Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ରିଲାଏନ୍ସ jio ଆଣିଲେ ନୂଆ ‘ଅଲ-ଇନ-ୱାନ’ ପ୍ଲାନ, ମିଳିବ ୩ଶହ ପ୍ରତିଶତ ଅଧିକ ଲାଭ

4/12/2019 at 9:58 PM

ମୁମ୍ବାଇ :  ରିଲାଏନ୍ସ ଜିଓ ବୁଧବାର ତାଙ୍କର ନୂଆ ଅଲ-ଇନ-ୱାନ-ପ୍ଲାନ ଘୋଷଣା କରିଛନ୍ତି। ଏହି ପ୍ଲାନରେ ଜିଓ ନିଜ ୟୁଜରଙ୍କୁ ୩୦୦ ପ୍ରତିଶତରୁ ବି ଅଧିକ ବେନିଫିଟସ୍ ଦେଉଛନ୍ତି। କମ୍ପାନୀର ଏହି ନୂଆ ଟାରିଫ ପ୍ଲାନ ଦେଶରେ ଡିସେମ୍ବର ୬ ତାରିଖରୁ ଲାଗୁ ହେବ।ଏହି ସବୁ ପ୍ଲାନ କମ୍ପାନୀର ମହଜୁଦ ଟଚ୍ ପଏଣ୍ଟରୁ ଉପଲବ୍ଧ କରାଯାଇପାରେ।

ଅଲ-ଇନ-ୱାନ ପ୍ଲାନ
ନୂଆ ପ୍ଲାନରେ ୧୯୯ ଟଙ୍କାର ବୈଧତା ଥିବା ବେଳେ ୩୯୯ ଟଙ୍କାରେ ୨ ମାସ, ୫୫୫ଟଙ୍କାରେ ୩ ମାସ ଓ ୨୧୯୯ ଟଙ୍କାରେ ୧ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ। ଏହି ସବୁ ପ୍ଲାନ ଏଫୟୁପି ଲିମିଟ ସହିତ ଆସିବ। ଫଳରେ ଜିଓରୁ ଜିଓକୁ ଫ୍ରି କଲିଂ ଫ୍ୟାସେଲିଟି ମିଳୁଥିବା ବେଳେ ନନ ଜିଓ ନେଟୱାର୍କକୁ ପ୍ଲାନ ଅନୁସାରେ ଯଥାକ୍ରମେ ୧ହଜାର, ୨ ହଜାର,୩ ହଜାର ଓ ୧୨ ହଜାର ମିନିଟ୍ ଫ୍ରିକଲିଂ ସୁବିଧା ମିଳିପାରିବ।

ଜିଓଙ୍କ ଏହି ନୂଆ ପ୍ଲାନଭାରତୀୟ ଟେଲିକମ ବଜାରରେ ଏକ ବଡ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ଫ୍ରି କଲିଂ ପ୍ଲାନଗୁଡିକ ସାରା ଦେଶରେ ଜିଓ ୟୁଜରଙ୍କୁ ଅନ୍ୟ ନେଟୱାର୍କ ସହ ସଂଯୁକ୍ତ କରିରଖିବ। ଫଳରେ ଜିଓ ବିଶ୍ବରେ ସବୁଠୁ ଶସ୍ତାମୂଲ୍ୟରେ  ସର୍ବୋତ୍ତମ ଗୁଣମାନର ସେବା ଯୋଗାଇ ଦେବାରେ ପ୍ରଥମ କମ୍ପାନୀ ପାଲଟିବ ବୋଲି କୁହାଯାଇଛି।     

   Related Posts