ଲଞ୍ଚ ହେଲା ଜିଓ ଗିଗା ଫାଇବର , ମାଗଣାରେ ମିଳିବ ଏହି ସବୁ ସୁବିଧା ସହ ଅନେକ କିଛି

Published By : Prameya-News7 Bureau | September 05, 2019 IST

ମୁମ୍ବଇ -  ଜିଓ ଗିଗା ଫାଇବର ଲଞ୍ଚ ହୋଇଛି । ଏଥିରେ  ଅଲଟ୍ରା ହାଇସ୍ପିଡ  ବ୍ରଡବ୍ୟାଣ୍ଡ୍  ସହ ମାଗଣାରେ ଦେଶ ଭିତରେ ଭଏସ କଲିଂ, , ଭିଡିଓ କନଫେରେନସିଂ ପାଇପାରିବେ ।

ଭାରତରେ ଏବେ ହାରାହାରି ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ବେଗ ହେଉଛି ୨୫ ଏମବିପିଏସ। ଏଭଳିକି ଆମେରିକା ଭଳି ବିକଶିତ ଦେଶରେ ମଧ୍ୟ ଏହି ବେଗ ହେଉଛି ୯୦ ଏମବିପିଏସ। ଜିଓ ଫାଇବର ଯାହା ଭାରତର ପ୍ରଥମ ୧୦୦% ସମ୍ପୂର୍ଣ୍ଣ ଫାଇବର ବ୍ରଡବ୍ୟାଣ୍ଡ୍ ସେବା ତାହାର ବେଗ ୧୦୦ ଏମବିପିଏସରୁ ଆରମ୍ଭ ହେବ ଏବଂ ୧ ଜିବିପିଏସ ପର୍ଯ୍ୟନ୍ତ ବଢ଼ିପାରିବ। ଏହା ଦ୍ୱାରା ଭାରତ ବିଶ୍ୱ ସ୍ତରରେ ପ୍ରଥମ ୫ଟି ବ୍ରଡବ୍ୟାଣ୍ଡ୍ ବ୍ୟବହାରକାରୀ ରାଷ୍ଟ୍ରଙ୍କ ମଧ୍ୟରେ ସାମିଲ ହୋଇପାରିବ।

ଜିଓ ଫାଇବର ସହିତ ଜଡ଼ିତ ଥିବା ସେବାଗୁଡ଼ିକ ହେଉଛି:

୧. ଅଲଟ୍ରା ହାଇସ୍ପିଡ  ବ୍ରଡବ୍ୟାଣ୍ଡ୍  (୧ ଜିବିପିଏସ ପର୍ଯ୍ୟନ୍ତ)

୨.ମାଗଣା ଘରୋଇ ଭଏସ କଲିଂ, କନଫରେନ୍ସିଂ ଏବଂ ଆନ୍ତର୍ଜାତିକ କଲ ସୁବିଧା

୩.ଟିଭି ଭିଡିଓ କଲିଂ ଓ କନଫରେନ୍ସିଂ

୪.ମନୋରଂଜନକାରୀ ଓଟିଟି ଆପ୍

୫.ଗେମିଂ

୬.ହୋମ ନେଟୱର୍କିଂ

୭.ଡିଭାଇସ ସିକ୍ୟୁରିଟି

୮.ଭର୍ଚୁଆଲ ରିଅଲିଟିର ଅନୁଭବ

୯.ପ୍ରିମିୟମ କନଟେଂଟ ପ୍ଲାଟଫର୍ମ

ଜିଓର ପ୍ରିପେଡ ଟାରିଫ:

ମାସିକ ପ୍ଲାନ:

୧.ଜିଓ ଫାଇବରର ମାସିକ ପ୍ଲାନ ଦାମ ୬୯୯ ଟଙ୍କାରୁ ଆରମ୍ଭ ହୋଇ ୮୪୯୯ ଟଙ୍କା ପର୍ଯ୍ୟନ୍ତ ରହିବ

୨.ସବୁ ପ୍ଲାନର ସ୍ପିଡ ବା ବେଗ ୧୦୦ ଏମବିପିଏସରୁ ଆରମ୍ଭ ହେବ

୩. ଆପଣ ୧ ଜିବିପିଏସ ପର୍ଯ୍ୟନ୍ତ ବେଗ ପାଇପାରିବେ

୪.ଅଧିକାଂଶ ଟାରିଫ ପ୍ଲାନ ଉପଭୋକ୍ତ ସବୁ ପ୍ରକାର ସେବା ସହିତ ଆସିବ

୫. ବିଶ୍ୱ ସ୍ତର ଦର ତୁଳନାରେ ୧୦ ପ୍ରତିଶତ ମୂଲ୍ୟରେ ଜିଓ ଗାହକଙ୍କୁ ସେବା ପ୍ରଦାନ କରିବ ଯଦ୍ୱାରା ସମସ୍ତଙ୍କ ପାଇଁ ଏହି ସେବା ସୁଲଭ ରହିପାରିବ ଏବଂ ସବୁ ପ୍ରକାର ବଜେଟ ଏବଂ ଆବଶ୍ୟକତା ଅନୁସାରେ ଏହି ସେବା ମିଳିପାରିବ।

ଲମ୍ବା ଅବଧି ପାଇଁ ପ୍ଲାନ

୧.ଜିଓ ଫାଇବରରେ ଗ୍ରାହକଙ୍କ ପାଇଁ ୩, ୬ ଓ ୧୨ ମାସିଆ ଯୋଜନା ଉପଲବ୍ଧ ହେବ

୨.ବ୍ୟାଙ୍କ ସହବନ୍ଧନ ଜରିଆରେ ଜିଓ ଆକର୍ଷଣୀୟ ଇଏମଆଇ ଯୋଜନା ପ୍ରଦାନ କରିବ ଯଦ୍ୱାରା ଗ୍ରାହକମାନେ କେବଳ ମାସିକ ଇଏମଆଇ ପ୍ରଦାନ କରି ବାର୍ଷିକ ଯୋଜନାର ଲାଭ ପାଇପାରିବେ

ଜିଓ ଫାଇବର ୱେଲକମ ଅଫର

୧. ଜିଓ ଫାଇବର ଗ୍ରାହକ ଯଦି ଜିଓ ଫର୍ଏଭର୍ ବାର୍ଷିକ ଯୋଜନାର ସଦସ୍ୟତା ଗ୍ରହଣ କରିବେ ତେବେ ତାଙ୍କୁ ଅଭୁତପୂର୍ବ ଲାଭ ମିଳିବ

୨.ଜିଓ ଫର୍ଏଭର ବାର୍ଷିକ ଯୋଜନାରେ ଗ୍ରାହକମାନଙ୍କୁ ନିମ୍ନଲିଖିତ ଲାଭଗୁଡ଼ିକ ମିଳିବ:

କ) ଜିଓ ହୋମ ଗେଟୱେ

ଖ) ଜିଓ ୪କେ ସେଟ ଟପ ବକ୍ସ

ଗ) ଟେଲିଭିଜନ ସେଟ (ଗୋଲ୍ଡ ପ୍ଲାନ ଓ ଏହା ଠାରୁ ଅଧିକ ପ୍ଲାନରେ ମିଳିବ)

ଘ) ନିଜ ପସନ୍ଦର ଓଟିଟି ଆପ୍ଲିକେସନର ସଦସ୍ୟତା

ଙ) ଅସୀମିତ ଭଏସ ଓ ଡାଟା

ଜିଓ ଫାଇବର ବ୍ୟବହାରକାରୀ ଉପଲବ୍ଧ ହେଉଥିବା ବିଭିନ୍ନ ମୂଲ୍ୟର ୱେଲକମ ଅଫର ମଧ୍ୟରୁ ଯେକୌଣସି ଗୋଟିଏକୁ ଚୟନ କରିପାରିବେ।

ଜିଓ ଫାଇବର ଶୁଭାରମ୍ଭ ଅବସରରେ ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡର ନିର୍ଦେଶକ ଆକାଶ ଅମ୍ବାନି କହିଛନ୍ତି ଯେ, ଆମେ କହୁଥିବା ସବୁ ପ୍ରକାର ବିଷୟର କେନ୍ଦ୍ରରେ ରହିଛନ୍ତି ଆମର ଗ୍ରାହକ। ଜିଓ ଫାଇବରକୁ ପ୍ରସ୍ତୁତ କରିବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଆପଣମାନଙ୍କୁ ଆନନ୍ଦମୟ ଅନୁଭବ ପ୍ରଦାନ କରିବା। ଜିଓ ଫାଇବରର ଶୁଭାରମ୍ଭ୍ ଏହାର ବୈପ୍ଳବିକ ସେବା ସହିତ ଏକ ରୋମାଂଚକର ଯାତ୍ରାର ଶୁଭାରମ୍ଭ। ପ୍ରତି ଥର ଭଳି, ଆମେ ଆଶ୍ଚର୍ଯ୍ୟଜନକ ସେବା ଆଣିବା ଏବଂ ଜିଓ ଫାଇବରକୁ ଆଗାମୀ ସ୍ତର ପର୍ଯ୍ୟନ୍ତ ନେବା ପାଇଁ କଠିନ ପରିଶ୍ରମ ଜାରି ରଖିବୁ।

ମୁଁ ସ୍ୱତନ୍ତ୍ର ଭାବେ ଆମର ୫ ଲକ୍ଷ ଜିଓ ଫାଇବର ପ୍ରିଭ୍ୟୁ ଗ୍ରାହକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ଆମର ଉତ୍ପାଦ ଓ ସେବାର ଅନୁଭବକୁ ସମୃଦ୍ଧ କରିବାରେ ମହତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିଛନ୍ତି। ଜିଓ ଫାଇବରର ଆଗାମୀ ସ୍ତରର ଅନୁଭବ ହାସଲ କରିବା ଲାଗି ମୁଁ ସେମାନଙ୍କୁ ସ୍ୱାଗତ କରୁଛି।

ଜିଓ ଫାଇବରକୁ କିଭଳି ହାସଲ କରିବେ:

୧. Jio.com ଯାଆନ୍ତୁ ଓ ମାଇଁଜିଓ ଆପ ଡାଉନଲୋଡ କରନ୍ତୁ

୨.ଜିଓ ଫାଇବର ସେବା ପାଇଁ ପଂଜୀକରଣ କରନ୍ତୁ

୩.ଯଦି ଜିଓ ଫାଇବର ଆପଣଙ୍କ ଅଂଚଳରେ ଉପଲବ୍ଧ ଥିବ ତେବେ କଂପାନିର ପ୍ରତିନିଧି ଆପଣଙ୍କୁ ସମ୍ପର୍କ କରିବେ

ବର୍ତମାନ ରହିଥିବା ଗ୍ରାହକଙ୍କ ପାଇଁ:

୧. ଆପଣଙ୍କ ସେବାକୁ ଅପଗ୍ରେଡ କରିବା ଲାଗି ଜିଓ ଆପଣଙ୍କୁ ଯୋଗାଯୋଗ କରିବ

୨.ଦୟାକରି ମାଇଁଜିଓ ଆପ୍ ଡାଉନଲୋଡ କରନ୍ତୁ , କାରଣ ଗ୍ରାହକଙ୍କ ସହିତ ସବୁ ପ୍ରକାର ଯୋଗାଯୋଗ ମାଇଁଜିଓ ଆପ ଜରିଆରେ ହେବ

୩.ନିଜ ପସନ୍ଦର ମାସିକ/ତ୍ରୟମାସ/ବାର୍ଷିକ ଯୋଜନା ସହ ରିଚାର୍ଜ କରିବା ଦ୍ୱାରା ସମସ୍ତ ଜିଓ ଫାଇବର ଗ୍ରାହକଙ୍କୁ ସବୁ ପ୍ରକାର ସେବା ସହିତ ସେଟ ଟପ ବକ୍ସ ମାଗଣାରେ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.