Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ଜିଓ ଲଞ୍ଚ କଲା ଜିଓ ଗ୍ରୃପ୍ ଟକ୍ ଆପ୍ : ଏକାଠି ୧୦ଜଣଙ୍କୁ କଲ୍ କରିପାରିବେ

27/02/2019 at 3:18 PM

ନୂଆଦିଲ୍ଲୀ ୨୭/୨: ଦୂରସଞ୍ଚାର କମ୍ପାନୀ ଜିଓ ନିଜ ଗ୍ରାହକଙ୍କ ପାଇଁ ଜିଓ ଗ୍ରୃପ୍ ଟକ୍ ଆପ୍ ଲଞ୍ଚ କରିଛି। ଏହି ଆପ୍ ଜରିଆରେ ଆପଣ ଗ୍ରୃପ୍ କନଫରେନ୍ସ କଲ୍ କରିପାରିବେ। ଏହି ଗ୍ରୃପ୍ ଜରିଆରେ ଆପଣ ଥରକରେ ୧୦ଜଣଙ୍କ ସହ କଥା ହୋଇପାରିବେ। ଏହି ଜିଓ ଗ୍ରୃପ୍ ଟକ୍ ଆପ୍ ୪ଜି ଭୋଲ୍ଟ୍ ନେଟଓ୍ବାର୍କରେ କାମ କରିଥାଏ ଯେଉଁଥିପାଇଁ ଉତ୍କୃଷ୍ଟ ଏବଂ ଏଚଡି କ୍ବାଲିଟିର ଭଏସ୍ କଲିଂର ସୁବିଧା ମିଳିଥାଏ।

ଜିଓ ଗ୍ରୃପ୍ ଟକ୍ ଆପକୁ ଏବେ ଟ୍ରାଏଲ୍ କରିବା ପାଇଁ ରୋଲ୍ ଆଉଟ୍ କରାଯାଇଛି। ଜିଓ ଗ୍ରାହକ ଏହି ଆପକୁ ବର୍ତ୍ତମାନ ବ୍ୟବହାର କରି ପାରିବେ। ଗୁଗଲ୍ ପ୍ଲେ ଷ୍ଟୋରରେ ଏହି ଆପ୍ ଆପଣଙ୍କୁ ମିଳିବ। ଏହି ଆପର ସାଇଜ ୬.୧୫ ଏମ୍.ବି। ଖୁବ୍ ଶୀଘ୍ର ଏହାକୁ ବାଣିଜ୍ୟିକ ସ୍ତରରେ ମଧ୍ୟ ଲଞ୍ଚ କରାଯିବ। ଯାହା ଅନ୍ୟ ଅପରେଟରର ଗ୍ରାହକମାନେ ମଧ୍ୟ ବ୍ୟବହାର କରି ପାରିବେ। ଏହି ଆପ୍ ବର୍ତ୍ତମାନ ଆଣ୍ଡ୍ରଏଡ୍ ଗ୍ରାହକଙ୍କ ପାଇଁ ଲଞ୍ଚ କରାଯାଇଛି। ଏହି ଆପରେ ଗ୍ରୃପ୍ ଏଚଡି ଭିଡିଓ କଲିଂକୁ ସପୋର୍ଟ ଦିଆଯାଇପାରିବ। ବର୍ତ୍ତମାନ କେବଳ ଭଏସ୍ କଲିଂର ସୁବିଧା ଏଥିରେ ଉପଲବ୍ଧ।

କନଫରେନ୍ସ କଲ୍ ସହ ଜିଓ ଗ୍ରୃପ୍ ଟକ୍ ଆପରେ ଲେକ୍ଚର ମୋଡ୍ ଏବଂ ମ୍ୟୁଟ୍ ପାର୍ଟିସିପେଣ୍ଟସ୍ ଭଳି ଫିଚର ଦିଆଯାଇଛି। ଏହି ଫିଚର ମାଧ୍ୟମରେ ଆପଣ ଚାହିଁଲେ ଯେକୈାଣସି ଗ୍ରାହକଙ୍କୁ ମ୍ୟୁଟ୍ କରିପାରିବେ ଏବଂ ଲେକ୍ଚର ଦେଇ ପାରିବେ। ଏହି ଆପର ଫାଇଦା ହେଉଛି ଏହି ଆପ୍ ଜରିଆରେ ଆପଣ ଲ୍ୟାଣ୍ଡଲାଇନର ଗ୍ରାହକଙ୍କୁ ମଧ୍ୟ କନେକ୍ଟ କରିପାରିବେ। କନଫରେନ୍ସ କଲକୁ ଇନିସିଏଟ୍ କରିବା ପାଇଁ ଆପଣଙ୍କ ମୋବାଇଲ୍ କିମ୍ବା ଫୋନ୍ ଡାଇରେକ୍ଟୋରୀରେ ସମସ୍ତ ମେମ୍ବରଙ୍କ ନମ୍ବର ସେଭ୍ କରିବା ଦରକାର। ନମ୍ବର ସେଭ୍ କରିବା ପରେ ଆପଣ ଏହି ଫିଚରର ଲାଭ ଉଠାଇ ପାରିବେ।

ରିଲାଏନ୍ସ ଜିଓର ଏହି ଗ୍ରୃପ୍ ଟକ୍ ଆପର ସିଧା ମୁକାବିଲା ହ୍ବାଟସଆପ୍ ସହ ହେବ। ଏହି ଆପକୁ କେବଳ ଚ୍ୟାଟ୍ ବ୍ୟତୀତ ଫଟୋ ସେୟାର ଏବଂ ଭିଡିଓ କଲିଂ ଭଳି ଫିଚରର ଲାଭ ଉଠାଇ ପାରିବେ। ହ୍ବାଟସଆପ୍ ଗତ ବର୍ଷ ନିଜ ଆପରେ ଗ୍ରୃପ୍ ଭିଡିଓ କଲିଂର ଫିଚର ଆରମ୍ଭ କରିଥିଲା। ଏହି ଫିଚର ଯୋଡ଼ିବା ପରେ ଗ୍ରାହକ ଏକାଠି ୪ଜଣଙ୍କ  ସହ କଥା ହୋଇପାରୁଛନ୍ତି। ଭାରତରେ ୨୦ଲକ୍ଷରୁ ଅଧିକ ହ୍ବାଟସଆପ୍ ଗ୍ରାହକ ଅଛନ୍ତି।   

  

   Related Posts