ଜିଓ ଗ୍ରାହକଙ୍କ ପାଇଁ ବଡ ଖବର: ଫ୍ରି କଲିଂ ପରେ ଏବେ କମ୍ପାନୀ ବନ୍ଦ କଲା ଏହି ଅଫର

Published By : Prameya-News7 Bureau | November 28, 2019 IST

ଟେଲିକମ୍‌ ଜଗତକୁ ୨୦୧୬ ମସିହାରେ ଜିଓର ଏଣ୍ଟ୍ରି ହୋଇଥିଲା। ଜିଓ ଆସିବା ପରେ ୬ ମାସ ପର୍ଯ୍ୟନ୍ତ ଫ୍ରି କଲିଂ ସାଙ୍ଗକୁ ଇଣ୍ଟରନେଟ୍‌ ସେବା ମଧ୍ୟ ଉପଲବ୍ଧ କରାଇଥିଲା।ଜିଓ ମାର୍କେଟକୁ ଆସିବା ପରେ ଟେଲିକମ ସେକ୍ଟରରେ ହଇଚଇ ସୃଷ୍ଟି ହୋଇଥିଲା। ଫ୍ରି କଲିଂ ଓ ଫ୍ରି ଡାଟାର ସେବା ଯୋଗୁଁ ଜିଓ ଲୋକଙ୍କ ମନପସନ୍ଦ ନେଟୱାର୍କ ପାଲଟିଥିଲା।

ଜିଓର ଶସ୍ତା ଅଫର ଓ ଫ୍ରି ଡାଟା ଦ୍ବାରା ଅନ୍ୟ କମ୍ପାନୀଙ୍କର ବ୍ୟବସାୟରେ କ୍ଷତି ହେଉଥିଲା। ନିକଟରେ ଜିଓର ଏକ ବିଶେଷ ସୂଚନା ସାମ୍ନାକୁ ଆସିଥିଲା। ଜିଓ କେବଳ ଜିଓ ଟୁ ଜିଓ କଲିଂରେ ଫ୍ରି ସୁବିଧା ଦେଇ ଅନ୍ୟ ନେଟୱାର୍କ ପାଇଁ ଚାର୍ଜ ନେଉଛି। ଏହା ଗ୍ରାହକଙ୍କ ପାଇଁ କୌଣସି ଝଟକାରୁ କମ ନଥିଲା।

ଏବେ ଜିଓର ଆଉ ଏକ ଖବର ସାମ୍ନାକୁ ଆସିଛି । ଜିଓ ଫାଇବର ପ୍ରିଭ୍ୟୁ ଅଫରକୁ ଜିଓ ବନ୍ଦ କରିଦେଇଛି। ଜିଓର ପ୍ରିଭ୍ୟୁ ଅଫର ଏବେ ଜିଓ ପେଡ୍‌ ପ୍ଲାନରେ ସିଫ୍ଟ କରାଯିବାର ଯୋଜନା କରାଯାଉଛି। ଏହି ପ୍ରିଭ୍ୟୁ ଅଫରରେ ଗ୍ରାହକଙ୍କୁ ୧୦୦୦ ଏମ୍‌ବିପିଏସ୍‌ ସ୍ପିଡରେ ୧୧୦୦ ଜିବି ଡାଟା ମିଳୁଥିଲା। ଏହି ଡାଟା ପାଇଁ ଗ୍ରାହକ କୌଣସି ଚାର୍ଜ ନିଆଯାଉନଥିଲା। ହେଲେ ଏବେ ପ୍ରିଭ୍ୟୁ ଗ୍ରାହକଙ୍କୁ ଫାଇବର ସେବା ପାଇଁ ୬୯୯ ଟଙ୍କା ଚାର୍ଜ ଦେବାକୁ ପଡିବ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.