ଜିଓକୁ ଦେଖି ଏୟାରଟେଲ୍ ମାର୍କେଟରେ ସୃଷ୍ଟି କଲା ହଇଚଇ : ରିଚାର୍ଜ କରନ୍ତୁ ଏତିକି ଟଙ୍କା ପାଆନ୍ତୁ ଫାଇଦା ହିଁ ଫାଇଦା

Published By : Prameya-News7 Bureau | August 17, 2019 IST

ନୂଆଦିଲ୍ଲୀ ୧୭/୮: ଜିଓ ଗିଗା ଫାଇବର ନାଁରେ ଟେଲିକମ୍ ଇଣ୍ଡଷ୍ଟ୍ରିରେ ଏବେ ଆଉ ଏକ ଯୁଦ୍ଧ ଦେଖିବାକୁ ମିଳିବ। କମ୍ପାନୀରେ ପ୍ରିପେଡ଼ ଏବଂ ପୋଷ୍ଟପେଡ ରିଚାର୍ଜ ପ୍ଲାନକୁ ନେଇ ପୂର୍ବରୁ ଯୁଦ୍ଧ ଚାଲିଛି। ଏବେ ଜିଓ ନୂଆ ଗିଗା ଫାଇବର ସର୍ଭିସ୍ ସହ ଇଣ୍ଡରନେଟ୍ ବ୍ରଡବ୍ୟାଣ୍ଡ ବଜାରରେ ଛାଡ଼ିଛି। ଯାହାର ପ୍ରଭାବରେ ଅନ୍ୟ କମ୍ପାନୀଗୁଡ଼ିକ ଉପରେ ଏବେଠୁ ପଡ଼ିଲାଣି।

ନିକଟରେ ଟେଲିକମ୍ କମ୍ପାନୀ ଏୟାରଟେଲ୍ ୪ଜି ହଟସ୍ପଟ୍ ଅଫରକୁ ପ୍ରିପେଡ୍ ଏବଂ ପୋଷ୍ଟପେଡ ଗ୍ରାହକଙ୍କ ପାଇଁ ରିଭାଇଜ କରିଛି। ଏୟାରଟେଲ୍ ୪ଜି ହଟସ୍ପଟ୍ ଡିଭାଇସ୍ କିଣୁଥିବା ନୂଆ ପ୍ରିପେଡ ଗ୍ରାହକଙ୍କୁ ୨୨୪ଦିନର ଭ୍ୟାଲିଡିଟି ସହ ଏବେ ପ୍ରତିଦିନ ୧.୫ଜିବି ଡାଟା ମିଳିବ। ଏହି ଡାଟା ହଟସ୍ପଟରେ ସିମକୁ ଆକ୍ଟିଭେଟ୍ କରିବା ପରଠୁ ମିଳିବ।

ଲୟାରଟେଲ ହଟସ୍ପଟ ଡିଭାଇସକୁ କିଣୁଥିବା ପୋଷ୍ଟପେଡ ଗ୍ରାହକଙ୍କୁ ୩୯୯ଟଙ୍କା ଏବଂ ୪୯୯ଟଙ୍କା ଥିବା ପୋଷ୍ଟପେଡ ପ୍ଲାନ୍ ସହ କିଛି ଫାଇଦା ମିଳିବ ଏବଂ ଏହା ସହିତ ପୋଷ୍ଟପେଡ ଗ୍ରାହକଙ୍କୁ ଏୟାରଟେଲ୍ ୪ଜି ହଟସ୍ପଟ୍ ସହ କୈରୀ ଫାର୍ବଡ ଫିଚର ମିଳିବ। ଏହା ବ୍ୟତୀତ ପୋଷ୍ଟପେଡ ଗ୍ରାହକଙ୍କୁ କମ୍ପାନୀ ଦ୍ବାରା ୪ଜି ହଟସ୍ପଟ୍ କିଣିଲେ ୧୦୦୦ଟଙ୍କାର କ୍ୟାଶବାକ୍ ଦିଆଯାଉଛି। ଏଥିପାଇଁ ପୋଷ୍ଟପେଡ ଗ୍ରାହକଙ୍କୁ ୩୯୯ଟଙ୍କା କିମ୍ବା ୪୯୯ଟଙ୍କାର ପୋଷ୍ଟପେଡ ପ୍ଲାନ୍ ବାଛିବାକୁ ପଡ଼ିବ।

ଯଦି ଆପଣ ନୂଆ ଏୟାରଟେଲ୍ ପ୍ରିପେଡ ଗ୍ରାହକ ଏବଂ ଏୟାରଟେଲ୍ ୪ଜି ହଟସ୍ପଟ ୨୦୦୦ଟଙ୍କା​ରେ କିଣୁଛନ୍ତି ତେବେ ଆପଣଙ୍କୁ ପୋଷ୍ଟପେଡ ଗ୍ରାହକଙ୍କ ଭଳି କ୍ୟାଶବ୍ୟାକର ଲାଭ ମିଳିବ ନାହିଁ। କିନ୍ତୁ ପ୍ରିପେଡ ଗ୍ରାହକଙ୍କୁ ଏୟାରଟେଲ୍ ତରଫରୁ ଫ୍ରି ଡାଟା ମିଳିବ।

ଏୟାରଟେଲ୍ ୪ଜି ହଟସ୍ପଟରେ ସିମ୍ ଆକ୍ଟିଭେଟ୍ କରୁଥିବା ନୂଆ ପ୍ରିପେଡ ଗ୍ରାହକଙ୍କୁ ୨୨୪ଦିନର ଭ୍ୟାଲିଡିଟିରେ ମାଗଣାରେ ପ୍ରତିଦିନ ୧.୫ଜିବି ଡାଟା ଦିଆଯିବ। ଭାରତୀ ଏୟାରଟେଲ୍ ତରଫରୁ ସୂଚନା ଦିଆଯାଇଛି ଯେ ନୂଆ ଗ୍ରାହକଙ୍କ ଦ୍ବାରା ଏୟାରଟେଲ୍ ସିମ୍ ଆକ୍ଟିଭେଟ୍ କରାଯିବାର ୪୮ଘଣ୍ଟା ମଧ୍ୟରେ ଏହି ଅଫର ୨୨୪ଦିନ ଯାଏଁ ବୈଧ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.