Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଅଗଷ୍ଟ ମାସରେ ୪ଜି ଡାଉନଲୋଡ଼ ସ୍ପିଡ ଚାର୍ଟରେ ଜିଓ ସର୍ବାଗ୍ରେ: ଟ୍ରାଇ

17/09/2019 at 7:32 PM

ନୂଆଦିଲ୍ଲୀ ୧୭/୯: ଡାଉନଲୋଡ ସ୍ପିଡ୍‍ କ୍ଷେତ୍ରରେ ନିଜର ଉତ୍ତମ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ। ୨୦୧୯ ଅଗଷ୍ଟ ମାସ ପାଇଁ ଭାରତୀୟ ଟେଲିକମ୍‍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ୪ଜି ଇଣ୍ଟରନେଟ୍‍ ଡାଉନ୍‍ଲୋଡ଼ ସ୍ପିଡ ଚାର୍ଟରେ ସର୍ବପ୍ରଥମ ସ୍ଥାନରେ ରହିଛି । ଅଗଷ୍ଟ ମାସରେ ଜିଓ ସେକେଣ୍ଡ ପ୍ରତି ହାରାହାରି ୨୧.୩ ମେଗାବିଟ୍‍ (ଏମ୍‍ବିପିଏସ୍‍) ଡାଉନ୍‍ଲୋଡ଼ ସ୍ପିଡ୍‍ ହାସଲ କରିବା ସହିତ ଜୁଲାଇ ମାସରେ ରହିଥିବା ଏହାର ହାରାହାରି ଡାଉନ୍‍ଲୋଡ଼ ବେଗ ୨୧ ଏମ୍‍ବିପିଏସ୍‍ ତୁଳନାରେ ଉନ୍ନତି ଆଣିଥିବା ଟ୍ରାଇ ତଥ୍ୟରୁ ଜଣାପଡ଼ିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସମ୍ପୂର୍ଣ୍ଣ ୨୦୧୮ ବର୍ଷରେ ସମସ୍ତ ୧୨ ମାସରେ ସର୍ବାଧିକ ହାରାହାରି ଡାଉନଲୋଡ଼ ସ୍ପିଡ ସହିତ ଜିଓ ଦ୍ରୁତତମ ୪ଜି ଇଣ୍ଟରନେଟ୍‍ ସେବା ପ୍ରଦାନକାରୀ ରହିଥିଲା । ଚଳିତ ବର୍ଷ ମଧ୍ୟ ବିଗତ ୮ ମାସରେ ଦ୍ରୁତତମ ଡାଉନଲୋଡ଼ ସ୍ପିଡ ସହିତ ଜିଓ ସର୍ବାଗ୍ରେ ରହିଛି ।ଅଗଷ୍ଟ ମାସ ପାଇଁ ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ହାରାହାରି ଡାଉନଲୋଡ଼ ସ୍ପିଡ୍‍ରେ ଜିଓ ପରେ ଦ୍ୱିତୀୟ ସ୍ଥାନରେ ରହିଥିବା ଭାରତୀ ଏୟାରଟେଲ୍‍ ସେକେଣ୍ଡ ପ୍ରତି ହାରହାରି ୮.୨ ମେଗାବିଟ୍‍ ହାଉନଲୋଡ଼ ସ୍ପିଡ଼ ହାସଲ କରିଥିବା ବେଳେ ଏହା ଜୁଲାଇ ମାସର ୮.୮ ମେଗାବିଟ୍‍ ଡାଉନଲୋଡ଼ ସ୍ପିଡ଼ ତୁଳନାରେ ହ୍ରାସ ପାଇଛି । ସେହିଭଳି ଭୋଡ଼ାଫୋନ ଅଗଷ୍ଟ ମାସରେ ସେକେଣ୍ଡ ପ୍ରତି ହାରାହାରି ୭.୭ ମେଗାବିଟ୍‍ ଏବଂ ଆଇଡିଆ ୬.୧ ମେଗାବିଟ୍‍ ଡାଉନଲୋଡ଼ ସ୍ପିଡ ହାସଲ କରିଥିବା ଏହି ସ୍ପିଡ୍‍ ଚାର୍ଟରେ ପ୍ରକାଶ ପାଇଛି ।

ଉଲ୍ଲେଖଯୋଗ୍ୟ ଯେ ଭିଡ଼ିଓ ଦେଖିବା, ଇଣ୍ଟରନେଟ୍‍ ବ୍ରାଉଜ୍‍ କରିବା, ଇ-ମେଲ୍‍ ଆକ୍ସେସ୍‍ ଇତ୍ୟାଦି ପାଇଁ ହାଉନଲୋଡ଼ ସ୍ପିଡ୍‍ ବେଶ୍‍ ଗୁରୁତ୍ୱ ବହନ କରିଥାଏ ।ତେବେ ଅଗଷ୍ଟ ମାସରେ ୪ଜି ଅପଲୋଡ଼ ସ୍ପିଡରେ ଭୋଡ଼ାଫୋନ ସେକେଣ୍ଡ ପ୍ରତି ହାରାହାରି ୫.୫ ମେଗାବିଟ ସ୍ପିଡ ସହିତ ଆଗରେ ରହିଥିବା ବେଳେ ଏହା ଜୁଲାଇ ମାସର ୫.୮ ମେଗାବିଟ ଅପଲୋଡ଼ ସ୍ପିଡ ତୁଳନାରେ ହ୍ରାସ ପାଇଛି । ଅନ୍ୟମାନଙ୍କ ମଧ୍ୟରେ ଅଗଷ୍ଟ ମାସରେ ଏୟାରଟେଲ୍‍ ୫.୧ ଏମବିପିଏସ, ଜିଓ ୪.୪ ଏମବିପିଏସ ଓ ଆଇଡିଆ ୩.୧ ଏମବିପିଏସ ଅପଲୋଡ଼ ସ୍ପିଡ ହାସଲ କରିଥିବା ପ୍ରକାଶ ପାଇଛି ।ପ୍ରତି ମାସ ପାଇଁ ଏହି ହାରାହାରି ୪ଜି ଡାଉନଲୋଡ଼ ଓ ଅପଲୋଡ଼ ସ୍ପିଡ ଟ୍ରାଇ ଦ୍ୱାରା ବାସ୍ତବ ସମୟରେ ମାଇଁ ସ୍ପିଡ ଆପ୍ସ ଜରିଆରେ ସଂଗୃହୀତ ତଥ୍ୟ ଓ ପରିସଂଖ୍ୟାନର ଆକଳନ କରି ପ୍ରସ୍ତୁତ କରାଯାଉଛି ।

   Related Posts