ଜିଓ ବଜାରକୁ ଛାଡିଲା ଶସ୍ତା ରିଚାର୍ଜ ପ୍ଲାନ:୧୦୧ଟଙ୍କାରେ ଗ୍ରାହକଙ୍କୁ ମିଳିବ ୬ଜିବି ଡାଟା, ସୁବିଧା ଅନୁସାରେ କରିପାରିବେ ବ୍ୟବହାର

Published By : Prameya-News7 Bureau | October 14, 2019 IST

ନୂଆଦିଲ୍ଲୀ୧୪|୧୦:ଜିଓ ନିଜ ଗ୍ରାହକଙ୍କ ପାଇଁ ବଜାରକୁ ନୂଆ ନୂଆ ଅଫର ଛାଡୁଛି। ଜିଓର ୧୦୧ ଟଙ୍କା ରିଚାର୍ଜ ପ୍ଲାନରେ ୬ଜିବି ୪ଜି ସ୍ପିଡ୍‌ରେ ଡାଟା ମିଳିବ। ।ଏହି ପ୍ଲାନରେ ମିଳିଥିବା ୬ଜିବି ଡାଟାକୁ ୟୁଜର୍ସ ନିଜ ଆବଶ୍ୟକତା ଅନୁସାରେ ବ୍ୟବହାର କରି ପାରିବେ। ବଜାରକୁ ରିଲାନ୍ସ ଜିଓ ଆସିବା ପୂର୍ବରୁ ଇଣ୍ଟରନେଟ ଓ କଲିଂ ପାଇଁ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବା ପାଇଁ ପଡ଼ୁଥିଲା। ଏପରିକି ୧୦୦ ଟଙ୍କା ରିଚାର୍ଜରେ ଏକ ସପ୍ତାହ ପାଇଁ ଇଣ୍ଟରନେଟ ଓ ଫ୍ରିରେ କଲିଂ ପାଇଁ ସୁବିଧା ମିଳୁଥିଲା।

ଜିଓ ଆସିବା ପରେ ଗ୍ରାହକଙ୍କୁ ଏବେ କମ୍ ଟଙ୍କା ରିଚାର୍ଜରେ ଇଣ୍ଟରନେଟ ଓ ଫ୍ରି କଲିଂର ସୁବିଧା ଉପଲବ୍ଧ ହେଉଛି। ଗ୍ରାହକଙ୍କ ପାଇଁ ଜିଓ ସବୁଠାରୁ ଶସ୍ତା ରିଚାର୍ଜ ପ୍ଳାନ ବଜାରକୁ ଛାଡିଛି। ଜିଓ ୧୦୧ ଟଙ୍କା ରିଚାର୍ଜ ପ୍ଲାନରେ  ଗ୍ରାହକଙ୍କୁ ୬ଜିବି ୪ଜି ସ୍ପିଡ୍‌ରେ ଡାଟା ମିଳିବ। ପ୍ରତିଦିନ ହିସାବରେ ଡାଟା ଶେଷ ହେବା ପରେ ବି ଜିଓ ଗ୍ରାହକ ପୁଣି ଡାଟା ବ୍ୟବହାର କରି ପାରିବେ।

ସାଧାରଣତଃ ଜିଓ ଗ୍ରାହକ ଅଧିକ ଟଙ୍କା ରିଚାର୍ଜ କରି ପ୍ରତିଦିନ ୧.୫ ଜିବିରୁ ୫ ଜିବି ଡାଟା ବ୍ୟବହାର କରିଥାନ୍ତି। କିନ୍ତୁ ଏବେ ଆପଣଙ୍କ ପ୍ରତିଦିନ ଡାଟା ଶେଷ ହୋଇଗଲେ ୧୦୧ ଟଙ୍କା ରିଚାର୍ଜ କରନ୍ତୁ । ଯାହାଫଳରେ ଆପଣଙ୍କ ପାଖରେ ୬ ଜିବି ଡାଟା ରହିବ । ଆପଣଙ୍କ ଆବଶ୍ୟକତା ଅନୁସାରେ ୬ଜିବି ଡାଟାରୁ ଆପଣ ବ୍ୟବହାର କରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.