Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଓଡ଼ିଶାରେ ମୋବାଇଲ ଗ୍ରାହକ କ୍ଷେତ୍ରରେ ୨୫% ରୁ ଅଧିକ ବଜାର ଅଂଶ ଅକ୍ତିଆର କଲା ଜିଓ’ : ଜାନୁଆରୀ ୨୦୧୯ରେ ସଂଯୋଗ ହୋଇଛନ୍ତି ୩.୫ ଲକ୍ଷରୁ ଅଧିକ ଗ୍ରାହକ

25/03/2019 at 9:28 AM

ଭୁବନେଶ୍ୱର ୨୫/୩ : ମୋବାଇଲ ଗ୍ରାହକଙ୍କ ତଥ୍ୟ ସମ୍ପର୍କରେ ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଏ) ଦ୍ୱାରା ପ୍ରକାଶ କରାଯାଇଥିବା ସର୍ବଶେଷ ରିପୋର୍ଟ ଅନୁଯାୟୀ ବର୍ତମାନ ସୁଦ୍ଧା ରିଲାଏନ୍ସ ଜିଓ ଓଡ଼ିଶାରେ ମୋବାଇଲ ଗ୍ରାହକ ସଂଖ୍ୟାର ୨୫ ପ୍ରତିଶତରୁ ଅଧିକ ହାସଲ କରିବା ସହ ଏହାର ଷ୍ଟେଟ୍-ଅଫ୍ -ଦି-ଆର୍ଟ ସମ୍ପୂର୍ଣ୍ଣ ୪ଜି ନେଟ୍ୱର୍କ ବ୍ୟବସ୍ଥାରେ ୨୦୧୯ ଜାନୁଆରୀରେ ପ୍ରାୟ ୩.୫ ଲକ୍ଷ ଗ୍ରାହକ ସଂଯୋଗ କରିବାରେ ସଫଳ ହୋଇଛି । ଏହି ରିପୋର୍ଟ ଅନୁସାରେ ଓଡ଼ିଶାରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟାରେ ଜାନୁଆରୀ ମାସରେ ୧.୬ ଲକ୍ଷ ବୃଦ୍ଧି ଘଟି ଏହା ଜାନୁଆରୀ ୩୧ ତାରିଖ ସୁଦ୍ଧା ୩.୩୩ କୋଟିରେ ପହଂଚିିଛି ।

ତେବେ ଏହି ରିପୋର୍ଟ ଅନୁସାରେ ଓଡ଼ିଶାରେ ଟେଲିସାନ୍ଦ୍ର୍ରତା ହାର ୭୭.୨୨ ରହିଥିବାବେଳେ ଏହା ଏକ୍ଷେତ୍ରରେ ଶେଷ ୫ଟି ରାଜ୍ୟ ମଧ୍ୟରେ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୮ ବର୍ଷରେ ଜିଓ ଓଡ଼ିଶରେ ଏହାର ମୋବାଇଲ ଗ୍ରାହକଙ୍କ ସଂଖ୍ୟା ଦ୍ୱିଗୁଣିତ କରିବା ସହିତ ପ୍ରତ୍ୟେକ ମାସରେ ଏହାର ଗ୍ରାହକଙ୍କ ସଂଖ୍ୟାରେ ସର୍ବାଧିକ ବୃଦ୍ଧି କରିବାକୁ ସକ୍ଷମ ହୋଇପାରିଛି । ସେହିପରି ଟ୍ରାଇ ଦ୍ୱାରା ପ୍ରକାଶ କରାଯାଇଥିବା ସର୍ବଶେଷ ଫାଇନାନ୍ସିଆଲ୍ ରିପୋର୍ଟ ଅନୁଯାୟୀ ୨୦୧୮ ଡିସେମ୍ବର ୩୧ ସୁଦ୍ଧା ଶେଷ ହୋଇଥିବା ତ୍ରୈମାସିକରେ ଆଡ୍ଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ(ଏଜିଆର୍) ଆଧାରରେ ଜିଓ ଓଡ଼ିଶା ବଜାରର ଶତକଡ଼ା ୫୦ ଭାଗ ବଜାର ଅଂଶ ଅଧିକାର କରିଛି ।

ଟ୍ରାଇ ରିପୋର୍ଟ ଅନୁଯାୟୀ ୨୦୧୯ ଜାନୁଆରୀରେ ଓଡ଼ିଶାରେ ନୂତନ ଗ୍ରାହକ ସଂଯୋଗ କ୍ଷେତ୍ରରେ ଜିଓ ସର୍ବାଗ୍ରେ ରହି ମୋଟ ୩.୫ ଲକ୍ଷ ଗ୍ରାହକ ସାମିଲ କରିପାରିଥିବାବେଳେ ଏହା ପଛକୁ ବିଏସ୍ଏନ୍ଏଲ ୨୨,୦୧୯ ଏବଂ ଏୟାରଟେଲ୍ ୫,୫୯୧ ଗ୍ରାହକ ସାମିଲ କରିବାରେ ସକ୍ଷମ ହୋଇଛନ୍ତି । ତେବେ ଭୋଡାଫୋନ୍ ଆଇଡିଆ ଏହି ମାସରେ ରାଜ୍ୟରେ ୧.୯ ଲକ୍ଷ ଗ୍ରାହକ ହରାଇଛି ଏବଂ ଏହା ପଛକୁ ଟାଟା ଟେଲିସର୍ଭିସେସ୍ ୨୫୦୦୦ ଗ୍ରାହକ ହରାଇଥିବା ଏହି ରିପୋର୍ଟରୁ ସୂଚନା ମିଳିଛି ।

ଜାନୁଆରୀ ୩୧, ୨୦୧୯ ସୁଦ୍ଧା ଓଡ଼ିଶାରେ ଜିଓ’ର ମୋଟ ୮୪.୩ ଲକ୍ଷ ମୋବାଇଲ ଗ୍ରାହକ ରହିଥିବା ବେଳେ ଏୟାରଟେଲ୍ର ୧.୩୧ କୋଟି, ଭୋଡାଫୋନ୍ ଆଇଡିଆ ୫୭ ଲକ୍ଷ, ବିଏସ୍ଏନ୍ଏଲ୍ର ୫୫.୫ ଲକ୍ଷ ଏବଂ ଟାଟା ଟେଲିସର୍ଭିସେସ୍ର ପ୍ରାୟ ୫ ଲକ୍ଷ ଗ୍ରାହକ ରହିଛନ୍ତି । ଓଡ଼ିଶାରେ ମୋବାଇଲ ଗ୍ରାହକ ବଜାରର ଅଂଶରେ ବୃଦ୍ଧି ଆଣିଥିବା ଏକମାତ୍ର କମ୍ପାନୀ ଭାବେ ଜିଓ ଜାନୁଆରୀରେ ୨୫.୩% ଉପଭୋକ୍ତା ବଜାର ଅଂଶ ହାସଲ କରିବାରେ ସକ୍ଷମ ହୋଇଥିଲା ବେଳେ ଭାରତୀ ଏୟାରଟେଲ୍ର ବଜାର ଅଂଶ ସାମାନ୍ୟ ହ୍ରାସ ଘଟି ୩୯.୪%, ଭୋଡାଫୋନ୍ ଆଇଡିଆ’ର ୧୭.୧%, ବିଏସ୍ଏନ୍ଏଲ୍ର ୧୬.୭% ଏବଂ ଟାଟା ଟେଲିସର୍ଭିସେସ୍ର ୧.୫% ରହିଛି ।

୨୦୧୯ ଜାନୁଆରୀରେ ଜାତୀୟସ୍ତରରେ ମଧ୍ୟ ନୂତନ ଗ୍ରାହକ ସଂଖ୍ୟାରେ ବୃଦ୍ଧି ଆଣିବାରେ ଜିଓ ସର୍ବାଗ୍ରେ ରହିଥିଲା ବେଳେ ଏହି ସମୟରେ ସାରା ଦେଶରେ ୯୩ ଲକ୍ଷ ନୂତନ ଗ୍ରାହକ ସଂଯୋଗ କରିପାରିଛି, ଯାହାକି ସମସ୍ତ ଟେଲିକମ୍ ଅପରେଟରଙ୍କ ତୁଳନାରେ ସର୍ବାଧିକ । ଏହି ଜାନୁଆରୀରେ ଅନ୍ୟମାନଙ୍କ ମଧ୍ୟରେ ବିଏସ୍ଏନ୍ଏଲ୍ ପାଖାପାଖି ୯.୮ ଲକ୍ଷ ଏବଂ ଏହା ପଛକୁ ଏୟାରଟେଲ୍ ୧ ଲକ୍ଷ ନୂତନ ଗ୍ରାହକ ସଂଯୁକ୍ତ କରିଛନ୍ତି । ଟ୍ରାଇ ରିପୋର୍ଟ ଅନୁସାରେ ୨୦୧୯, ଜାନୁଆରୀ ସୁଦ୍ଧା ଭାରତରେ ଜିଓ’ର ମୋଟ ଗ୍ରାହକ ସଂଖ୍ୟା ୨୮.୯୪ କୋଟିରୁ ଊଦ୍ଧ୍ୱର୍ରେ ପହଂଚିଛି ।

   Related Posts