Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ
  • ||
  • ଅନୁଗୁଳ : ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, ୨ ମୃତ
  • ||
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ଜିଓର ନୂଆ ଅଫର୍‌ – ବର୍ଷ ସାରା ସମସ୍ତ କଲ୍‌ ଓ ଡାଟା ଏସ୍‌ଏମ୍‌ଏସ୍‌ ଏବେ ଏତିକି ଟଙ୍କାରେ

24/12/2019 at 11:50 AM

ମୁମ୍ବଇ – ଜିଓ ଏବେ ଏକ ନୂଆ ଅଫର୍‌ ଲଞ୍ଚ୍‌ କରିଛି । ୨୦୨୦ ବର୍ଷ ପାଇଁ ୨୦୨୦ ଟଙ୍କାର ରିଚାର୍ଜ ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନରେ ଉପଭୋକ୍ତାମାନେ ୩୬୫ ଦିନରେ ସମସ୍ତ ନେଟଓ୍ୱର୍କକୁ ଅନ୍‌ଲିମିଟେଡ୍‌ ଭଏସ୍‌ କଲ୍ ସହ ପ୍ରତିଦିନ ୧.୫ ଜିବିର ଡାଟା ଓ ଏସ୍‌ଏମ୍‌ଏସ୍‌ ସୁବିଧା ପାଉଛନ୍ତି ।

ଏବେ ଜିଓକ ଟାରିଫ୍‌ ଦର ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ପାଇପାରେ । ଏଥିରେ କମ୍ପାନୀ ୩୦୦ ପ୍ରତିଶତ ପର୍ଯ୍ୟନ୍ତ ଫାଇଦା ଦେଇପାରେ । ଏବେ ଗ୍ରାହକମାନଙ୍କୁ ତିନିଦିନ ପାଇଁ ରିହାତି ଦିଆଯାଇଛି । ଏହା ମଧ୍ୟରେ ଗ୍ରାହକମାନେ ପୁରୁଣା ଦରରେ ରିଚାର୍ଜ କରିପାରେବ ।

ଜିଓ ୧୪୯ ଓ ୯୮ ଟଙ୍କିଆ ପ୍ଲାନ

ଅଧିକାଂଶ ମୋବାଇଲ୍‌ ସେବା ପ୍ରଦାନକାରୀ ନିଜର ଟାରିଫ୍‌ ମୂଲ୍ୟ ବା ରିଚାର୍ଜ ପ୍ଲାନ ବୃଦ୍ଧି କରିଛନ୍ତି । ଜିଓ ବି ନିଜ ରିଚାର୍ଜ ପ୍ଲାନ୍‌ ବୃଦ୍ଧି କରିଥିଲା । ଏହାପରେ ଏୟାରଟେଲ୍‌ ଓ ଭୋଡାଫୋନ୍‌ ମୋବାଇଲ୍‌ ଉପଭୋକ୍ତାଙ୍କୁ ଆକୃଷ୍ଚ କରିବା ପାଇଁ ଲୋଭନୀୟ ରିଚାର୍ଜ ପ୍ଲାନ ଘୋଷଣା କରିଛି ।

ଏବେ ଭୋଡାଫୋନ୍‌ ଓ ଏୟାରଟେଲ୍‌କୁ ଟକ୍କର ଦେବା ପାଇଁ ଜିଓ ୧୪୯ ଓ ୯୮ ଟଙ୍କିଆ ପ୍ଲାନ ଘୋଷଣା କରିଛି । ପୂର୍ବରୁ ଜିଓର ଉପଭୋକ୍ତାମାନେ ଏହି ପ୍ଲାନ ବ୍ୟବହାର କରୁଥିଲେ।

ଏହି ପ୍ଲାନରେ ଡାଟା ସମେତ କଲ୍‌ ଓ ଏସ୍‌ଏମ୍‌ଏସ୍‌ ସୁବିଧା ମିଳୁଛି ।

ରିଲାଏନସ୍‌ ଜିଓର ୧୪୯ ଟଙ୍କିଆ ପ୍ରିପେଡ୍‌ ପ୍ଲାନରେ ଉପଭୋକ୍ତାଙ୍କ ପ୍ରତିଦିନ ଏକ ଜିବି ଡାଟା ସହ ୧୦୦ ଏସ୍‌ଏମ୍‌ଏସ୍‌ ଫ୍ରି ଜିଓ ରୁ ଜିଓ କଲ୍‌ ଓ ୩୦୦ ମିନିଟ୍‌ ଏଫ୍‌ୟୁପି ମିଳିବ । ଏହାର ବୈଧତା ୨୪ ଦିନ

ଏୟାରଟେଲ୍‌ର ୧୪୮ ଟଙ୍କିଆ ପ୍ଲାନରେ ୨ ଜିବି ଡାଟା ସହ ୩୦୦ ଏସ୍‌ଏମ୍‌ଏସ୍‌ ଓ ଅନ୍‌ଲିମିଟେଡ୍‌ କଲିଂ ସୁବିଧା ଦିଆଯାଉଛି । ଭୋଡାଫୋନ୍‌ ଆଇଡିଆର ୧୪୯ ଟଙ୍କିଆ ପ୍ଲାନରେ ସମାନ ସୁବିଧା ମିଳୁଛି ।

ଜିଓର ୯୮ ଟଙ୍କିଆ ପ୍ଲାନରେ ୨ ଜିବି ଡାଟା ଦିଆଯାଉଛି ।ଏଥଇରେ ଜିଓରୁ ଜିଓକୁ ମାଗଣା କଲିଂ ସହ ୩ଶହ ଏସ୍‌ଏମ୍‌ଏସ୍‌ ବି ଦିଆଯାଉଛି ।

   Related Posts