ଜିଓ ଲଞ୍ଚକଲା ୯୦ ଦିନିଆ ବୈଦ୍ଧତା ଥିବା ଏହି ଜବରଦସ୍ତ ପ୍ଲାନ, ଏବେ ଆଉ ରହିବନି ଡେଲି ଡାଟା ଲିମିଟ୍ ଚିନ୍ତା

Published By : Prameya-News7 Bureau | August 24, 2019 IST

ଜିଓ କମ୍ପାନୀ ଟେଲିଫୋନ ମାର୍କେଟରେ ଅନେକ ଅଫର ଉପଲବ୍ଧ କରିଛି। ଏହିକ୍ରମରେ ଜିଓ ଗ୍ରାହକଙ୍କ ଲାଗି ଆଣିଛି ପୁଣି ଏକ ନୂଆ ଅଫର। ଏହି ପ୍ଲାନର ବୈଧତା ୯୦ ଦିନ ଥିବା ବେଳେ ଏବେ ଗ୍ରାହକଙ୍କୁ ଆଉ ଡେଲି ଡାଟା ଲିମିଟର ଚିନ୍ତା ରହିବନି। ଅର୍ଥାତ ଆପଣ ଏବେ ଆପଣଙ୍କ ସୁବିଧା ଅନୁସାରେ ଡାଟାର ଉପଯୋଗ କରିପାରିବେ। ତେବେ ଆସନ୍ତୁ ବିସ୍ତାରରେ ଜାଣିବା ପ୍ଲାନର ପୁର ଅଫର।

{"id":148324}

ଜିଓର ଏପରି କେତେକ ଗ୍ରାହକ ଅଛନ୍ତି ଯେଉଁମାନେ ନିୟମିତ ଡାଟାର ଆବଶ୍ୟକ କରନ୍ତି ନାହିଁ। ଏଭଳି ଗ୍ରାହକଙ୍କୁ ଦୃଷ୍ଟିରେ ରଖି ଜିଓ ଏହି ନୂଆ ପ୍ଲାନ ଲଞ୍ଚ କରିଛି। ଜିଓର ଏହି ପ୍ୟାକେଜରେ ୯୦ ଦିନ ଅର୍ଥାତ ୩ ମାସ ପର୍ଯ୍ୟନ୍ତ ଲୋକାଲ ଓ ଏସଟିଡି ଅନଲିମିଟେଡ ଭୟସ କଲ ସୁବିଧା ପାଇପାରିବେ। ତେବେ ଡାଟା କଥା କହିଲେ ଏହି ପ୍ୟାକ୍ ରେ ୬୦ ଜିବି ହାଇ ଲେ ୪ଜି ଡାଟା ଦେଉଛି।

{"id":148325,"width":574,"height":300}

ଯଦି ଜିଓ ଗ୍ରାହକ ୪ଜି ଡାଟା ସାରି ଦେଇଛନ୍ତି ତେବେ ବି ଇଣ୍ଟରନେଟ୍ ବ୍ୟବହାରରେ ତାଙ୍କ ଲାଗି କୌଣସି ଅସୁବିଧା ହେବ ନାହିଁ । ପ୍ରତିଦିନ ୯୦ କେବିପିଏସ୍ ରୁ ୧୨୮ କେବିପିଏସ ପର୍ଯ୍ୟନ୍ତ ଅନଲିମିଟେଡ ଡାଟା ଉପଯୋଗ କରିପାରିବେ। ଏଥିରେ ଜିଓ ଆପ୍ ର ୯୦ ଦିନିଆ ସବସ୍କ୍ରିପସନ ବି ଉପଲବ୍ଧ ଥିବା ବେଳେ ୯୦ ଦିନ ପର୍ଯ୍ୟନ୍ତ ଦୈନିକ  ଶହେ ଏସଏମଏସ ଓ ରୋମିଂ ଫ୍ରି ପାଇପାରିବେ। ଜିଓର ଏିହ ଅଫର କେବଳ ସେହି ଗ୍ରାହକଙ୍କୁ ସୁହାଇବ ଯେଉଁମାନେ ଇଣ୍ଟନେଟ୍ ଲାଗି ୪-ଜି ସ୍ପିଡ ଚାହୁଁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.