ଫ୍ରିକଲିଂ ସେବା ବନ୍ଦ ପରେ ମଧ୍ୟ ଜିଓର ଦ୍ବିତୀୟ ତ୍ରୟମାସରେ ନିଟ ଲାଭ ୪୫.୪% ବୃଦ୍ଧି ଘଟି ପହଞ୍ଚିଲା ୯୯୦ କୋଟି ଟଙ୍କାରେ, ବଢିଲା ଗ୍ରାହକ ସଂଖ୍ୟା

Published By : Prameya-News7 Bureau | October 18, 2019 IST

ଭୁବନେଶ୍ବର/ମୁମ୍ବାଇ: ଚଳିତ ଆର୍ଥିକ ବର୍ଷ (୨୦୧୯-୨୦)ର ଜୁଲାଇ-ସେପ୍ଟେମ୍ବର (ଦ୍ବିତୀୟ ତ୍ରୟମାସ) ଅବଧିରେ ରିଲାଏନ୍ସ ଜିଓର ନିଟ ଲାଭ ୪୫.୪ ପ୍ରତିଶତ ବୃଦ୍ଧି ପାଇ ୯୯୦ କୋଟି ଟଙ୍କା ହୋଇଛି । ଗ୍ରାହକ ସଂଖ୍ୟାରେ ହୋଇଥିବା ବୃଦ୍ଧି ଯୋଗୁଁ କଂପାନିର ନିଟ ଲାଭ ପରିମାଣ ବଢ଼ିଛି । ଗତବର୍ଷ ଏହି ସମୟରେ କଂପାନିର ନିଟ ଲାଭ ପରିମାଣ ୬୮୧କୋଟି ଟଙ୍କା ଥିଲା ।

{"id":171587}

ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ କଂପାନିର ପରିଚାଳନା ରାଜସ୍ବ ପରିମାଣ ୩୩.୭ ପ୍ରତିଶତ ବୃଦ୍ଧି ପାଇ ୧୨,୩୫୪ କୋଟି ଟଙ୍କା ହୋଇଛି ଯାହା ୨୦୧୮-୧୯ ଆର୍ଥିକ ବର୍ଷର ଏହି ସମୟରେ ୯୨୪୦ କୋଟି ଟଙ୍କା ରହିଥିଲା ।

{"id":171588}

ଏ ସଂପର୍କରେ  ମୁକେଶ ଧୀରୁଭାଇ ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ କହିଛନ୍ତି ଯେ, “ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଡିଜିଟାଲ ସେବା ପ୍ରଦାନକାରୀ କଂପାନିର ମାନ୍ୟତା ବଜାୟ ରଖିବା ସହ ଜିଓର ଗ୍ରାହକ ସଂଖ୍ୟା ୩୫୦ ନିୟୁତ ଟପିଛି ଏବଂ ଆମେ ଏବେବି ପ୍ରତି ମାସରେ ୧୦ ନିୟୁତରୁ ଅଧିକ ନୂତନ ଗ୍ରାହକ ସାମିଲ କରୁଛୁ । ଗ୍ରାହକ ଓ ରାଜସ୍ବ ଦୃଷ୍ଟିକୋଣରୁ ଜିଓ କେବଳ ଭାରତର ସର୍ବବୃହତ ଟେଲିକମ ସଂସ୍ଥା ନୁହେଁ ଏହା ଭାରତର ଡିଜିଟାଲ ପ୍ରବେଶ ପଥରେ ପରିଣତ ହୋଇଛି ।” ଏଠାରେ ଉଲ୍ଲେଖ କରାଯାଇଥିବା ତ୍ରୟମାସ ଶେଷ ସୁଦ୍ଧା ଜିଓର ଗ୍ରାହକ ସଂଖ୍ୟା ୩୫.୫୨ କୋଟିରେ ପହଂଚିଛି ଯାହା ପୂର୍ବ ତ୍ରୟମାସରେ ୩୩.୧୩ କୋଟି ଥିଲା ।

{"id":171589}

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଦ୍ବିତୀୟ ତ୍ରୟମାସ ନିଟ ଲାଭ ୧୮% ବୃଦ୍ଧି ପାଇ ୧୧,୨୬୨ କୋଟି ଟଙ୍କା
ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ନିଟ ଲାଭ ପରିମାଣ ୧୮.୬ ପ୍ରତିଶତ ବୃଦ୍ଧି ପାଇ ରେକର୍ଡ ୧୧,୨୬୨ କୋଟି ଟଙ୍କା ହୋଇଛି ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଘୋଷଣା କରାଯାଇଛି । ବିଶୋଧନ ମାର୍ଜିନରେ ଉନ୍ନତି ଏବଂ ରିଟେଲ ଓ ଟେଲିକମ କ୍ଷେତ୍ରରେ ଗ୍ରାହକ ବ୍ୟବସାୟରେ ନିରନ୍ତର ବୃଦ୍ଧି ହେଉଥିବାରୁ କଂପାନି ଏଭଳି ସଫଳତା ପାଇଛି ।

{"id":171590}

ଜୁଲାଇ-ସେପ୍ଟେମ୍ବରରେ ନିଟ ଲାଭ ୧୧,୨୬୨ କୋଟି ଟଙ୍କା ହୋଇଛି ଯାହା ଗତବର୍ଷର ଏହି ସମୟରେ ୯୫୧୬ କୋଟି ଟଙ୍କା ରହିଥିଲା । କଂପାନିର ରାଜସ୍ବ ପରିମାଣ ଏହି ସମୟରେ ରେକର୍ଡ ୧୬୩,୮୫୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି ବୋଲି କଂପାନି ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି ।

{"id":171591}

ଗତ ତ୍ରୟମାସ ପର୍ଯ୍ୟନ୍ତ କଂପାନିର ପ୍ରାକ-ଟିକସ ଲାଭ ପ୍ରତି ଏକ ଚତୁର୍ଥାଂଶ ଅବଦାନ ପ୍ରଦାନ କରୁଥିବା ଗ୍ରାହକ ବ୍ୟବସାୟ କଂପାନିର ଇବିଆଇଟିଡିଏକୁ ଦ୍ବିତୀୟ ତ୍ରୟମାସରେ ଏକ ତୃତୀୟାଂଶ ଯୋଗ କରିଛି । ରିଟେଲ (ଖୁଚୁରା) ବ୍ୟବସାୟର ଇବିଆଇଟିଡିଏ ପରିମାଣ ୧୩ ପ୍ରତିଶତ ବୃଦ୍ଧି ପାଇ ୨,୩୨୨ କୋଟି ଟଙ୍କା ହୋଇଥିବା ବେଳେ ଟେଲିକମ ସଂସ୍ଥା ଜିଓର ନିଟ ଲାଭ ୯୯୦ କୋଟି ଟଙ୍କା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.