Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ସାବଧାନ- ଜିଓର ଫ୍ରି ରିଚାର୍ଜ ବିଷୟରେ କରାଯାଉଥିବା ଏହି ଫେକ୍‌ ନ୍ୟୁଜ୍‌ ବା ମିଛ ଖବରରୁ ଦୂରରେ ରୁହନ୍ତୁ, ହୋଇପାରେ ଆପଣଙ୍କ ତଥ୍ୟ ଚୋରି

26/08/2019 at 4:13 PM

ନୂଆଦିଲ୍ଲୀ . – ଏବେ ଜିଓ ଦେଶର ଏକ ଅଗ୍ରଣୀ କଲ୍‌ ଓ ଡାଟା ସେବା ପ୍ରଦାନ କରୁଥିବା କମ୍ପାନୀ . ଏହାର ଉପଭୋକ୍ତାଙ୍କ ସଂଖ୍ୟା ଅନେକ ରେକର୍ଡ ସ୍ତରରେ ପହଞ୍ଚିଛି । ଏବେ ଜିଓର ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଫେକ୍‌ ନ୍ୟୁଜ୍‌ ବା ମିଛ ପ୍ରଚାର କରାଯାଉଛି । କେତେବେଳେ ହ୍ୱାଟସ୍‌ଆପ୍‌ରେ ଏହାର ସନ୍ଦେଶ ଆସୁଛି ତ କେତେବେଳେ ୟୁଟ୍ୟୁବରେ କେତକ ନିଜସ୍ୱ ଚ୍ୟାନେଲ୍‌ରେ ଏପରି ମିଛ ଖବରର ପ୍ରଚାର ହେଉଛି । ଏପରି କିରିବା ଦ୍ୱାରା କେତକ ଠକ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ବି ଚୋରି କରୁଛନ୍ତି । ବେଳେ ବେଳେ ଏପରି ମିଛ ପ୍ରଚାରରୁ ଦୂରରେ ରୁହନ୍ତୁ ।
ତେବେ ଆସନ୍ତୁ ଜାଣିବା କଣ ସବୁ ଏହି ମିଛ ଖବର –

କେତକ ୟୁଟ୍ୟୁବ ଭିଡିଓରେ ୩୯୯ ଟଙ୍କାର ରିଚାର୍ଜ କଲେ ତିନିମାସ ଫ୍ରି କଲ୍‌ ଓ ଡାଟା ସହ ୩୯୯ ଟଙ୍କା ଫେରସ୍ତ ପାଉଛନ୍ତି ବୋଲି ଖବର ପ୍ରଚାର କରୁଛନ୍ତି . ଏପରି ପ୍ରଚାର କରୁଥିବା କେତକ ଓ୍ୱେବସାଇଟ୍‌ ମଧ୍ୟ ମିଛ ଖବର ଦେଉଛନ୍ତି । ଭଲ କରି ଏହାକ ଯାଞ୍ଚ କରି ନିଅନ୍ତୁ । ଏଥିରା ଆପଣଙ୍କ ଇମେଲ୍‌ , ଫୋନ୍‌ ନମ୍ବର କିମ୍ବା କୌଣସି ବ୍ୟକ୍ତିଗତ ତଥ୍ୟ ମାଗିଥିଲେ ତାହା ଦିଅନ୍ତୁ ନାହିଁ ।

ବେଳେ ବେଳେ ହ୍ୱାଟସ୍‌ଆପ୍‌ରେ ମେସେଜ୍‌ ବା ସନ୍ଦେଶ ଆସେ ଏହାକୁ ୧୦ଟି ଗ୍ରୁପ୍‌ରେ ସେୟାର କଲେ ଫ୍ରି ରିଚାର୍ଜ ମିଳିବ , ଏହ ସମ୍ପୂର୍ଣ୍ଣ ମିଛ ଓ ଭ୍ରମାତ୍ମକ ଖବର । ଅନେକ ଲୋକ ଏହାକୁ ସେୟାର କରିଥାଆନ୍ତି । ଏଥିରେ ଥିବା ସ୍ପାମ୍‌ ଲିଙ୍କ କୁ ବି ସେୟାର କରନ୍ତି । ମାତ୍ର ଏହା ଆପଣଙ୍କ ପାଇଁ ବିପଦ ହୋଇପାରେ । ବେଳେ ବେଳେ କେତକ ଫିସିଂ ବା ତଥ୍ୟ ଚୋରି କରୁଥିବା ଓ୍ୱେବସାଇଟ୍‌ ଏପରି କରିଥାଆନ୍ତି । ଏହା ଏକ ପ୍ରକାରର ଠକାମୀ । ଅନେକ ଲୋକ ଜାଣି ନପାରି ଏପରି ଠକାମୀର ଶିକାର ହୁଅନ୍ତି ।

ଏହି କମ୍ପାନୀମାନେ ଆପଣଙ୍କ ତଥ୍ୟ ନେଇ ଅନ୍ୟ ଟେଲିମାର୍କେଟିଂ କମ୍ପାନୀକୁ ବିକ୍ରି କରିଥାଆନ୍ତି ।

ଆପଣଙ୍କୁ ଜିଓ ବିଷୟରେ ଜାଣିବାକୁଥିଲେ ଏହାର ଅଫିସିଆଲ୍‌ ସାଇଟ୍‌ www.jio.com ରେ ସମସ୍ତ ତଥ୍ୟ ପାଇ ପାରିବେ । ତେଣୁ ଅନ୍ୟ ସାଇଟ୍‌ରେ ନିଜର କୌଣସି ବ୍ୟକ୍ତି ଗତ ତଥ୍ୟ ଦିଅନ୍ତୁ ନାହିଁ ।

I

   Related Posts