Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମ୍‌ସି କମିଶନର, ପ୍ରେମଚନ୍ଦ୍ର ଚୌଧରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ
  • ||
  • ଡେଲାଙ୍ଗ : କଣାସ ଗାଁ ସମତେ ବଜାରକୁ ୭ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି
  • ||
  • କେନ୍ଦୁଝର ଜେଲ୍‌ରେ ପଶିଲା କରୋନା, ୯ କଏଦୀ କୋଭିଡ଼ ସଂକ୍ରମିତ
  • ||
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ଅପେକ୍ଷାର ଘଟିଲା ଅନ୍ତ : ମାର୍ଚରୁ ଆରମ୍ଭ ହେବ ଜିଓର ଏହି ସୁବିଧା ,୩ମାସ ଯାଏଁ ମିଳିବ ସବୁ ଫ୍ରି

24/02/2019 at 11:51 AM

ନୂଆଦିଲ୍ଲୀ ୨୪/୨: ରିଲାଏନ୍ସ ଜିଓ ପୁଣି ଆଉଥରେ ଲୋକଙ୍କୁ ବଡ଼ ଉପହାର ଦେବାକୁ ପ୍ରସ୍ତୁତ ଅଛି। ରିଲାଏନ୍ସ ଜିଓ ଭାରତୀୟ ଟେଲିକମ୍ ଇଣ୍ଡଷ୍ଟ୍ରିରେ ଖୁବ୍ ଆଗକୁ ବଢ଼ିଥିବା ଟେଲିକମ୍ କମ୍ପାନୀରେ ପରିଣତ ହୋଇଗଲାଣି। କାରଣ ଏହି ଟେଲିକମ୍ କମ୍ପାନୀ ପୁରାପୁରି ଗ୍ରାହକଙ୍କ ପ୍ରତି ସମର୍ପିତ। ଏହି କମ୍ପାନୀ ସବୁ ଖାସ୍ ଅବସରରେ ନିଜ ଗ୍ରାହକଙ୍କ ପାଇଁ ନୂଆ ନୂଆ ଅଫର ଦେଇ ଆସିଥାଏ। ଯାହା ଦ୍ବାରା ଗ୍ରାହକଙ୍କୁ ଖୁବ୍ ଫାଇଦା ମିଳିଥାଏ।

ନିକଟରେ ଏହି କମ୍ପାନୀ ନିଜର ହାପି ନିୟୁ ଇୟର ଅଫର ଲଞ୍ଚ କରିଥିଲା ଯେଉଁଥିରେ ଏହି କମ୍ପାନୀ ନିଜର ସମସ୍ତ ଗ୍ରାହକଙ୍କୁ ୧୦୦ପ୍ରତିଶତ କ୍ୟାସବ୍ୟାକ୍ ପ୍ରଦାନ କରିଥାଏ। ରିଲାଏନ୍ସ ଜିଓ ଖୁବ୍ ଶୀଘ୍ର ଗିଗାଫାଇବର ଆରମ୍ଭ କରିଥାଏ। ଏହି ସେବା ମାର୍ଚ୍ଚରୁ ପ୍ରାୟ ସମସ୍ତ ସହରରେ ଆରମ୍ଭ ହୋଇଯିବ।

ଜିଓ ଗିଗାଫାଇବର ସେବା ଅନୁସାରେ ମିଳୁଥିବା ପ୍ରିଭ୍ୟୁ ଅଫରକୁ ପୂର୍ବରୁ ଲଞ୍ଚ କରିଦେଇଛି ଯାହା ଦ୍ବାରା ଗିଗାଫାଇବର କନେକ୍ସନ୍ ନେଇଥିବା ଗ୍ରାହକଙ୍କୁ ଆରମ୍ଭ ୩ମାସ ସବୁ କିଛି ଫ୍ରି ମିଳିବ। କମ୍ପାନୀ ପ୍ରତ୍ୟେକ ଗ୍ରାହକଙ୍କୁ ୧୦୦ଜିବି ଡାଟା ୧୦୦ଏମବିପିଏସ୍ ସ୍ପିଡରେ ପ୍ରଦାନ କରିବ। ଜିଓର ଫାଇବର ସବୋର ଟେଷ୍ଟିଙ୍ଗ୍ ମୁମ୍ବାଇ ତଥା ଦିଲ୍ଲୀ-ଏନସିଆରର କେତେକ ଅଞ୍ଚଳରେ କିଛି ଦିନ ପୂର୍ବରୁ ଆରମ୍ଭ ହୋଇସାରିଛି। ରିଲାଏନ୍ସ ଜିଓ ଦେଶର ୩୦ଟି ବଡ଼ ସହରରେ ନିଜର ଫାଇବର ଟୁ ହୋମ୍ ସେବା ଖୁବ୍ ଶୀଘ୍ର ଆରମ୍ଭ କରିବାକୁ ଯାଉଛି। ଜିଓର ଏହି ସେବାରେ ଗ୍ରାହକଙ୍କୁ ବିଭିନ୍ନ ପ୍ରକାରର ସୁବିଧା ଦିଆଯିବ।

ଏହି କମ୍ପାନୀ ପ୍ରଥମେ ଏହି ସେବା ବେଙ୍ଗାଲୁରୁ,ଚେନ୍ନାଇ,ପୁଣେ,ରାଞ୍ଚି,ଭୋପାଳ,ଥାଣେ,ଲଖନଉ,କାନପୁର,ପାଟନା,ପ୍ରୟାଗରାଜ,ରାୟପୁର,ଅମୃତସର,ଚଣ୍ଡିଗଡ଼,ଯୋଧପୁର,କୋଟା,ନୂଆଦିଲ୍ଲୀ,ନାଗପୁର,ଗାଜିୟାବାଦ,ଲୁଧିଆନା,ମଦୁରାଇ,ନାସିକ,ଫରିଦାବାଦ,କୋୟମ୍ବାଟୁର,ଗୁଆହାଟୀ,ଆଗ୍ରା,ମେରଟ,ରାଜକୋଟ,ଶ୍ରୀନଗର,ସୋଲାପୁର,ଇନ୍ଦୋର ଆଦି ସ୍ଥାନରେ ଜିଓର ଏହି ସେବା ଆରମ୍ଭ ହେବ।

   Related Posts