Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୮ କୋଭିଡ୍ ପଜିଟିଭ୍
  • ||
  • ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଶିଳ୍ପନଗରୀରୁ ଗାଁ ଗହଳି ସବୁଠି ଉତ୍ସାହ
  • ||
  • ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ : ବିଜେପି କରୁଛି ୨୦ ଦିନିଆ ସେବା ସମର୍ପଣ ଅଭିଯାନ
  • ||
  • ଆଉ ଏକ ଲଘୁଚାପ : ୧୮ରୁ ବଢିବ ବର୍ଷା, ଉତ୍ତରରେ ଛେଚିବ
  • ||
  • ଭାଙ୍ଗିଗଲା ଓଭରବ୍ରିଜ୍‌ର ବିରାଟ ଖଣ୍ଡ, ୧୩ ଶ୍ରମିକ ଗୁରୁତର
  • ||
  • ଶୌଚ ପାଇଁ ଗଲା ବେଳେ ମାଡିଗଲା ଅଜଣା ଗାଡି, ୨ ମହିଳା ମୃତ
  • ||
  • ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଚକ-ଅଖ ସବୁ ଠପ୍
  • ||

Jio ଲଞ୍ଚ କଲେ ସ୍ମାର୍ଟ ଗ୍ଲାସ୍, ଏବେ ଚଷମାରେ ହେବ 3D ଭିଡିଓ କଲ

15/07/2020 at 7:57 PM

ମୁମ୍ବାଇ ୧୫।୭:  ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ)ଙ୍କ ୪୩ ତମ ଏଜିଏମ୍‌ ଶେଷ ହୋଇଛି। ଦେଶରେ କରୋନା ଜନିତ ପରିସ୍ଥିତି ଲାଗି ପ୍ରଥମ ଥର ଅନୁଷ୍ଠିତ ଭର୍ଚୁଆଲ ସମ୍ମିଳନୀରେ କମ୍ପାନୀ ଜିଓ ଗ୍ଲାସ୍‌ ଲଞ୍ଚ କରିଛନ୍ତି। ଏହା ଏକ ମିକ୍ସଡ ରିୟଲିଟି ସ୍ମାର୍ଟ ଗ୍ଲାସ୍ ହୋଇଥିବା ବେଳେ ଏହାକୁ ପିନ୍ଧି ଥ୍ରୀ-ଡି କନଫରେନ୍ସ ମଧ୍ୟ କରିହେବ। ଏଥିଲାଗି  ଚଷମାରେ ଭର୍ଚୁଆଲ ଆସିଷ୍ଟାନ୍ସ ରହିଛି। ଚଷମାର କେବୁଲକୁ ସ୍ମାର୍ଟ ଫୋନ ସହ ସଂଯୁକ୍ତ କରି ଏହି ସୁବିଧାର ଲାଭ ନିଆଯାଇପାରିବ।

ଏଥିରେ ଯେପରି ୟୁଜରଙ୍କୁ ଉଚ୍ଚମାନର ଭିଜୁଆଲ ମିଳିପାରିବ ସେଥିପାଇଁ ଗ୍ରାଫିକ୍ସରେ ଅନେକ କାମ କରାଯାଇଛି। ଏଜିଏମ ଅବସରରେ କମ୍ପାନୀ ପକ୍ଷରୁ ଚଷମାର ଡେମୋ ମଧ୍ୟ ପ୍ରଦର୍ଶିତ କରାଯାଇଛି। ଏହି ଚଷମା ପିନ୍ଧି କେହିବି ୨ ଜଣଙ୍କ ସହିତ ଭିଡିଓ କଲ କରିପାରିବେ। ଜିଓଙ୍କ ଏହି ସ୍ମାର୍ଟ ଗ୍ଲାସ୍ ଥ୍ରୀ-ଡି ହୋଲୋଗ୍ରାଫିକ୍ ଭିଡିଓ କଲ ସପୋର୍ଟ ସହିତ ମିଳିବ। ଅର୍ଥାତ ଭିଡିଓ କଲିଂ ବେଳେ ଆପଣ ଆପଣଙ୍କ ସାଥୀଙ୍କୁ ଥ୍ରୀ-ଡିରେ ଦେଖିପାରିବେ। ଏହି ଚଷମାରେ ୨୫ଟି ଆପ୍ଲିକେସନ ସପୋର୍ଟ ରହିଛି।

ଜିଓ ଗ୍ଲାସ ଲଞ୍ଚିଂର ଖୁବ୍ କମ ସମୟରେ ଜିଓ ମିଟ୍‌ ଭିଡିଓ କନଫରେନସିଂ ଆପ୍‌କୁ ୫୦ ଲକ୍ଷରୁ ଅଧିକ ଲୋକେ ଡାଉନଲୋଡ କରିଛନ୍ତି। ଏଜିଏମ ଅବସରରେ ଆରଆଇଏଲ ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ ଏହି ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଜିଓ ମିଟ୍‌ ଏକ କ୍ଲାଉଡ ଆଧାରିତ ଭିଡିଓ କନଫରେନସିଂ ପ୍ଲାଟଫର୍ମ। ଯାହାକୁ ମୋବାଇଲ ଆପ୍ ଓ ଡେସ୍କଟପରେ ମଧ୍ୟ ବ୍ୟବହାର କରାଯାଇ ପାରିବ।   

   Related Posts