ଏହା ହେଉଛି ଜିଓର ସବୁଠୁ ଶସ୍ତା ଇଣ୍ଟରନେଟ୍ ପ୍ୟାକ୍; ଡାଟା ସରିବା ପରେ ମଧ୍ୟ ଚାଲିବ ନେଟ୍

Published By : Prameya-News7 Bureau | January 11, 2019 IST

ରିଲାଏନ୍ସ ଜିଓ ତାର ଗ୍ରାହକଙ୍କ ପାଇଁ ସବୁଠୁ ଶସ୍ତା ଇଣ୍ଟରନେଟ୍ ପ୍ୟାକ୍ ଆଣିଛି । ଏହି ପ୍ୟାକ୍ ରେ ଗ୍ରାହକ ଅନଲିମିଟେଡ୍ କଲିଂ, ୪-ଜି ଡାଟା ଭଳି ଅନେକ ସୁବିଧା ପାଇପାରିବେ । ଜିଓର ଏହି ପ୍ୟାକ୍ ର ମୂଲ୍ୟ କେବଳ ୫୨ଟଙ୍କା ରହିଛି । ଏହି ଅଫରରେ ଗ୍ରାହକଙ୍କୁ ୭ଦିନର ଅବଧି ମିଳୁଛି । ଏହି ପ୍ୟାକ୍ ରେ ଗ୍ରାହକ ଅନଲିମିଟେଡ୍ କଲିଂ ସହ ରୋମିଂର ମଧ୍ୟ ସୁବିଧା ପାଇପାରିବେ । ରୋମିଂରେ ମଧ୍ୟ ଇନକମିଂର ସୁବିଧା କମ୍ପାନୀ ପ୍ରଦାନ କରୁଛି ।

{"id":72673,"width":565,"height":316}

ଏହି ପ୍ୟାକ୍ ରେ ଗ୍ରାହକଙ୍କୁ ୭୦ ଏସଏମଏସ ମଧ୍ୟ ଦିଆଯିବ । ଗ୍ରାହକଙ୍କୁ ଫ୍ରି କଲିଂର ସୁବିଧା ସହ ଜିଓର ସମସ୍ତ ଆପ୍ ଯେପରିକି ମ୍ୟୁଜିକ୍, ଆଜିଓ ଷ୍ଟୋର, ଜିଓ କ୍ଲାଉଡ, ଜିଓ ଟିଭି, ଜିଓ ସିନେମା ଏବଂ ମାୟ ଭଳି ଆପ୍ ମାଗଣାରେ ବ୍ୟବହାର କରିବାକୁ ମିଳିବ ।

{"id":72674,"width":581,"height":325}

କମ୍ପାନୀ ତାର ଗ୍ରାହକଙ୍କୁ ୧.୦୫ ଜିବିର ୪-ଜି ଡାଟା ମାଗଣାରେ ପ୍ରଦାନ କରୁଛି । ଏଥିରେ ୧.୦୫ଜିବି ଡାଟା ସଂପୂର୍ଣ୍ଣ ସ୍ପିଡ୍ ରେ ଶେଷ ହେବା ପରେ ମଧ୍ୟ ଗ୍ରାହକଙ୍କୁ ଅନଲିମିଟେଡ୍ ଡାଟା ମିଳିବ । ମାତ୍ର ୬୪କେବିପିଏସ୍ ସ୍ପିଡ୍ ରେ ଡାଟା ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.