ରିଲାଏନ୍ସ ଜିଓ ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ ଭାବେ ରାଜସ୍ୱ ଅଗ୍ରଣୀ ସ୍ଥିତିକୁ ଆହୁରି ସଂପ୍ରସାରିତ କରିଛି: ଟ୍ରାଇ ରିପୋର୍ଟ

Published By : Prameya-News7 Bureau | November 26, 2019 IST

ଭୁବନେଶ୍ୱର: ଓଡ଼ିଶାର ଟେଲିକମ ଓ ଡିଜିଟାଲ ସେବା ବର୍ଗରେ ନିଜର ରାଜସ୍ୱ ନେତୃତ୍ୱ ସ୍ଥିତିକୁ ସଂପ୍ରସାରିତ କରି ରିଲାଏନ୍ସ ଜିଓ ୨୦୧୯ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୟମାସରେ ମୋଟ ରାଜସ୍ୱର ୪୮.୧%ରୁ ଅଧିକ ବଜାର ଅଂଶ ହାସଲ କରିଛି ବୋଲି ନିକଟରେ ଭାରତୀୟ ଟେଲିକମ ନିୟାମକ କର୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ସଦ୍ୟତମ ଆର୍ଥିକ ରିପୋର୍ଟରୁ ଜଣାପଡ଼ିଛି। ଓଡ଼ିଶାରେ ୨୦୧୯ ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ଗ୍ରସ୍ ରେଭିନ୍ୟୁ ବା ମୋଟ ରାଜସ୍ୱରେ ଜିଓ ହାସଲ କରିଥିବା ୪୮.୧% ବଜାର ଅଂଶ ସର୍ବଭାରତୀୟ ସ୍ତରରେ ସମସ୍ତ ଟେଲିକମ୍ ସର୍କଲମଧ୍ୟରେ ସର୍ବାଧିକ ହେବା ସହିତ ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାରତୀ ଏୟାରଟେଲ ଠାରୁ ୧୨% ଅଧିକ ରହିଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି।

ଓଡ଼ିଶାରେ ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର)ରେ ମଧ୍ୟ ଏହି ତ୍ରୟମାସରେ, ରିଲାଏନ୍ସ ଜିଓ ଏହାର ନେତୃତ୍ୱ ସ୍ଥିତିକୁ ଆହୁରି ସୁଦୃଢ଼ କରି ବୃହତ ୫୬.୮% ବଜାର ଅଂଶ ହାସଲ କରି, ଅନ୍ୟମାନଙ୍କ ଠାରୁ ବହୁତ ଆଗକୁ ବଢ଼ିଯାଇଛି ବୋଲି ଟ୍ରାଇ ରିପୋର୍ଟରେ ପ୍ରକାଶ ପାଇଛି। ରିପୋର୍ଟ ମୁତାବକ, ୨୦୧୯ ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ରିଲାଏନ୍ସ ଜିଓ ୪୬୯.୭ କୋଟି ଟଙ୍କାର ମୋଟ ରାଜସ୍ୱ (ଗ୍ରସ ରେଭିନ୍ୟୁ) ହାସଲ କରିଥିବା ବେଳେ ୩୪୯.୪ କୋଟି ଟଙ୍କା ସହିତ ଏୟାରଟେଲ, ୯୪.୭ କୋଟି ଟଙ୍କା ସହ ଭୋଡାଫୋନ ଆଇଡିଆ ଓ ୫୯.୪ କୋଟି ଟଙ୍କା ସହ ବିଏସଏନଏଲ ଏହା ଠାରୁ ବହୁ ପଛରେ ରହିଛନ୍ତି।
ଜାତୀୟ ସ୍ତରରେ ମଧ୍ୟ ରିଲାଏନ୍ସ ଜିଓ ଏହି କ୍ଷେତ୍ରର ଶ୍ରେଷ୍ଠ ରାଜସ୍ୱ ହାସଲକାରୀ ଭାବେ ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରି ୨୦୧୯ର ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ମୋଟ ରାଜସ୍ୱର ସର୍ବାଧିକ ୩୪.୭% ବଜାର ଅଂଶ ହାସଲ କରିଛି ବୋଲି ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଆର୍ଥିକ ରିପୋର୍ଟରୁ ଜଣାପଡ଼ିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିଜର ସମ୍ପୂର୍ଣ୍ଣ ୪ଜି ନେଟୱର୍କ, ଅପହଂଚ ଅଂଚଳରେ ୪ଜି ନେଟୱର୍କର ଦ୍ରୁତ ସଂପ୍ରସାରଣ ଓ ଗ୍ରାମାଚଂଳ ଓ ଅର୍ଧ-ସହରାଚଂଳରେ ଅତ୍ୟଧିକ ଲୋକପ୍ରିୟ ସୁଲଭ ଜିଓଫୋନ-ଭାରତର ସ୍ମାର୍ଟଫୋନକୁ ନେଇ ଓଡ଼ିଶାରେ ପ୍ରତି ମାସରେ ରିଲାଏନ୍ସ ଜିଓ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଡ଼ୁଛି। ଟ୍ରାଇ ତରଫରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ସେପ୍ଟେମ୍ବର ମାସରେ ୨ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ି ଓଡ଼ିଶାରେ ଏହାର ମୋଟ ମୋବାଇଲ ଗ୍ରାହକ ସଂଖ୍ୟାକୁ ୧.୧୦ କୋଟିରୁ ଅଧିକ ସ୍ତରକୁ ନେଇଛି। ୨୦୧୯ ସେପ୍ଟେମ୍ବରର ଟ୍ରାଇ ପ୍ରଦତ ଗ୍ରାହକ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ମାସରେ ସାରା ଦେଶରେ ରିଲାଏନ୍ସ ଜିଓ ୬୯.୮ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ିଥିବା ବେଳେ ଅନ୍ୟ ଅପରେଟର ଯଥା ଏୟାରଟେଲ ଓ ଭୋଡାଫୋନ ଆଇଡିଆ ୪୯ ଲକ୍ଷରୁ ଅଧିକ ଗ୍ରାହକ ହରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.