Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଅବହେଳିତ ଶିଶୁମାନଙ୍କ ପାଇଁ ଜିଓ ୱାର୍ଲ୍ଡ ସେଣ୍ଟର ଧିରୁଭାଇ ଅମ୍ବାନୀ ସ୍କୋୟାର୍ ଉତ୍ସର୍ଗୀକୃତ

6/03/2019 at 7:52 PM

ମୁମ୍ବାଇ ୬/୩: ଜିଓ ୱାର୍ଲ୍ଡ ସେଣ୍ଟର ଧିରୁଭାଇ ଅମ୍ବାନୀ ସ୍କୋୟାର୍ (ଧିରୁଭାଇ ଅମ୍ବାନୀ ଛକ) ଶ୍ରୀମତୀ ନୀତା ଅମ୍ବାନୀଙ୍କ ଦ୍ବାରା ମୁମ୍ବାଇ ଓ ଦେଶ ପାଇଁ ଉତ୍ସର୍ଗୀକୃତ । ସହରର ଅବହେଳିତ ଶିଶୁମାନଙ୍କ ଉଦ୍ଦେଶ୍ୟରେ ସ୍ବତନ୍ତ୍ର‘ ମ୍ୟୁଜିକାଲ୍ ଫାଉଣ୍ଟେନ୍ ଶୋ’ର ପ୍ରିମିୟର ସହିତ ଏହା ଉତ୍ସର୍ଗ କରାଯାଇଛି । ସହରର ପ୍ରାୟ ୭,୦୦୦ ସୁରକ୍ଷାଦାତାଙ୍କ ପାଇଁ ମାର୍ଚ୍ଚ ୧୨ ତାରିଖରେ ଅଧିକ ଦୁଇଟି ସ୍ବତନ୍ତ୍ର ମ୍ୟୁକିକାଲ୍ ଫାଉଣ୍ଟେନ୍ ଶୋ ଆୟୋଜିତ ହେବ ।୬ରୁ ୧୩ ମାର୍ଚ୍ଚ ପର୍ଯ୍ୟନ୍ତ ଅମ୍ବାନୀ ପରିବାର ପକ୍ଷରୁ ସହରର ସବୁ ଅନାଥାଶ୍ରମ ଏବଂ ଜରାନିବାସରେ ପ୍ରତ୍ୟହ ଅନ୍ନ ସେବା ବ୍ୟବସ୍ଥା କରାଯାଇଛି।ମୁମ୍ବାଇ, ୬ ମାର୍ଚ୍ଚ ୨୦୧୯ରେ ମୁମ୍ବାଇ ପ୍ରତି ସଦିଚ୍ଛା ଏବଂ ଭଲ ପାଇବାର ନିଦର୍ଶନ ସ୍ବରୂପ ନୀତା ଏବଂ ମୁକେଶ ଅମ୍ବାନୀ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହି ସହରର ୨୦ ନିୟୁତ ମୁମ୍ବାଇ ବାସୀ ତଥା ପରିଭ୍ରମଣକାରୀଙ୍କ ପାଇଁ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପେ୍କ୍ସରେ ଧିରୁଭାଇ ଅମ୍ବାନୀ ଇଣ୍ଟନ୍ୟାସନାଲ୍ ସ୍କୁଲ ସମ୍ମୁଖସ୍ଥିତ ଏକ ନୂତନ ଏବଂ ଗୌରବମୟ ଆଇକନ୍ ‘ଧିରୁଭାଇ ଅମ୍ବାନୀ ଛକ’କୁ ଉତ୍ସର୍ଗ କରିଛନ୍ତି ।
ଧିରୁଭାଇ ଅମ୍ବାନୀ ଛକ ବିଶ୍ବସ୍ତରୀୟ ବହୁମୁଖି-ବ୍ୟାବହାରିକ ସୁବିଧା ଥିବା ଜିଓ ୱାର୍ଲ୍ଡ ସେଣ୍ଟରର ଅଂଶବିଶେଷ । ଭାରତରେ ସର୍ବବୃହତ ଏବଂ ସର୍ବଶ୍ରେଷ୍ଠ ବିଶ୍ବସ୍ତରୀୟ ସମ୍ମେଳନ ସୁବିଧା ତଥା ସେବା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଏହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ଏମ୍ଏମ୍ଆର୍ଡିଏ (ମୁମ୍ବଇ ମେଟ୍ରୋପଲିଟାନ୍ କ୍ଷେତ୍ର ଉନ୍ନୟନ ପ୍ରାଧିକରଣ)ର ମିଳିତ ଲକ୍ଷ୍ୟର ନିଦର୍ଶନ ।ଏହାକୁ ସହର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନୀ କହିଛନ୍ତି, ଧିରୁଭାଇ ଅମ୍ବାନୀ ଛକ ଏବଂ ଜିଓ ୱାର୍ଲ୍ଡ ସେଣ୍ଟର ଭାରତର ଜଣେ ମହାନ ସୁପୁତ୍ରଙ୍କ ମହତ ଲକ୍ଷ୍ୟ ପୂରଣ କରୁଛି, ଯିଏ ବିଶ୍ବାସ କରୁଥିଲେ ଯେ ରାଷ୍ଟ୍ର-ନିର୍ମାଣର ପ୍ରତିଟି କ୍ଷେତ୍ରରେ ବିଶ୍ବସ୍ତରୀୟ ଉତ୍କର୍ଷ ହାସଲ ପାଇଁ ଭାରତର କ୍ଷମତା ରହିଛି ।
ଭାରତର ସବୁଠୁ ଜନହିତକାରୀ ଓ ଦାତବ୍ୟ ଅନୁଷ୍ଠାନର ନେତୃତ୍ବ ନେଉଥିବା ତଥା ଶିକ୍ଷା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ଅନେକ ମହତ୍ତ୍ବାକାଂକ୍ଷୀ ଉପକ୍ରମକୁ ରୂପ ଦେଇଥିବା ଶ୍ରୀମତୀ ନୀତା ଅମ୍ବାନୀ ଅନନ୍ୟ ଢ଼ଙ୍ଗରେ ଏହି କାର୍ଯ୍ୟକ୍ରମର ଯୋଜନା କରିଥିଲେ । ଶିଶୁମାନେ ଭାରତର ଉଜ୍ଜଳ ଭବିଷ୍ୟତର ସ୍ରଷ୍ଟା-ଏହି ବିଶ୍ବାସରେ ଅନୁପ୍ରାଣୀତ ହୋଇ ସେ ଧିରୁଭାଇ ଅମ୍ବାନୀ ଛକରେ ଚିତ୍ତାକର୍ଷକ ମ୍ୟୁଜିକାଲ୍ ଫାଉଣ୍ଡେସନ ଶୋ ଉପଭୋଗ କରିବାକୁ ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ପରିଚାଳିତ ବିଭିନ୍ନ ଏନ୍ଜିଓରୁ ପ୍ରାୟ ୨୦୦୦ ଅବହେଳିତ ପିଲାଙ୍କୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରିଥିଲେ ।
ପିଲାମାନଙ୍କ ପାଇଁ ମ୍ୟୁଜିକାଲ୍ ଫାଉଣ୍ଟେନ୍ କାର୍ଯ୍ୟକ୍ରମରେ ଝରଣା (ୱାଟର୍ ଫାଉଣ୍ଟେନ)ର କଳକଳ ତଥା ମନଲୋଭା ଗତିର ତାଳେ ତାଳେ ଦୁଇଟି ଲୋକପ୍ରିୟ ଦେଶାତ୍ମବୋଧକ ଗୀତ ‘ବନ୍ଦେ ମାତରମ୍’ ଓ ‘ଜୟ ହୋ’ର ଝଲକ ରହିଥିଲା ।
ଶ୍ରୀମତୀ ନୀତା ଅମ୍ବାନୀ କହିଲେ, ‘ଏହି ମନଲୋଭା ଫାଉଣ୍ଟେନ ଆମ ସମସ୍ତଙ୍କ ହୃଦୟରେ ଆନନ୍ଦ ଓ ଆଶାର ସ୍ରୋତ ସୃଷ୍ଟି କରିବ’ । ‘ଆଗାମୀ ଦିନରେ ବିଶ୍ବସ୍ତରୀୟ ବହୁମୁଖି-ବ୍ୟାବହାରିକ ସୁବିଧା ଥିବା ଜିଓ ୱାର୍ଲ୍ଡ ସେଣ୍ଟରର ଅଂଶବିଶେଷ ଏହି ଅତ୍ୟାଧୁନିକ ତଥା ବିକଶିତ ଛକକୁ ପରିଦର୍ଶନରେ ଆସୁଥିବା ସମସ୍ତ ମୁମ୍ବଇ ଅଧିବାସୀଙ୍କ ଓ ପର୍ଯ୍ୟଟକମାନଙ୍କ ପାଇଁ ଏହା ଏକ ମହାନ ଦର୍ଶନୀୟ ଉପହାର ହେବ । ଏହା ଆମ ଦେଶରେ ସର୍ବବୃହତ ଏବଂ ସର୍ବଶ୍ରେଷ୍ଠ ବିଶ୍ବସ୍ତରୀୟ ସମ୍ମେଳନ ସୁବିଧା ତଥା ଅତ୍ୟାଧୁନିକ ସେବା ଉପଲବ୍ଧ ସ୍ଥଳ ହେବ । ଏହି ବର୍ଷ ଶେଷ ସୁଦ୍ଧା ଜିଓ ୱାର୍ଲ୍ଡ ସେଣ୍ଟର ସର୍ବସାଧାଣଙ୍କ ପାଇଁ ଉନ୍ମୁକ୍ତ ହୋଇଗଲେ ଏହା ଏପରି ଏକ ସ୍ଥାନ ହେବ ଯେଉଁଠି ଲୋକେ କଳାର ପ୍ରଶଂସାରେ, ଭାବନାର ଆଦାନ ପ୍ରଦାନରେ, ସଂସ୍କୃତିକୁ ଉତ୍ସବ ଭାବେ ମନାଇବାରେ ତଥା ଆମର ମହାନ ସହରର ଐତିହ୍ୟ ଏବଂ ଉଦ୍ଦୀପନାରେ ମଜ୍ଜିଯିବାକୁ ଏକାଠି ହେଉଥିବେ । ଶ୍ରୀମତୀ ନୀତା ଅମ୍ବାନୀ ଓ ଶ୍ରୀ ମୁକେଶ ଅମ୍ବାନୀଙ୍କ ପରିବାର ମଧ୍ୟ ସେମାନଙ୍କ ପୁଅ ଆକାଶ ସହିତ ଶ୍ଳୋକା ମେହେଟ୍ଟାଙ୍କ ବିବାହ ଉତ୍ସବ ଥିବାରୁ ଏହି ଉତ୍ସବର ଅୟମାରମ୍ଭ ଅବସରରେ ଆଜିଠାରୁ ସପ୍ତାହ ବ୍ୟାପୀ ଅନ୍ନ ସେବା (ଖାଦ୍ୟ ବଣ୍ଟନ) କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଜିଓ ଗାର୍ଡ଼େନ୍ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଶ୍ଳୋକାଙ୍କ ମାତାପିତାମୋନା ଏବଂ ରସେଲ୍ ମେହେଟ୍ଟାଙ୍କ ସହ ଅମ୍ବାନୀ ପରିବାର ପ୍ରାୟ ୨୦୦୦ ପିଲାଙ୍କୁ ପସନ୍ଦର ଖାଦ୍ୟ ରାତ୍ରଭୋଜନରେ ପରଷିଛନ୍ତି । ଏହି ପିଲାମାନେ ରିଲାଏନ୍ସ ଫାଉଣ୍ଡେସନ ଦ୍ବାରା ‘ସମସ୍ତଙ୍କ ପାଇଁ ଶିକ୍ଷା’, ‘ସମସ୍ତଙ୍କ ପାଇଁ କ୍ରୀଡ଼ା’, ‘ପ୍ରୋଜେକ୍ଟ ଦୃଷ୍ଟି’ ଆଦି ବିବିଧ ସାମାଜିକ ବିକାଶ କାର୍ଯ୍ୟକ୍ରମର ଲାଭାର୍ଥୀ ।
ଶ୍ରୀମତୀ ନୀତା ଅମ୍ବାନୀ କହିଲେ, “ସାରା ସହରରୁ ହଜାର ହଜାର ପିଲା ଏବଂ ବରିଷ୍ଠ ନାଗରିକଙ୍କ ସହ ଖୁସି ବାଣ୍ଟିବାରେ ଏବଂ ସେମାନଙ୍କ ଆଶୀର୍ବାଦ ପାଇଁ ଆମେ ଆନନ୍ଦିତ । ଧିରୁଭାଇ ଅମ୍ବାନୀ ସ୍କୋୟାର୍ରେ ଏହି ସ୍ବତନ୍ତ୍ର ମ୍ୟୁଜିକାଲ୍ ଫାଉଣ୍ଟେନ୍ କାର୍ଯ୍ୟକ୍ରମ ମୁମ୍ବାଇର ଜୀବନ୍ତ ଭାବାବେଗ ପାଇଁ ଉତ୍ସର୍ଗୀକୃତ ଏବଂ ବିବାହ ଉତ୍ସବ ପରେ ଆମେ ପ୍ରତିଦିନ ଆମକୁ ଗୌରବାନ୍ବିତ କରୁଥିବା ବ୍ୟକ୍ତିବିଶେଷ- ଏହି ମହାନ ସହରକୁ ଦିନରାତି (୨୪/୭) ନିରାପଦ ଓ ଚଳତ୍କ୍ଷମ କରୁଥିବା ଆମର ପୁଲିସ, ଆମର ସାମରିକ ଓ ଅର୍ଦ୍ଧସାମରିକ ବାହିନୀ ଯବାନ, ଅଗ୍ନିଶମ କର୍ମଚାରୀ, ବିଏମ୍ସି କର୍ମଚାରୀ ଏବଂ ଅନ୍ୟ ସଭିଙ୍କ ପାଇଁ ବିଭିନ୍ନ ସ୍ବତନ୍ତ୍ର ଶୋ ଆୟୋଜନ କରିବୁ” ।
ସପ୍ତାହ ବ୍ୟାପୀ ଅନ୍ନ ସେବା ପରେ ପରେ ଏକ ବର୍ଷ ପର୍ଯ୍ୟନ୍ତ ସହରରେ ଥିବା ସମସ୍ତ ଅନାଥାଶ୍ରମ ଏବଂ ଜରାନିବାସକୁ ତେଜରାତି (ଗ୍ରୋସରୀ) ସାମଗ୍ରୀ ଯୋଗାଇ ଦିଆଯିବ ।
ଶ୍ରୀମତୀ ନୀତା ଅମ୍ବାନୀଙ୍କ ନେତୃତ୍ବରେ ରିଲାଏନ୍ସ ଫାଉଣ୍ଡେସନ ଶିକ୍ଷା, କ୍ରୀଡ଼ା, ଗ୍ରାମୀଣ ବିକାଶ, କଳାର ପ୍ରୋତ୍ସାହନ ଏବଂ ବିପର୍ଯ୍ୟୟ ପ୍ରଶମନ ଆଦି ନାନା ପ୍ରଭାବୀ ସାମାଜିକ ଉନ୍ନୟନ କାର୍ଯ୍ୟକ୍ରମ କରି ଆସୁଛି ।

   Related Posts