ଜିଓ ଗ୍ରାହକଙ୍କ ପାଇଁ ଏକ ଖରାପ ଖବର: ଆଡଲ୍ଟ ସାଇଟ ଦେଖିଲେ ଘଣ୍ଟେ ଭିତରେ ବ୍ଲକ ହୋଇଯିବ ନମ୍ବର

Published By : Prameya-News7 Bureau | January 04, 2019 IST

ଦିଲ୍ଲୀ ୪/୧ : ବଜାରକୁ ଜିଓ ସିମ ଆସିବା ପରେ ଟେଲିକମ ବଜାରର ଅବସ୍ଥା ଏତେ ଖରାପ ଥିଲା ଯେ, କେହି ମଧ୍ୟ ଇଣ୍ଟରନେଟ ଭିଡିଓ ଦେଖିପାରୁନଥିଲେ | ଏହାସହ ଡାଉନଲୋଡ଼ ସ୍ପିଡ଼ ମଧ୍ୟ ବହୁତ କମ ଥିଲା | ଯାହାଫଳରେ ଡାଉନଲୋଡ଼ ପାଇଁ ଅଧିକ ସମୟ ଲାଗୁଥିଲା | କିନ୍ତୁ ରିଲାଏନ୍ସ ଜିଓ କମ୍ପାନୀ ଟେଲିକମ ବଜାରରେ ପାଦ ଥାପିବା ପରେ ଟେଲିକମ ମାର୍କେଟର ଅବସ୍ଥା ବହୁତ ସୁଧୁରି ଯାଇଥିଲା | ଏବେ ଲୋକେ ଅତି ସହଜରେ ନିଜ ପସନ୍ଦର ଭିଡିଓ ଦେଖିପାରୁଛନ୍ତି ଏବଂ ଅତି କମ ସମୟରେ ଡାଉନଲୋଡ଼ ମଧ୍ୟ କରିଛନ୍ତି |

{"id":70314,"width":590,"height":440}

ଇଣ୍ଟରନେଟରେ ସବୁ ପ୍ରକାର କାମ ହୋଇଥାଏ | ସେଥିପାଇଁ ଅଧିକାଂଶ ଲୋକେ ଇଣ୍ଟରନେଟ ଜରିଆରେ ସହଜରେ ନିଜ କାମ କରିଥାନ୍ତି | ଅପରପକ୍ଷରେ କିଛି ଲୋକେ ଆଡଲ୍ଟ ୱେବସାଇଟରେ ନିଜର ସମୟ ବର୍ବାଦ କରୁଛନ୍ତି | ଏକ ସର୍ଭେରୁ ଜଣାପଡିଛି ଯେ, ଗତ କିଛି ଦିନ ହେଲା ଇଣ୍ଟରନେଟରେ ଆଡଲ୍ଟ ୱେବସାଇଟ ଆକ୍ଟିଭିଟି ବହୁତ ବଢିଯାଇଛି | କାରଣ ଫ୍ରି ଏବଂ ଶସ୍ତା ଇଣ୍ଟରନେଟ ଯୋଗୁଁ ଲୋକେ ସହଜରେ ଆଡଲ୍ଟ ୱେବସାଇଟକୁ ଯାଇ ତାର ଫାଇଦା ଉଠାଉଛନ୍ତି | ତେବେ ଯେଉଁମାନେ ଜିଓ ସିମ ବ୍ୟବହାର କରୁଛନ୍ତି ଏବଂ ଆଡଲ୍ଟ ୱେବସାଇଟ ଯାଇ ନିଜ ସମୟ ବର୍ବାଦ କରୁଛନ୍ତି ତାଙ୍କ ପାଇଁ ଏକ ଦୁଃସମ୍ବାଦ ରହିଛି |

{"id":70313}

ନିକଟରେ ଭାରତ ସରକାର ଏହି ଆଡଲ୍ଟ ୱେବସାଇଟକୁ ବନ୍ଦ କରିବା ପାଇଁ ଶକ୍ତ ପଦକ୍ଷେପ ନେଇଛନ୍ତି | ଭାରତ ସରକାର ସମୁଦାୟ ୮୨୭ ଆଡଲ୍ଟ ୱେବସାଇଟକୁ ବନ୍ଦ କରିଦେଇଥିବା ଜଣାପଡିଛି | ଏହାସହ ଇଣ୍ଟରନେଟ ଯୋଗାଉଥିବା ସମସ୍ତ ଟେଲିକମ କମ୍ପାନୀଗୁଡିକୁ ଏହି ନିୟମ ପାଳନ କରିବା ପାଇଁ ନିର୍ଦେଶ ଦେଇଛନ୍ତି | ଏହି ନିୟମ ଅନୁଯାୟୀ, କମ୍ପାନୀକୁ ସମସ୍ତ ଆଡଲ୍ଟ ୱେବସାଇଟକୁ ନିଜ କମ୍ପାନୀ ତରଫରୁ ବନ୍ଦ କରିବାକୁ ହେବ | ଏକ ସର୍ଭେରୁ ଜଣାପଡିଛି ଯେ, ଏହି ସବୁ ୱେବସାଇଟ ଏବଂ ଭିଡିଓ ଯୋଗୁଁ ଦେଶରେ ମହିଳାଙ୍କ ପ୍ରତି ଅସଦାଚରଣ ଏବଂ ହିଂସା ଘଟଣା ବଢ଼ିବାରେ ଲାଗିଛି |

{"id":70316,"width":585,"height":328}

ସେଥିପାଇଁ ଭାରତ ସରକାର ତଥା ସମସ୍ତ କମ୍ପାନୀ ଏହାକୁ ନେଇ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି | ଯାହାଫଳରେ ଟେଲିକମର ପ୍ରସିଦ୍ଧ କମ୍ପାନୀ ଜିଓକୁ ଭାରତ ସରକାର ବହୁତ ପ୍ରଶଂସା କରିଛନ୍ତି | ଏହାସହ ସମସ୍ତ ଜିଓ ଗ୍ରାହକଙ୍କୁ ସୂଚାଇ ଦିଆଯାଇଛି ଯେ, କୌଣସି ଗ୍ରାହକ ଆଡଲ୍ଟ ୱେବସାଇଟ ଭିଜିଟ ନକରନ୍ତୁ | ଯଦି କୌଣସି ଜିଓ ଗ୍ରାହକ କମ୍ପାନୀର ଏହି ନିର୍ଦେଶ ପାଳନ ନକରେ ତାହେଲେ ଘଂଟାଏ ଭିତରେ ଗ୍ରାହକ ନମ୍ବର ବନ୍ଦ କରିଦିଆଯିବ ବୋଲି କମ୍ପାନୀ ନିର୍ଦେଶନାମା ଜାରି କରିଛି | ଏହାସହ ନମ୍ବର ବନ୍ଦ କରିବା ପୂର୍ବରୁ କୌଣସି ଗ୍ରାହକଙ୍କୁ କୌଣସି ଚେତାବନୀ ଦିଆଯିବ ନାହିଁ ବୋଲି ମଧ୍ୟ କମ୍ପାନୀ ନିର୍ଦେଶ ଦେଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.