ଜିଓ ଫ୍ରି କଲା ସମସ୍ତ ଓ୍ୱାଇଫାଇ କଲ୍‌ - ଜାଣନ୍ତୁ କେମିତି କରିବେ ଆକ୍ଟିଭ

Published By : Prameya-News7 Bureau | January 09, 2020 IST

ନୂଆଦିଲ୍ଲୀ ୦୯।୦୧ - ରିଲାଏନ୍ସ ଜିଓ ସମସ୍ତ ଓ୍ୱାଇଫାଇ କଲ୍‌କୁ ଫ୍ରି ବା ମାଗଣା କରି ଦେଇଛି । ପ୍ରଥମେ ଭାରତୀ ଏୟାରଟେଲ୍‌ ସମସ୍ତ ଓ୍ୱାଇଫାଇ କଲ୍‌କୁ ମାଗଣା କରି ଲଞ୍ଚ କରିଥିଲା । ବୁଧବାରରେ ଜିଓ ସାରା ଭାରତରେ ଓ୍ୱାଇଫାଇ ଭିଡିଓ ଓ ଅଡିଓ କଲ୍‌କୁ ଲଞ୍ଚ କରିବା ସହ ଏହାକୁ ଉପଭୋକ୍ତାଙ୍କ ପାଇଁ ମାଗଣା ଲଞ୍ଚ କରିଛି । ଏହାକୁ ଭଏସ୍‌ ଓଭର ଓ୍ୱାଇଫାଇ ବା ଭିଓ ଓ୍ୱାଇଫାଇ କୁହାଯାଉଛି ।

{"id":208865,"sizeSlug":"large"}

ଅଫିସ୍‌ କିମ୍ବା ଘରେ ଓ୍ୱାଇଫାଇକୁ ଅନ୍‌ କରି ଏହି ସେବାର ଲାଭ ନେଇ ପାରିବେ ।

ଜିଓ ନମ୍ବର ଥିବା ବ୍ୟକ୍ତିମାନେ ଓ୍ୱାଇଫାଇରେ କଲ୍‌ କରିବା ସହ କଲ୍‌ ରିସିଭ୍‌ କରିପାରିବେ ।
ପ୍ରଥମେ ଆପଣ ଓ୍ୱାଇଫାଇ ନେଟଓ୍ୱର୍କକୁ ଜିଓ ଓ୍ୱାଇଫାଇ କଲିଂରେ ସଂଯୋଗ କରି କଲ୍‌ କରିପାରିବେ ।
ଭଏସ୍‌ ଓ ଭିଡିଓ କଲ୍‌କୁ ଆପଣ ଭୋଲଟିଇ କିମ୍ବା ଓ୍ୱାଇଫାଇ ରେ ସ୍ୱିଚ କରିପାରିବେ ।

{"id":185152,"sizeSlug":"large"}

ଅଧିକାଂଶ ସ୍ମାର୍ଟଫୋନ୍‌ରେ ଜିଓ ଓ୍ୱାଇଫାଇ କଲିଂ କାର୍ଯ୍ୟ କରୁଛି ।

ଜିଓ ଉପଭୋକ୍ତାମାନେ ଭିଡିଓ ଓ ଓ୍ୱାଇଫାଇ କଲ୍‌ କରିପାରେ ।

ଏଥିପାଇଁ ଜିଓ ଉପଭୋକ୍ତାଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ ।

ଆଣ୍ଡ୍ରଏଡ୍ ଓ ଆଇଓଏସ୍‌ରେ ଏହି ଓ୍ୱାଇଫାଇ କଲିଂ କରିପାରିବେ ।

-ସେଟିଂକୁ ଯାଆନ୍ତୁ

-ଓ୍ୱାଇଫାଇ କଲିଂ ସର୍ଚ୍ଚ କରନ୍ତୁ

-ଓ୍ୱାଇଫାଇ କଲିଂ ଫିଚରକୁ ଅନ୍‌ କରନ୍ତୁ ।

-ଆପଣ ଭୋଲଟିଇ ଓ ଓ୍ୱାଇଫାଇ କଲିଂ ଉଭୟକୁ ଅନ୍‌ ରଖିବେ ।

{"id":193961,"sizeSlug":"large"}

ଜିଓ ତାହାର ଗ୍ରାହକମାନଙ୍କୁ ନୂଆ ନୂଆ ଟେକନୋଲଜିର ସୁବିଧା ଯୋଗାଇ ଦେବା ବୋଲି ଏହାର ନିର୍ଦେଶକ ଆକାଶ ଅମ୍ବାନୀ କହିଛନ୍ତି ।

ପୂର୍ବରୁ ଭାରତୀ ଏୟାରଟେଲ୍‌ ନିଜର ଗ୍ରାହକମାନଙ୍କ ପାଇଁ ଓ୍ୱାଇଫାଇ କଲିଂ ସୁବିଧା ଉପଲବ୍ଧ କରାଇଛି । କେବଳ ପ୍ରିମୟମ ସ୍ମାର୍ଟଫୋନ୍‌ରେ ଏହି ସୁବିଧା ଉପଲବ୍ଧ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.