ଏଣିକି Jio ଗ୍ରାହକଙ୍କୁ ମିଳିବ ନାହିଁ ଟପ୍ ଅପ୍ ଭାଉଚର୍ସ ସହିତ ଅତିରିକ୍ତ ଡାଟା !
1/01/2021 at 9:04 PM

ନୂଆଦିଲ୍ଳୀ ୦୧/୦୧: ରିଲାଏନ୍ସ ଜିଓ ନୂଆବର୍ଷ ପାଇଁ ଗ୍ରାହକଙ୍କୁ ଭେଟି ଦେଇଛି। ଜିଓରୁ ଅନ୍ୟ ନେଟଓ୍ବର୍କକୁ କଲ କଲେ ମାଗଣା। ଏହି ସୁବିଧା ପୂର୍ବରୁ ଥିଲା। ପୁଣି ଥରେ ଏହାକୁ ଲାଗୁ କରିଛି କମ୍ପାନୀ। କିନ୍ତୁ ଏହାର ଅର୍ଥ ନୁହେଁ କି ଆପଣ ବିନା କୌଣସି ପ୍ଲାନ୍ରେ କଲ୍ କରିପାରିବେ। ନିଜ ଜିଓ ନମ୍ବରରେ କୌଣସି ପ୍ଲାନ୍ର ରିଚାର୍ଜ କଲେ କଲିଂ ସୁବିଧା ପାଇବେ। କିନ୍ତୁ ଏଥିପାଇଁ ମିଳୁଥିବା ଅତିରିକ୍ତ ଡାଟା ଆଉ ମିଳିବନାହିଁ।
ଅଫନେଟ୍ କଲିଂ ପାଇଁ ଏବେ ପର୍ଯ୍ୟନ୍ତ ଟଙ୍କା ଲାଗୁଥିଲା। ତେଣୁ ସେପର୍ଯ୍ୟନ୍ତ ଜିଓ ନିଜର ଗ୍ରାହକଙ୍କୁ ଟପ୍ ଅପ୍ ଭାଉଚର୍ସ ସହ ୧ ଜିବି, ୨ଜିବି, ୫ ଜିବି, ୧୦ ଜିବି, ୫୦ ଜିଭି ଓ ୧୦୦ ଜିବି ଡଟା ଦେଉଥିଲା। ଏହି ଟକ୍ ଟାଇମ୍ ଭାଉଚର୍ସ ୧୦ ଟଙ୍କାରୁ ଆରମ୍ଭ ହୋଇ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଥିଲା। ଏହା ସହିତ କମ୍ପାନୀ ପକ୍ଷରୁ ଅତିରିକ୍ତ ଡାଟା ମଧ୍ୟ ଗ୍ରାହକଙ୍କୁ ମିଳୁଥିଲା। କିନ୍ତୁ ଏଣିକି ଏହି ଡାଟା ଆଉ ମିଳିବ ନାହିଁ।
ଜିଓରୁ ଅନ୍ୟ ନମ୍ବରକୁ କଲ୍ କଲେ ପ୍ରତି ୧୦ ଟଙ୍କା ଉପରେ ଗ୍ରାହକଙ୍କୁ ଅତିରିକ୍ତ ଏକ ଜିବି ଡାଟା ଦିଆଯାଉଥିଲା। କିନ୍ତୁ ଏବେ ଏହି ଅଫ୍ କଲିଂ ମାଗଣା ହୋଇଯିବାରୁ ଅତିରିକ୍ତ ଡାଟା ଅଫର ଦିଆଯିବ ନାହିଁ ବୋଲି ରିଲାଏନ୍ସ ଜିଓ ଓ୍ବେବସାଇଟ୍ରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ, ଅକ୍ଟୋବର ୨୦୨୦ ପାଖରୁ ଅନ୍ୟ ନମ୍ବରରେ କଲ କରିବା ଉପରେ ଚାର୍ଜ ଲଗାଇବା ଆରମ୍ଭ କରିଥିଲା ଜିଓ। ପ୍ରତି ମିନିଟ୍କୁ ୬ ପଇସା କଟୁଥିଲା। ଏଥିପାଇଁ କମ୍ପାନୀ କିଛି ସ୍ବତନ୍ତ୍ର ରିଚାର୍ଜ ପ୍ଲାନ୍ ଆଣିଥିଲା। କିନ୍ତୁ ଏହାକୁ ଏବେ ବନ୍ଦ କରିଦିଆଯାଇପାରେ ବୋଲି ସୂଚନା ମିଳିଛି।