ଜିଓଫୋନ୍‌ ପରେ ବଜାରକୁ ଆସିବ ରିଲାଏନ୍ସର ଶସ୍ତା ଲାପଟପ୍‌ "ଜିଓବୁକ୍‌"

Published By : Prameya-News7 Bureau | March 05, 2021 IST

ନୂଆଦିଲ୍ଲୀ, ୦୫/୦୩: ରିଲାଏନ୍ସ ଜିଓର ଶସ୍ତା ଡାଟା ଏବଂ ଶସ୍ତା ମୋବାଇଲ୍‌ ପରେ ଏବେ ଶସ୍ତା ଲାପ୍‌ଟପ୍‌ ବଜାରକୁ ଛାଡ଼ିବା ପାଇଁ କମ୍ପାନୀ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି । ଏହାର ନାମ ଜିଓବୁକ୍‌ ରଖାଯାଇଛି ।

{"id":418468,"sizeSlug":"large","linkDestination":"none"}

ରିପୋର୍ଟ ମୁତାବକ, କମ୍ପାନୀ ଜିଓବୁକ୍‌ ଉପରେ ଏବେ କାମ ଜାରି ରଖିଛି । ଏହି ଲାପ୍‌ଟପ୍‌ ଫୋର୍କ୍ଡ ଏଣ୍ଡ୍ରୋଏଡ୍‌ ସହିତ ଲଞ୍ଚ ହେବ । ଯେଉଁଥିରେ ଜିଓ ଓଏସ୍‌ ସହିତ ଏହା ଯୋଡ଼ା ଯାଇପାରିବ । ଏହା ଜିଓ ଆପ୍ସ ସହିତ ଆସିପାରେ । ଜିଓବୁକ୍‌ରେ ୪ଜି ଏଲ୍‌ଟିଇ ସପୋର୍ଟ ମଧ୍ୟ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି ।

{"id":418469,"sizeSlug":"large","linkDestination":"none"}

ଯେଉଁମାନେ ଶସ୍ତାରେ ଲାପ୍‌ଟପ୍‌ କିଣିବାକୁ ଚାହୁଁଛନ୍ତି ତେବେ ସେମାନଙ୍କ ପାଇଁ ଏକ ଭଲ୍‌ ଅପ୍ସନ୍‌ ଜିଓବୁକ୍‌ ହୋଇପାରିବ ବୋଲି କୁହାଯାଉଛି । ରିଲାଏନ୍ସ ଜିଓ ଗ୍ରାହାକଙ୍କୁ ଶସ୍ତା ଡାଟା ଦେଇ ବଜାରରେ ପ୍ରବେଶ କରିଥିଲା । ଏହାପରେ ଶସ୍ତା ଜିଓ ଫୋନ୍‌ ଲଞ୍ଚ କରିଥିଲା କମ୍ପାନୀ । ବର୍ତ୍ତମାନ କମ୍ପାନୀ ଗ୍ରାହାକଙ୍କୁ କପରି ଶସ୍ତାରେ ଲାପ୍‌ଟପ୍‌ ଦିଆଯାଇ ପାରିବ ସେ ନେଇ କାମ କରୁଛି ।

{"id":418470,"sizeSlug":"large","linkDestination":"none"}

ଏକ୍ସଡିଏ ଡେଭ୍‌ଲପର୍‌ର ରିପୋର୍ଟ ମୁତାବକ, ଏହି ଲାପ୍‌ଟପ୍‌ ପାଇଁ ଜିଓ ଚୀନ୍‌ର ଉତ୍ପାଦନକାରୀ କମ୍ପାନୀ ବ୍ଲୁ ବ୍ୟାଙ୍କ କମ୍ୟୁନିକେଶନ ଟେକ୍ନୋଲୋଜି ସହିତ ସହଭାଗିତା କରିଛି । ଜିଓ ଫୋନ୍‌କୁ ମଧ୍ୟ ଏହି କମ୍ପାନୀର ଫ୍ୟାକ୍ଟ୍ରିରେ ଡେଭଲପ କରାଯାଇଥିଲା ।

{"id":418471,"sizeSlug":"large","linkDestination":"none"}

ଏହି ଲାପଟପ୍‌ର କାମ ପୂର୍ବ ବର୍ଷ ସେପ୍ଟେମ୍ୱର ମାସରୁ ଆରମ୍ଭ କରାଯାଇଥିବା ଜଣାପଡ଼ିଛି  । ଯାହାକୁ ଏହି ବର୍ଷ ଜୁନ୍‌ ମାସ ପର୍ଯ୍ୟନ୍ତ ଚାଲିବ । ଏହାର ଏକ ଫଟୋ ମଧ୍ୟ ଲିକ୍‌ ହୋଇଛି । ଏଥିରେ ୱିଣ୍ଡୋଜ୍‌ର କି ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ଏହା ୱିଣ୍ଡୋଜ୍‌ ଦ୍ୱାରା ପରିଚାଳିତ ହେବ ନାହିଁ ବୋଲି ଅନୁମାନ କରାଯାଉଛି । ତେବେ ଏହାର ଶେଷ ପର୍ଯ୍ୟାୟରେ କିଛି ପରିବର୍ତ୍ତନ କରାଯାଇ ବଜାରରେ ଉପଲବ୍ଧ କରାଯିବ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.