Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ଜିଓ ଗିଗା ଫାଇବର-ଫ୍ରି ଏଚ୍‌ଡି ଟିଭି,ବୁକିଂ ପ୍ଲାନ, ଟିଭିରୁ ଭିଡିଓ କଲିଂ , ଗେମିଂ ଜାଣନ୍ତୁ ସବୁକିଛି

4/09/2019 at 10:09 PM

ମୁମ୍ବଇ- ସେପ୍ଟେମ୍ବର ୫ ତାରିଖରୁ ସାରା ଦେଶରେ ଜିଓ ଫାଇବର ବୁକିଂ ଆରମ୍ଭ ହେବ ଏଥିରେ ଜିଓ ପକ୍ଷରୁ ଅନେକ ପ୍ରକାର ସୁବିଧା ସୁଯୋଗ ଦିଆଯାଇଛି। ଟିଭି ଠାରୁ ଆରମ୍ଭ କରି ଭିଡିଓ କଲିଂ ଓ ଗେମିଂ ସୁବିଧା ରହିଛି ।

ଗିଗା ଫାଇବର ପାଇଁ ପ୍ରାରମ୍ଭିକ ମୂଲ୍ୟ ୭ ଶହ ଟଙ୍କା ରଖାଯାଇଛି । ଏଥିରେ ଇଣ୍ଟରନେଟ୍‌ ସହ ସ୍ମାର୍ଟ ଟିଭି ଓ ଅନେକ କିଛି ଉପଲବ୍ଧ ହେବ ।

jio.com ରେ ଆପଣ ଗିଗା ଫାଇବାର ବୁକିଂ କରିପାରିବେ । ବୁକିଂ ପରେ ଜିଓ ଅଧିକାରୀ ଆପଣଙ୍କୁ ସମ୍ପର୍କ କରିବେ । ଏହାପରେ ଆପଣଙ୍କୁ ଜିଓ ଫାଇବର କନେକସନ୍‌ ମିଳିବ ।

୭୦୦ ଟଙ୍କିଆ ପ୍ଲାନରେ ଆପଣଙ୍କୁ ୧୦୦ ଏମ୍‌ବିପିଏସ୍‌ର କନେକସନ୍‌ ମିଳିବ । ସବୁଠାରୁ ଦାମିକା ପ୍ଲାନ ୧୦ ହଜାର ଟଙ୍କା ଏଥିରେ ୧ଜିବିପିଏସ୍‌ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ମିଳି ପାରିବ ।

ଇନଷ୍ଟାଲେସନ୍ ପାଇଁ ୪,୫୦୦ ସିକ୍ୟୁରିଟି ଟଙ୍କା ଦେବାକୁ ପଡିବ । ପରେ ଏହାକୁ ଡିଭାଇସ୍‌ ଫେରାଇଲେ ଆପଣ ରିଫଣ୍ଡ ପାଇ ପାରିବେ । ଟେଷ୍ଟିଙ୍ଗ ସମୟରେ କେତକ ଲୋକଙ୍କଠାରୁ ୨,୫୦୦ ଟଙ୍କା ବି ନେଇଛନ୍ତି ।
ଏଥିରେ ଇଣ୍ଟରନ୍ୟାସନାଲ କଲିଂ ଶସ୍ତା ହୋଇଯିବ । ମାତ୍ର ୫୦୦ ଟଙ୍କାରେ ଆମେରିକା ଓ କାନେଡାକୁ ଅନ୍‌ଲିମିଟେଡ୍‌ କଲିଂ କରିପାରିବେ । ଏହାର ବୈଧତା ଏକ ମାସ


ଓ୍ୱେଲକମ୍‌ ଅଫର୍‌ରେ ଫ୍ରିରେ ମିଳିବ ଏଚ୍‌ଡି ଟିଭି
ଓ୍ୱେଲକମ୍‌ ଅଫର୍‌ ନେଇଥିବା ଲୋକଙ୍କୁ 4K ଏଚ୍‌ଡି ଟେଲିଭିଜନ୍‌ ଦିଆଯିବ । ଏଥିରେ 4K କେ ସେଟ୍‌ଟପ୍‌ ବକ୍ସ ବି ଦିଆଯିବ । ଯାହା ସମ୍ପୂର୍ଣ୍ଣ ମାଗଣା । ଏଥିପାଇଁ ବାର୍ଷିକକ ପ୍ଲାନ ନେବାକୁ ହେବ । ୭୦୦ ଟଙ୍କିଆ ପ୍ଲାନରେ ବି ଏହା ଉପଲବ୍ଧ ହେବ ।


ଟିଭିରୁ ଆପଣ ଭିଡିଓ କଲିଂ କରିପାରିବେ । ସେଟ୍‌ଟପ୍‌ ବକ୍ସରୁ ଟିଭି ସାହାଯ୍ୟରେ ଭିଡିଓ କଲିଂ କରି ପାରିବେ । ଭିଡିଓ କନଫରେସିଂ ବି କରି ପାରିବ । ୪ ଜଣଙ୍କ ସହ ଏକାଥରକେ ଭିଡିଓ କନଫରେନସିଂ କରିହେବ ।
ଏଥିରେ ଗୋଟିଏ କନେକସନ୍‌ରେ ଟିଭି, ଲ୍ୟାଣ୍ଡଲାଇନ୍ ଓ ଡାଟା ସୁବିଧି ପାଇ ପାରିବେ ।

   Related Posts