ଜିଓ ମାର୍ଟ ବିରୋଧରେ କ୍ଷୁଦ୍ର ବ୍ୟବସାୟୀ ଓ ବିତରକ, ସାମଗ୍ରୀର ବିତରଣ ବନ୍ଦ ପାଇଁ ଦେଲେ ଧମକ

Published By : Prameya-News7 Bureau | December 07, 2021 IST

ନୂଆଦିଲ୍ଲୀ, ୦୭/୧୨:   ଜିଓ ମାର୍ଟ ଜରିଆରେ ରିଲାଏନ୍ସ କମ୍ପାନୀ ଘରେ ଘରେ ପହଁଚିବାକୁ ଚେଷ୍ଟା କରୁଛି ।ରିଲାଏନ୍ସ ଜିଓର ସ୍ମାର୍ଟ ନେଟଓର୍କ ଧିରେଧିରେ ଆହୁରି ମଜବୁତ ହେଉଛି । ଏହାମଧ୍ୟରେ ଜିଓ ମାର୍ଟ ବିରୋଧରେ ସ୍ୱର ଉତ୍ତୋଳନ ହେବାରେ ଲାଗିଛି । ଜିଓ ମାର୍ଟ କାରଣରୁ କାରବାର ବାଧାପ୍ରାପ୍ତ ହେଉଥିବା ବେଳେ ବେପାର ଉପରେ ମଧ୍ୟ ପ୍ରଭାବ ପଡୁଥିବା ଛୋଟ ବ୍ୟବସାୟୀ ଅଭିଯୋଗ କରିଛନ୍ତି ।  

ରୟଟର୍ସ ରିପୋର୍ଟ ଅନୁସାରେ, ଜିଓ ମାର୍ଟ ସିଧାସଳଖ ବିଭିନ୍ନ କମ୍ପାନୀରୁ ଜିନିଷ କିଣିଥାଏ । କମ୍ପାନୀମାନେ କମ୍ ଦାମରେ ରିଲାଏନ୍ସକୁ ଜିନିଷ ପ୍ରଦାନ କରିଥାନ୍ତି । ଏଥିପାଇଁ ଛୋଟ ବ୍ୟବସାୟୀ କ୍ଷତିରେ ପଡୁଛନ୍ତି । ଏପରିକି ଏହି କାରଣରୁ ବିତରକମାନେ ମମ୍ ଆଣ୍ଡ୍ ପପ୍ ଷ୍ଟୋରକୁ କାରବାର ଠପ୍ କରିଦେବା ପାଇଁ ଧମକ ଦେଇଛନ୍ତି ।

ରେକିଟ୍ ବେଞ୍ଚ୍ କିସର୍, ୟୁନିଲିଭର ଓ କୋଲଗେଟ୍-ପାମୋଲିଭ୍ ଭଳି କମ୍ପାନୀର ପ୍ରତିନିଧିତ୍ୱ କରୁଥିବା ଭାରତୀୟ ସେଲମ୍ୟାନ ବା ବିତରକଙ୍କ କହିବାନୁସାରେ, ସେମାନଙ୍କ ବିକ୍ରି ଗତବର୍ଷ ୨୦ରୁ ୨୫ ପ୍ରତିଶତ ହ୍ରାସ ପାଇଛି । କାରଣ ମମ୍ ଆଣ୍ଡ୍ ପପ୍ ଷ୍ଟୋର ବା ରାସନ ଏବଂ ଗ୍ରୋସରୀ ଦୋକାନ ରିଲାଏନ୍ସ ସହ କାରବାର କରୁଛି ।

ଜିଓ ମାର୍ଟ ଜରିଆରେ ଖୁବ୍  ରିହାତି ମିଳୁଛି । ଛୋଟ ଦୋକାନ ଗୁଡିକୁ କମ୍ପାନୀ ଜିଓ ମାର୍ଟ ଆପ୍ ଜରିଆରେ ଅର୍ଡର କରିବାକୁ ପ୍ରେରିତ କରୁଛି । ଫଳରେ ୫ ଲକ୍ଷରୁ ଅଧିକ ସେଲ୍ସମ୍ୟାନଙ୍କ ରୋଜଗାର ଉପରେ ବିପଦ ସୃଷ୍ଟି ହୋଇଛି । ଯେଉଁମାନେ ଗତ ବର୍ଷ ବର୍ଷ ହେଲା  ଦେଶର କୋଣ ଅନୁକୋଣକୁ ଯାଇ ରାସନ ଓ ଗ୍ରୋସରୀ ସାମଗ୍ରୀ ଅର୍ଡର ନେଇଥାନ୍ତି ଓ ବିତରଣ କରିଥାନ୍ତି ।

ସେଲ୍ସମ୍ୟାନଙ୍କ କହିବାନୁସାରେ, ଅଲ୍ ଇଣ୍ଡିଆ କନଜ୍ୟୁମର ପ୍ରଡକ୍ଟସ ଡିଷ୍ଟ୍ରିବ୍ୟୁଟର୍ସ ଫେଡେରେସନର ଦେଶରେ ୪ ଲକ୍ଷ ସଦସ୍ୟ ଅଛନ୍ତି ।  ସେମାନଙ୍କୁ ମଧ୍ୟ ବଡ ବଡ କର୍ପୋରେଟ୍ ଭଳି କମ୍ ଦାମରେ ସାମଗ୍ରୀ ମିଳିବା ଦରକାର । ଯଦି ସେମାନଙ୍କ ଦାବି ଗ୍ରହଣ ନହୁଏ ତେବେ ସେମାନେ ଆଉ ରାସନ ଓ ଗ୍ରୋସରୀ ସାମଗ୍ରୀ ବିତରଣ କରିବେ ନାହିଁ । ବଜାରକୁ ନୂଆ ଆସୁଥିବା ସାମଗ୍ରୀର ବିକ୍ରି କରିବେ ନାହିଁ । ଜାନୁଆରୀ ୧ ସୁଦ୍ଧା ସେମାନଙ୍କ ଦାବି ପୂରଣ କରିବାକୁ ଚେତାବନୀ ଦେଇଛନ୍ତି ।

ଫେଡେରସନର ଅଧ୍ୟକ୍ଷ ଧର୍ଯ୍ୟଶୀଳ ପାଟିଲ କହିଛନ୍ତି ଯେ, ୨୦ଟି ବଡବଡ କମ୍ପାନୀଙ୍କୁ ଚିଠି ଲେଖାଯାଇଛି । କିନ୍ତୁ କେହି ରିଲାଏନ୍ସ ସହ ବୁଝାବଣା ବାବଦରେ ଉତ୍ତର ରଖିନାହାଁନ୍ତି । ତେବେ ଯଦି କିଛି ସୁଫଳ ନହୁଏ ତାହାଲେ ଆନ୍ଦୋଳନ ଜୋରଦାର ହେବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.