨ ଜିବି ଡାଟା ହିସାବରେ ୨୮ ଦିନ ପର୍ଯ୍ୟନ୍ତ ଦେଉଛି।

ଜିଓ ପ୍ରିପେଡ଼ ପ୍ଲାନ ମୁତାବକ ୫୦୯ ଟଙ୍କା ରିଚାର୍ଜରେ ପ୍ରତିଦିନ ୪ ଜିବି ଡାଟା ହିସାବରେ ୨୮ ଦିନ ପର୍ଯ୍ୟନ୍ତ ମିଳିବ। ଏହାସହ ଅନ ଲିମିଟେଡ କଲ, ଫ୍ରି ଏସଟିଡି କଲ ଓ ୧୦୦ ଏସଏମଏସ ଜିଓ ଗ୍ରାହକ ପାଇପାରିବେ। ସେହିପରି ୨୯୯ ରିଚାର୍ଜ ପ୍ଲାନରେ ପ୍ରତ୍ୟେକ ଦିନ ୩ ଜିବି ଡାଟା ହିସାବରେ ୨୮ ଦିନ ପର୍ଯ୍ୟନ୍ତ ଜିଓ ଗ୍ରାହକଙ୍କୁ ମିଳିବ। ଏହାସହ ଅନ ଲିମିଟେଡ କଲ ଓ ୧୦୦ ଏସଏମଏସ ଜିଓ ଗ୍ରାହକ ପାଇପାରିବେ। ଜିଓର ଆଉ ଏକ ପ୍ଲାନ ୪୪୯ ଟଙ୍କା ରିଚାର୍ଜରେ ପ୍ରତ୍ୟେକ ଦିନ ୧.୫ ଜିବି ଡାଟା ହିସାବରେ ୯୧ ଦିନ ପର୍ଯ୍ୟନ୍ତ ମିଳିବ। ଏହାସହ ଅନ ଲିମିଟେଡ କଲ ଓ ୧୦୦ ଏସଏମଏସ ଜିଓ ଗ୍ରାହକ ପାଇପାରିବେ।  

ରିଲାନ୍ସ ଜିଓ ପୁଣି ଏକ ଅଫର ନୂଆ ଅଫର ଜିଓ ଗ୍ରାହକଙ୍କ ଲାଗି ଆଣିଛି। ୭୯୯ ଟଙ୍କା ରିଚାର୍ଜରେ ପ୍ରତ୍ୟେକ ଦିନ ୫ ଜିବି ଡାଟା ହିସାବରେ ୨୮ ଦିନ ପର୍ଯ୍ୟନ୍ତ ମିଳିବ। ଏହାସହ ଅନ ଲିମିଟେଡ କଲ ଓ ୧୦୦ ଏସଏମଏସ ଜିଓ ଗ୍ରାହକ ପାଇପାରିବେ ଏବଂ ଫ୍ରିରେ ସବସକ୍ରିପ୍ସନର ସୁବିଧା ଜିଓ ଉପଭୋକ୍ତା ନେଇ ପାରିବେ। ପୂଜା ବଜାରକୁ ଲକ୍ଷ୍ୟକରି କରି ରିଲାନ୍ସ ଜିଓ ଏହିଭଳି ଅଫର ଗ୍ରାହକଙ୍କ ଲାଗି ବଜାରରେ ଛାଡ଼ିଛି।

   Related Posts