ଜିଓ ଫୋନ୍ ଦୀପାବଳି ଅଫର-୬୯୯ ଟଙ୍କାରେ ଫୋନ୍ ସହ ମିଳିବ ୭୦୦ ଟଙ୍କାର ଡାଟା
1/10/2019 at 3:37 PM

ନୂଆଦିଲ୍ଲୀ – ଜିଓ ଫୋନ୍ ପକ୍ଷରୁ ଦୀପାବଳି ଅଫର୍ ଘୋଷଣା କରାଯାଇଛି । ଏଥିରେ ୬୯୯ ଟଙ୍କାରେ ଗୋଟିଏ ଫୋନ୍ ସହ ୭୦୦ ଟଙ୍କାର ଡାଟା ମିଳିବ । ଜିଓ ଫୋନ୍ର ଦାମ ୧୫୦୦ ଟଙ୍କା । ଏଥିପାଇଁ ପୁରୁଣା ଫୋନ୍ ଏକ୍ସଚେଞ୍ଜ ବା ବଦଳାଇବାର ଆବଶ୍ୟକତା ନାହିଁ ।

ଏଥିରେ ଜଣେ ଗ୍ରାହକଙ୍କର ୮୦୦ ଟଙ୍କା ଲାଭ ହେବ । ଜିଓ ଫୋନ୍ ଏକ ଫିଚର ଫୋନ୍ ଏଥିରେ ଗୁଗୁଲ୍ ଓ ହ୍ୱାଟସ୍ଆପ୍ ସପୋର୍ଟ ଦିଆଯାଇଛି । ୭୦୦ ଟଙ୍କାର ଡାଟା ପାଇବା ପାଇଁ ଆପଣଙ୍କୁ ରିଚାର୍ଜ କରିବାକୁ ପଡିବ । ପ୍ରଥମ ୭ଟି ରିଚାର୍ଜପରେ ଉପଭୋକ୍ତାଙ୍କ ଆକାଉଣ୍ଟରେ ୯୯ ଟଙ୍କା ଆଡ୍ କରିଦିଆଯିବ ।

ଜିଓ ଫୋନ୍ କିଣିଲେ ୮ଶହ ଟଙ୍କାର ସଞ୍ଚୟ ସହ ୭୦୦ ଟଙ୍କାର ଡାଟା ମିଳିବ । ଜଣେ ଉପଭୋକ୍ତାଙ୍କୁ ମୋଟ୍ ୧୫ଶହ ଟଙ୍କାର ଲାଭ ହେବ ।
ଜିଓ ଫୋନ୍ରେ ୨.୪ ଇଞ୍ଚର ଡିସ୍ପ୍ଲେ ସହ ୨ ମେଗା ପିକ୍ସେଲର କ୍ୟାମେରା ରହିଛି । ଏଥିରେ ମାଇକ୍ରୋ ଏସ୍ଡି କାର୍ଡ ବି ପକାଇ ପାରିବେ ।