ଫ୍ରି କଲିଂ ବନ୍ଦ ପରେ ଜିଓ (Jio) ଆଣିଛି ବେଷ୍ଟ ପ୍ରିପେଡ୍‌ ପ୍ଲାନ…୫ଜିବି ଡାଟା ସହ ମିଳିବ ଅନଲିମିଟେଡ୍‌ କଲିଂ

Published By : Prameya-News7 Bureau | November 08, 2019 IST

ନୂଆଦିଲ୍ଲୀ୮|୧୧: ନିକଟରେ ରିଲାଏନ୍ସ ଜିଓ ଅନ୍ୟ ନେଟୱାର୍କକୁ ଫ୍ରି କଲିଂର ସେବା ବନ୍ଦ କରିବାର ଘୋଷଣା କରିଥିଲା। ଜିଓର ଏହି ଖବର ପରେ ଗ୍ରାହକ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ। ଫ୍ରି କଲିଂ ସେବା ବନ୍ଦ ହେବା ପରେ ଗ୍ରାହକଙ୍କ ରାଗ ଶାନ୍ତ କରିବା ପାଇଁ ରିଲାଏନ୍ସ ପୁଣିଥରେ ଧମାକେଦାର ପ୍ଲାନ ଆଣିଛି। ପ୍ରିପେଡ ୟୁଜର୍ସଙ୍କ ପାଇଁ ଜିଓର ଏହି ନୂଆ ପ୍ଲାନ ଉଦ୍ଦିଷ୍ଟ।

୧୯୮ର ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୨ଜିବି ଡାଟା ସହ ୨୮ ଦିନ ପର୍ଯ୍ୟନ୍ତ ଅନଲିମିଟେଡ୍‌ ଜିଓରୁ ଜିଓକୁ କଲିଂ, ୧୦୦ ଫ୍ରି SMS ସହ ଜିଓ ସର୍ଭିସର ଫ୍ରି ଆକ୍ସେସ ମଧ୍ୟ ମିଳିବ। ଏହି ପ୍ଲାନର ଅବଧି ୨୮ ଦିନ ଯାଏଁ ରହିବ। ବ୍ୟତୀତ ଜିଓ ୩୯୮ ଟଙ୍କାର ଆଉ ଏକ ପ୍ରିପେଡ ପ୍ଲାନ ଆଣିଛି। ଏହି ପ୍ଲାନରେ ମଧ୍ୟ ୨ଜିବି ଡାଟା ସହ ୨୮ ଦିନ ପର୍ଯ୍ୟନ୍ତ ଅନଲିମିଟେଡ୍‌ ଜିଓ ଟୁ ଜିଓ କଲିଂ, ୧୦୦ ଫ୍ରି SMS ସହ ଜିଓ ସର୍ଭିସର ଫ୍ରି ଆକ୍ସେସ ମଧ୍ୟ ମିଳିବ। ହେଲେ ଏହି ପ୍ଲାନର ଅବଧି ୭୦ ଦିନ ପର୍ଯ୍ୟନ୍ତ ରହିବ।

ଏହା ବ୍ୟତୀତ ଜିଓ ୪୪୮ ଟଙ୍କାର ଏକ ପ୍ଲାନ ଆଣିଛି। ଏହି ପ୍ଲାନର ଅବଧି ୮୪ ଦିନ ପର୍ଯ୍ୟନ୍ତ ରହିବ। ଏଥିରେ ମଧ୍ୟ ୨ଜିବି ଡାଟା ସହ ୨୮ ଦିନ ପର୍ଯ୍ୟନ୍ତ ଅନଲିମିଟେଡ୍‌ ଜିଓ ଟୁ ଜିଓ କଲିଂ, ୧୦୦ ଫ୍ରି SMS ସହ ଜିଓ ସର୍ଭିସର ଫ୍ରି ଆକ୍ସେସ ମିଳିବ। ଅପରପକ୍ଷରେ ୨୯୯ଟଙ୍କାର ପ୍ଲାନରେ ୨୮ ଦିନ ଅବଧି ସହ ୩ ଜିବି ଡାଟା ମିଳିବ। ଏହା ସହ ଜିଓ ୫୦୯ ଓ ୭୯୯ ଟଙ୍କାରେ ୨ଟି ପ୍ରିପେଡ ପ୍ଲାନ ଆଣିଛି। ୫୦୯ ଟଙ୍କା ପ୍ଲାନରେ ଗ୍ରାହକଙ୍କୁ ୨୮ ଦିନ ଅବଧି ସହ ୪ଜିବି ଡାଟା ମିଳିବ। ୭୯୯ ଟଙ୍କା ପ୍ଲାନରେ ଗ୍ରାହକଙ୍କୁ ୫ ଜିବି ଡାଟା ମିଳିବ।  

ରିଲାଏନ୍ସ ଜିଓ ଏବେ ପେଟିଏମ୍‌ ସହ ପାର୍ଟନରସିପ୍‌ କରିଛି। ଏଥିପାଇଁ ପେଟିଏମ୍‌ ଦ୍ବାରା ରିଲାଏନ୍ସ ଜିଓ ୪୪୪ ଓ ୫୫୫ ଟଙ୍କାର ପ୍ରିପେଡ ପ୍ଲାନ ରିଚାର୍ଜ କରିଲେ ୫୦ ଟଙ୍କା ଯାଏଁ କ୍ୟାସବ୍ୟାକ ମିଳିବ। ୪୪୪ ଟଙ୍କାର ରିଚାର୍ଜ କରିଲେ ୪୪ ଟଙ୍କା ଓ ୫୫୫ ରିଚାର୍ଜ କରିଲେ ୫୦ ଟଙ୍କା କ୍ୟାସବ୍ୟାକ ମିଳିବ। Cashback ପାଇଁ ରିଚାର୍ଜ କରିବା ସମୟରେ SHUBHP50 ଟଙ୍କା ପ୍ରମୋକୋଡ୍‌ ଲେଖିବାକୁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.