ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର, ଏହି ଦିନଠାରୁ ଜିଓ ହେବ ଫ୍ରି

Published By : Prameya-News7 Bureau | October 18, 2019 IST

ନିକଟରେ ରିଲାଏନ୍ସ ଜିଓ ନିଜ ନେଟୱାର୍କରୁ ଅନ୍ୟ ନେଟୱାର୍କକୁ କଲ ପିଛା ୬ପଇସା କଟିବ ବୋଲି ଘୋଷଣା କରିଛି। ସେବେଠୁ ଭୋଡାଫୋନ, ଆଇଡିଆ ଓ ଏୟାରଟେଲ ଭଳି ପ୍ରତିଦ୍ବନ୍ଦ୍ବି ଅପେରେଟର ଏହି ନିଷ୍ପତ୍ତି ପାଇଁ ଜିଓକୁ ଟ୍ରୋଲ କରୁଛନ୍ତି। ତେବେ ଜିଓର ଏହି ନିଷ୍ପତ୍ତି ପରେ ଜିଓ ଗ୍ରାହକ ସଂଖ୍ୟା ଉପରେ କଣ ପ୍ରଭାବ ପଡିବ ତାହା ଦେଖିବା ବାକି ରହିଛି। 

ଏହା ବ୍ୟତୀତ କମ୍ପାନୀ ନିଜ ପ୍ରିପେଡ ଯୋଜନାରେ ମଧ୍ୟ ପରିବର୍ତ୍ତନ ଆଣିଛି। ଜିଓର ସବୁ ପ୍ଲାନ ଏବେ IUC ଟପ୍‌ଅପ୍‌ ସହ ଆସୁଛି। ଏହା ଦ୍ବାରା ଜିଓ ଗ୍ରାହକ ଅନ୍ୟ ନେଟୱାର୍କକୁ କଲ କରି ପାରିବେ। ରିଲାଏନ୍ସ ଜିଓ ନିଜ ନେଟୱାର୍କ ଓ ଲ୍ୟାଣ୍ଡଲାଇନ୍‌ କଲକୁ ଫ୍ରି ରଖି ଅନ୍ୟ ନେଟୱାର୍କ କଲ ପାଇଁ ଏହି ନିୟମ ଲାଗୁ କରିଛି। ଜିଓ ଅନୁସାରେ ଆଗାମୀ ବର୍ଷ ମଧ୍ୟରେ ଆରମ୍ଭ ହୋଇଥିବା IUC ଚାର୍ଜ କମିଯିବ। ଏହା ପରେ ଜିଓ ପୁଣି ତାର ଫ୍ରି କଲିଂ ପ୍ଲାନ ଆରମ୍ଭ କରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.