ଜିଓ ପୁଣି ଲଞ୍ଚ କଲା ୯୦ ଦିନିଆ ଅଫର : ଗ୍ରାହକଙ୍କର ରହିବ ନାହିଁ ଡାଟା ଶେଷ ହେବାର ଭୟ,ଜାଣନ୍ତୁ ଏହି ଅଫର

Published By : Prameya-News7 Bureau | August 25, 2019 IST

ନୂଆଦିଲ୍ଲୀ୨୫|୮: ଜିଓ କମ୍ପାନୀ ଟେଲିକମ ମାର୍କେଟରେ ବହୁ ଅଫର ଛାଡିଛି । ଜିଓ ଗ୍ରାହକଙ୍କ ପାଇଁ ଗୋଟେ ପରେ ଗୋଟେ ଅଫର ଭେଟି ଦେଉଛି। ଗ୍ରାହକଙ୍କ ପାଇଁ ଜିଓ କମ୍ପାନି ପୁଣି ଏକ ନୂଆ ଅଫର ବଜାରକୁ ଛାଡିଛି। ଯାହାର ବୈଧତା(ଭାଲିଡିଟି) ୯୦ ଦିନ ପର୍ଯ୍ୟନ୍ତ ରହିଛି। ଏହି ଅଫରରେ ପ୍ରତ୍ୟେକ ଦିନ ଡାଟା ଲିମିଟ ରହିବ ନାହିଁ ଅର୍ଥାତ ଆପଣ ଦରକାର ଅନୁସାରେ ଡାଟା ବ୍ୟବହାର କରି ପାରିବେ। ଯଦି ଆପଣଙ୍କର ଇଣ୍ଟରନେଟ ଦରକାର ନଥାଏ ତେବେ ଆପଣ ଡାଟା ସଞ୍ଚୟ କରି ପାରିବେ। ଆସନ୍ତୁ ଏହି ଜିଓ ଅଫର ସଂପର୍କରେ ଅଧିକ ଜାଣିବା…

{"id":148747}

ଜିଓରେ ଏମିତି ଗ୍ରାହକ ଅଛନ୍ତି, ଯେଉଁମାନଙ୍କର ପ୍ରତିଦିନ ଇଣ୍ଟରନେଟ ବ୍ୟବହାର ପାଇଁ ଡାଟା ଆବଶ୍ୟକ ପଡ଼ି ନଥାଏ।ଏହିଭଳି ଗ୍ରାହକଙ୍କୁ ଲକ୍ଷ୍ୟକରି ଜିଓ ଏହି ଅଫର ଲଞ୍ଚ କରିଛି। ଏହି ଅଫରରେ ୯୦ ଦିନ ପର୍ଯ୍ୟନ୍ତ ଲୋକାଲ ଓ ଏସଟିଡି କଲ ଫ୍ରିରେ କରିପାରିବେ। ଯଦି ଇଣ୍ଟରନେଟ କଥା କହିବା ତେବେ ୯୦ ଦିନ ପାଇଁ ୬୦ ଜିବି ଡାଟା ୪ଜି ସ୍ପିଡ୍‌ରେ ମିଳିବ।  

{"id":148748}

ଯଦି ୪ଜି ସ୍ପିଡ୍‌ର ଡାଟା ୯୦ ଦିନ ଭିତରେ ଶେ​‌ଷ ହୋଇଯାଉଛି ତେବେ ଗ୍ରାହକ 90 kbpsରୁ128 kbps ସ୍ପିଡ୍‌ରେ ଅଲ ଲିମିଟେଡ୍‌ ଡାଟା ଆପଣ ବ୍ୟବହାର କରି ପାରିବେ। ଏହା ସହିତ ପ୍ରତ୍ୟେକ ଦିନ ୧୦୦ଟି ଏସଏମଏସ କରି ପାରିବେ। ଏହି ଅଫରକୁ ଦୀର୍ଘସ୍ଥାୟୀ ବା ଲଙ୍ଗଟର୍ମ ପ୍ଲାନରେ ସାମିଲ କରାଯାଇଛି। ଏହି ଅଫର ପାଇଁ ଆପଣଙ୍କୁ ୯୯୯ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.