Saturday, April 20, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କ୍ରିକେଟପ୍ରେମୀଙ୍କ ଖୁସି ଖବର : ଜିଓ ଲଞ୍ଚ କଲା ୨୫୧ ଟଙ୍କା ପ୍ଲାନ, ଦିନକୁ କେତେ ମିଳିବ ଡାଟା ଜାଣନ୍ତୁ

ନୂଆଦିଲ୍ଲୀ ୧୩/୪ : ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ନିକଟରେ ଆଇପିଏଲ ସିରିଜରେ କ୍ରିକେଟପ୍ରେମୀଙ୍କ ପାଇଁ ୨ଟି ନୂଆ ପ୍ଲାନ ଜାରି କରିଛି | ଏହି ୨ଟି ପ୍ଲାନର ମୂଲ୍ୟ ୧୯୯ ଏବଂ ୪୯୯ ଟଙ୍କା | ଏହି ପ୍ଲାନରେ ଦିନକୁ ୧ଜିବି ଡାଟା ମିଳିବ | ଏବେ ରିଲାଏନ୍ସ ଜିଓ ମଧ୍ୟ କ୍ରିକେଟପ୍ରେମୀଙ୍କ ପାଇଁ କ୍ରିକେଟ ପ୍ୟାକ ଜାରି କରିଛି | ଯାହାଫଳରେ ଜିଓ ୟୁଜର୍ସ ଆଇପିଏଲର ମଜା ଉଠାଇ ପାରିବେ | ଏହି ନୂଆ ପ୍ଲାନର ମୂଲ୍ୟ ୨୫୧ ଟଙ୍କା |


ଏହି ନୂଆ ପ୍ଲାନ ମାଇ ଜିଓ ଆପରେ ଉପଲବ୍ଧ | ଏହା ପ୍ରିପେଡ଼ ପ୍ଲାନ | ଏହି ପ୍ଲାନ ଏବେ ୱେବସାଇଟରେ ଉପଲବ୍ଧ ହୋଇନାହିଁ | ଖୁବ ଶୀଘ୍ର ୱେବ ପୋର୍ଟାଲରେ ମଧ୍ୟ ରିଚାର୍ଜ ପାଇଁ ଏହି ପ୍ଲାନ ଉପଲବ୍ଧ କରାଯିବ | ଜିଓର ଏହି ୨୫୧ ପ୍ଲାନ ଡାଟା ପ୍ଲାନ | ଏହି ପ୍ଲାନରେ ଦିନକୁ ୨ଜିବି ହାଇ ସ୍ପିଡ଼ ଡାଟା ମିଳିବ ଏବଂ ଡାଟା ଲିମିଟ ସରିଯିବା ପରେ ସ୍ପିଡ଼ ୬୪ କେବିପିଏସ ହୋଇଯିବ |


ଜିଓର ଏହି ୨୫୧ ପ୍ଲାନର ଅବଧି ୫୧ ଦିନ | ଅର୍ଥାତ ଗ୍ରାହକଙ୍କୁ ୨୫୧ ଟଙ୍କାର ୧୦୨ ଜିବି ହାଇ ସ୍ପିଡ଼ ଡାଟା ମିଳୁଛି | କିନ୍ତୁ ଏହି ପ୍ଲାନରେ ଏକ ନୈରାଶ୍ୟଜନକ ଖବର ମଧ୍ୟ ରହିଛି | ଏହି ପ୍ଲାନରେ ଗ୍ରାହକଙ୍କୁ ଫ୍ରି କଲ କିମ୍ବା ଏସଏମଏସ ସୁବିଧା ମିଳିବନାହିଁ | ଆପଣ ନ୍ୟାସନାଲ ରୋମିଙ୍ଗରେ ମଧ୍ୟ ଡାଟା ବ୍ୟବହାର କରିପାରିବେ |


ଯେଉଁ ଜିଓ ୟୁଜର୍ସ କଲିଙ୍ଗ ସୁବିଧା ପାଇବା ପାଇଁ ଚାହୁଁଛନ୍ତି ସେମାନେ ଜିଓ ରିଚାର୍ଜ ଲାଇନଅପରୁ ୧୯୮ ଟଙ୍କା ଏବଂ ୩୯୮ ଟଙ୍କା ପ୍ଲାନ ବ୍ୟବହାର କରିପାରିବେ | ଏହି ୨ଟି ପ୍ଲାନରେ ଦୈନିକ ୨ ଜିବି ଡାଟା ଏବଂ ଅନଲିମିଟେଡ଼ କଲିଙ୍ଗ ଏବଂ ଦିନକୁ ୧୦୦ ଏସଏମଏସ ସୁବିଧା ପାଇପାରିବେ | ୧୯୮ ପ୍ଲାନର ଅବଧି ୨୮ ଦିନ ହୋଇଥିବାବେଳେ ୩୯୮ ପ୍ଲାନର ଅବଧି ୭୦ ଦିନ | ଉଭୟ ପ୍ଲାନରେ ଜିଓ ଆପ ସବସ୍କ୍ରିପସନ ଫ୍ରି ମିଳିବ |

404 Views

   ସମ୍ବନ୍ଧିତ ଖବର