Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ଜିଓର ୧୦୧ ଟଙ୍କିଆ ପ୍ଲାନରେ ଏବେ ମିଳୁଛି ଅନଲିମିଟେଡ ଡାଟା ସାଙ୍ଗକୁ କଲ , ଜାଣନ୍ତୁ ବିସ୍ତୃତ ଯୋଜନା

29/10/2019 at 6:41 PM

ରିଲାଏନ୍ସ ଜିଓ ଆରମ୍ଭରୁ ଗ୍ରାହକଙ୍କ ନଜରରେ ରଖି ବିଭିନ୍ନ ପ୍ଲାନ ଜାରି କରୁଛି। ଫଳରେ ଜିଓର ଗ୍ରାହକଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି। ଏଥିରେ ଜିଓ ଟେଲିକମ୍ ମାର୍କେଟରେ ଏପରି ଏକ ପ୍ଲାନ ଲଞ୍ଚ କରିଛି ଯାହା ଡାଟା ସରିଗଲେ ବି ପ୍ରତିଦିନ ୪ଜି ସ୍ପିଡ ଡାଟା ଯୋଗାଇଦେବ। ଟେଲିକମ୍ ମାର୍କେଟରେ ଜିଓ ପ୍ରଥମ କମ୍ପାନୀ ଜିଏ ପ୍ରଥମେ ୪ଜି ଡାଟା ଉପଲବ୍ଧ କରିଥିଲେ। ତେବେ ଏପର୍ଯ୍ୟନ୍ତ ଲୋକେ ସ୍ଲୋ ସ୍ପିଡକୁ ନେଇ ଅଭିଯୋଗ କରିଆସୁଥିଲେ। ହେଲେ ଏବେ ଜିଓ ସମସ୍ୟାର ସମାଧାନ କରିଦେଇଛନ୍ତି।

ଏବେ ଜିଓ ଅଫରରେ ଆଉ ଭେଲିଡିଟିର ଚିନ୍ତାବି ନାହିଁ।  କାରଣ ଅଫରର ଭେଲିଡିଟି ଉପଲବ୍ଧ ପ୍ଲାନ ଅନୁସାରେ ମିଳିବ। ଜିଓ ଏବେ ଏହି ଅଫରକୁ ସର୍ବନିମ୍ନ ୧୦୧ ଟଙ୍କା କରିଦେଇଛନ୍ତି। ଯାହା ଏବେ ଟେଲିକମ ମାର୍କେଟରେ ସମସ୍ତଙ୍କ ନିଦ ଉଡେଇ ଦେଇଛି। ଯଦି ଜିଓ ଗ୍ରାହକ ଏବେ ୧୦୧ ଟଙ୍କା ପ୍ଲାନରେ ରିଚାର୍ଜ କରନ୍ତି ତେବେ ତାଙ୍କୁ ୪ଜି ସ୍ପିଡର ୬ଜିବି ଡାଟା ମିଳିବ। ଯାହାକୁ ଗ୍ରାହକ ପ୍ରତିଦିନ ଡାଟା ସମାପ୍ତ ହେବା ପରେ ବି ଏହି ସୁବିଧା ଉପଲବ୍ଧ କରିପାରିବେ।

ତେବେ ଏହି ପ୍ଲାନରେ ଟକଟାଇମ ଲିମିଟ୍ ସମ୍ପର୍କରେ ବିଶେଷ କିଛି ଜଣାପଡି ନଥିଲେ ହେଁ ଅନଲିମିଟେଡ ଡାଟା ଭଳି ଟକ୍ ଟାଇମ ବି ଉପଲବ୍ଧ କରୁଥିବେ ବୋଲି ଆଶା କରାଯାଉଛି। ତେବେ ଜିଓଙ୍କ ଏହି ପ୍ଲାନ ଅଫର  ଏବେ ଅନ୍ୟ କମ୍ପାନୀମାନଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଦେଇଛି। ଏଣୁ ଜିଓକୁ ବଜାରରେ ଚାଲେଞ୍ଜ କରିବା ଲାଗି ଏବେ କମ୍ପାନୀମାନେ ନୂଆ ନୂଆ ଅଫର ସମ୍ପର୍କରେ ଚିନ୍ତା କରୁଛନ୍ତି।

   Related Posts