Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

ଖୁବଶୀଘ୍ର ହ୍ବାଟସଆପରେ ଆରମ୍ଭ ହେବ ଜିଓମାର୍ଟ୍ ସେବା, ଘରେ ବସି ଅନଲାଇନ୍‌ରେ କିଣିପାରିବେ ସାମଗ୍ରୀ

18/01/2021 at 9:12 PM

ନୂଆଦିଲ୍ଲୀ ୧୮/୦୧ : ଆସନ୍ତା ୬ ମାସ ମଧ୍ୟରେ ହ୍ବାଟସଆପ୍‌ରେ ଆରମ୍ଭ ହେବାକୁ ଯାଉଛି ଜିଓମାର୍ଟ୍‌ ସେବା । ଏହା ଦ୍ବାରା ଆପଣ ବିଭିନ୍ନ ପ୍ରକାରର ସାମଗ୍ରୀ ଅନଲାଇନ୍‌ ମାଧ୍ୟମରେ କିଣିପାରିବେ । ରିଲାଏନ୍ସ ରିଟେଲ୍‌ ତାର ଇ-କମର୍ସ ଆପ୍‌ ଜିଓମାର୍ଟ୍‌କୁ ହ୍ବାଟସଆପ୍‌ ସହ ସଂଯୁକ୍ତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହାର ପ୍ରସ୍ତୁତି ଶେଷ ହେବା ପରେ ଭାରତର ପ୍ରାୟ ୪୦ କୋଟି ୟୁଜର ଅନ୍ୟ କୌଣସି ସାଇଟ୍‌କୁ ନଯାଇ ନିଜ ହ୍ବାଟସଆପ୍‌ ମାଧ୍ୟମରେ ଘରେ ବସି ଶପିଂ କରିପାରିବେ ।

ଏହା ଦ୍ବାରା ଜିଓମାର୍ଟ୍‌ ସାରା ଦେଶରେ ବ୍ୟବସାୟ କ୍ଷେତ୍ରରେ ସଫଳତା ହାସଲ କରିପାରିବ । ଅନ୍ୟ ପଟେ ଦେଖିବାକୁ ଗଲେ ଜିଓମାର୍ଟ୍‌ ଏଭଳି ସୁବିଧା ଯୋଗାଇଲେ ଫ୍ଲିପ୍‌କାର୍ଟ, ଆମାଜନ ଭଳି ଅନଲାଇନ୍‌ ଆପ୍‌ମାନଙ୍କ ପାଇଁ ସମସ୍ୟା ବଢିପାରେ । ଏହା ଦ୍ବାରା ଅନ୍ୟ ଆପଗୁଡିକୁ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହେବ । ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ରିଟେଲ୍ ଭାରତୀୟ ବଜାରରେ ନିଜର ଦବଦବା ଜାହିର କରିବାକୁ ଚାହୁଁଛି ।

ଅଫଲାଇନ୍‌ ରିଟେଲରେ ରିଲାଏନ୍ସ୍‌ ଏବେସୁଦ୍ଧା ବ୍ୟାପକ ସଫଳତା ହାସଲ କରିସାରିଛି । କିନ୍ତୁ ଏବେ ଅନଲାଇନ୍‌ କାରବାରରେ ମଧ୍ୟ ସଫଳତା ହାସଲ କରିବା ଦିଗରେ କାମ ଆରମ୍ଭ କରିଦେଇଛି । ଗତବର୍ଷ ଅପ୍ରେଲ ମାସରେ ଆମେରିକାର ଫେସବୁକ୍‌ ଇଙ୍କ୍‌ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ପ୍ରାୟ ୯.୯ ପ୍ରତିଶତ ସେୟାର କିଣିଥିଲା । ଏହି ଡିଲ୍‌ ୪୩ ହଜାର ୫୭୪ କୋଟି ଟଙ୍କାର ଥିଲା । ତେବେ ରିଲାଏନ୍ସ ଆରମ୍ଭ କରିବାକୁ ଯାଉଥିବା ଅନଲାଇନ୍ ରିଟେଲ ଦ୍ବାରା ତମାମ ବ୍ୟବସାୟିକ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି । ଏହ ଦ୍ବାରା ବ୍ୟବସାୟୀ, କ୍ଷୁଦ୍ର ବ୍ୟବସାୟୀ ଏବଂ ଉପଭୋକ୍ତା ମଧ୍ୟ ଲାଭବାନ୍‌ ହୋଇପାରିବେ ।   

   Related Posts