Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗ୍ରାହକଙ୍କ ପାଇଁ ଜିଓ ଆଣିଲା ନୂଆ ଉପହାର ; ମିଳିବ ବର୍ଷକର ଲାଭ

18/05/2019 at 2:03 PM

ମୁମ୍ବାଇ ୧୮/୫ :  ଜିଓ ସବୁବେଳେ ନିଜ ଗ୍ରାହକଙ୍କ ପାଇଁ ନୂଆ ନୂଆ ଉପହାର ଆଣିଥାଏ । ଯେଉଁଥିପାଇଁ ପ୍ରତିଦିନ ଜିଓ ସହ ନୂଆ ନୂଆ ଗ୍ରାହକ ଯୋଡି ହେଉଛନ୍ତି । ଟେଲିକମ ସେକ୍ଟରରେ ଜିଓ ଖୁବ ଶୀଘ୍ର ନିଜର ପ୍ରଭୃତ୍ୱ ବିସ୍ତାର କରିଛି । ଜିଓ ସବୁବେଳେ ଗ୍ରାହକଙ୍କୁ ଉପହାର ଦେଇଥାଏ । ଜିଓ ସେଲିବ୍ରେସନ ଅଫର ଅନୁଯାୟୀ, ଗ୍ରାହକଙ୍କୁ ଅନେକଥର ୮ ଜିବି କିମ୍ବା ୧୦ ଜିବି ଡାଟା ଅଫର ଦେଇଛି ।

ଜିଓ ପୁଣିଥରେ ନିଜ ଗ୍ରାହକଙ୍କ ପାଇଁ ସରପ୍ରାଇଜ ଗିଫ୍ଟ ଆଣିଛି । ଏହି ଗିଫ୍ଟ ଅନୁଯାୟୀ ଗ୍ରାହକଙ୍କୁ ବର୍ଷକର ଲାଭ ମିଳିବ । ଏହି ଅଫରର ଲାଭ ଉଭୟ ନୂଆ ଓ ପୂରୁଣା ଗ୍ରାହକ ଉଠାଇ ପାରିବେ । ଏହି ଅଫରର ଲାଭ ଉଠାଇବା ପାଇଁ ଆପଣଙ୍କୁ ଜିଓ ଆପର ମାୟ ପ୍ଲାନ ସେକ୍ସନକୁ ଯିବାକୁ ହେବ । ଏଥିରେ ଆପଣଙ୍କୁ ଫ୍ରିରେ ଗୋଟିଏ ବର୍ଷ ପାଇଁ ଜିଓ ପ୍ରାଇମ ମେମ୍ବରସିପ ଦିଆଯିବ ।  

ଏଥିପାଇଁ ଆପଣଙ୍କୁ ମାୟ ସେକ୍ସନ ପ୍ଲାନରେ ଦିଆଯାଇଥିବା ଅନୁରୋଧକୁ ସଫଳତା ପୁର୍ବକ ଅବଲମ୍ବନ କରିବାକୁ ପଡିବ । ଏହି ପ୍ଲାନ ଅନୁଯାୟୀ ଗ୍ରାହକ ଜିଓ ମ୍ୟୁଜିକ, ଜିଓ ଟିଭିର ଲାଭ ଉଠାଇ ପାରିବେ । ଏଥିପାଇଁ କୌଣସି ଅତିରିକ୍ତ ଟଙ୍କା ଲାଗିବ ନାହିଁ ।

   Related Posts