ନୂଆଦିଲ୍ଲୀ ୧୮/୧୦: ରିଲାଏନ୍ସ ଜିଓ ଘୋଷଣା କରିବାକୁ ଯାଉଛି ଧମାକା ଅଫର। ପୂଜା ସିଜ୍ନରେ ଜିଓ ଲଞ୍ଚ କରିବାକୁ ଯାଉଛି ସବୁଠୁ ଶସ୍ତା ୫ଜି ସ୍କାର୍ଟଫୋନ୍। ପାର୍ବଣ ଋୁତୁରେ ବିଭିନ୍ନ କମ୍ପାନୀ ଫୋନ୍ ଉପରେ ଦମଦାର ଅଫର ଘୋଷଣା କରୁଥିବା ବେଳେ ଜିଓ କିନ୍ତୁ ଧମାକା କରିବାକୁ ଯାଉଛି।
୫ ହଜାର ଟଙ୍କାରେ ୫ଜି ସ୍ମାର୍ଟଫୋନ୍! ବିଶ୍ବାସ ହେଉ ନଥିଲେ ବି ସତ। ରିଲାଏନ୍ସ ଜିଓ ଖୁବଶୀଘ୍ର ଏନେଇ ଘୋଷଣା କରିପାରେ। ୫ଜି ସ୍ମାର୍ଟଫୋନ୍ ବଜାରକୁ ଆସିଲା ପରେ ଗ୍ରାହକଙ୍କ କ୍ରେଜ୍କୁ ଦେଖି ଏହାର ଦାମ୍ ମଧ୍ୟ କମ୍ କରିବ କମ୍ପାନୀ। ୫ଜି ଫୋନ୍ର ଦାମ ପରେ ୨୫୦୦- ୩୦୦୦ ମଧ୍ୟରେ ରଖାଯାଇପାରେ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି।
୨ଜି ଫୋନ୍ ବ୍ୟବହାର କରୁଥିବା ୨୦-୩୦ କୋଟି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ ଚେଷ୍ଟା କରୁଥିବା ଜଣାପଡ଼ିଛି। ତେବେ ୫ ହଜାର ଟଙ୍କାରେ ୫ଜି ସ୍ମାର୍ଟଫୋନ୍ ବିକ୍ରି କରିବାକୁ କମ୍ପାନୀ ଚାହୁଁଥିବା ବେଳେ ଏହାର ଚାହିଦା ବଢ଼ିଲେ ଦାମ ୨୫୦୦ କିମ୍ବା ୩୦୦୦ ହଜାର କରାଯିବ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଭାରତୀୟ ବଜାରରେ ୫ଜି ଫୋନ୍ ଉପଲବ୍ଧ ହୋଇଛି। କିନ୍ତୁ ଏହାର ଦାମ୍ ୨୭୦୦୦ରୁ ଆରମ୍ଭ ହେଉଛି। ପୂର୍ବରୁ ୪ଜି ସ୍ମାର୍ଟଫୋନ୍ ଦେଉଥିଲା ଜିଓ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ନିକଟରେ ଭାରତକୁ ୨ଜି ମୁକ୍ତ କରିବାକୁ ଆହ୍ବାନ ଦେଇଥିଲେ। ଏହାସହ ଶସ୍ତା ୫ଜି ସ୍ମାର୍ଟଫୋନ୍ର ଆବଶ୍ୟକତା ଥିବା କହିଥିଲେ। ତେବେ ଜିଓ ଏବେ ୫ଜି ନେଟଓ୍ବାର୍କ ଉପରେ କାର୍ଯ୍ୟ କରୁଛି। ଦୂରସଞ୍ଚାର ବିଭାଗ ଏହା ଉପରେ ବିଚାର କରୁଥିବା ମଧ୍ୟ ଜଣାପଡ଼ିଛି।