ଜିଓର ଏହି ଅଫର ହଜାଇଲା ସମସ୍ତଙ୍କ ନିଦ : ଡାଟା ଲିମିଟର ଚିନ୍ତା ହେଲା ଦୂର

Published By : Prameya-News7 Bureau | January 09, 2019 IST

ନୂଆଦିଲ୍ଲୀ ୯/୧: ରିଲାଏନ୍ସ ଜିଓ କମ୍ପାନୀ ଟେଲିକମ୍ ମାର୍କେଟରେ ଆସିବାର ୨ବର୍ଷରୁ ଅଧିକ ସମୟ ହୋଇଯାଇଛି। ଜିଓ କମ୍ପାନୀ ଯେଉଁ ଦିନରୁ ମାର୍କେଟରେ ଆସିଛି ସେଦିନରୁ ଗ୍ରାହକଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରି ଆସିଛି। ରିଲାଏନ୍ସ ଜିଓ କମ୍ପାନୀ ଟେଲିକମ୍ ମାର୍କେଟରେ ଆସିବା ପୂର୍ବରୁ ମାର୍କେଟର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା। କାରଣ ଆଗେ ଏତେ ଭଲ ଭାବେ ଇଣ୍ଟରନେଟ୍ ଚାଲୁନଥିଲା। ଏହାର ସ୍ପିଡ୍ ଅତ୍ୟନ୍ତ କମ୍ ଥିଲା। ସେହି ସମୟରେ ଅପଲୋଡିଙ୍ଗ୍ ଏବଂ ଡାଉନଲୋଡିଙ୍ଗ୍ ପାଇଁ ଘଣ୍ଟାଏ ଅପେକ୍ଷା କରିବାକୁ ପଡ଼ୁଥିଲା। ଏବଂ ଇଣ୍ଟରନେଟରେ ଭିଡିଓ ଦେଖିବା ତ ଦୂରର କଥା ଥିଲା।

wp:gallery {"ids":[72066]} /wp:gallery

କିନ୍ତୁ ଜିଓ ଟେଲିକମ୍ ମାର୍କେଟରେ ଆସିବା ପରେ ଲୋକମାନେ ପ୍ରଥମ ଥର ୪ଜି ଇଣ୍ଟରନେଟ୍ ସ୍ପିଡର ମଜା ଉଠାଇ ପାରିଥିଲେ। ଟେଲିକମ୍ ମାର୍କେଟରେ ଏବେ ପ୍ରତ୍ୟେକ ବ୍ୟକ୍ତି ଇଣ୍ଟରନେଟରୁ ବହୁତ କିଛି ଶିଖି ଆଗକୁ ବଢ଼ି ପାରୁଛି ଏବଂ ନିଜ ଜୀବନରେ ନୂଆ ନୂଆ ଉପଲବ୍ଧି ହାସଲ କରୁଛି। ୪ଜି ଇଣ୍ଟରନେଟ ଜରିଆରେ ଲୋକେ ଘଣ୍ଟାଏର କାମକୁ ମିନିଟରେ ଶେଷ କରିପାରୁଛନ୍ତି ଏବଂ ସମୟର ସଦୁପଯୋଗ କରିପାରୁଛି। କିନ୍ତୁ ଏକଥାକୁ ମିଛ ବୋଲି କହି ହେବ ନାହିଁ ଯେ ଯଦି ଜିଓ କମ୍ପାନୀ ଟେଲିକମ୍ ମାର୍କେଟରେ ଆସି ନଥାନ୍ତା ତେବେ ଆଜି ମଧ୍ୟ ୧ଜିବି ଡାଟା ପାଇଁ ୩୦୦ରୁ ୪୦୦ଟଙ୍କା ପାଇଁ ଯାଇଥାନ୍ତା।

wp:gallery {"ids":[72067]} /wp:gallery

କିନ୍ତୁ ଏବେ ଜିଓ ଗ୍ରାହକ ସହଜରେ ପ୍ରତିଦିନ ୧.୫ଜିବିରୁ ୨ଜିବି ଡାଟା ବ୍ୟବହାର କରୁଛନ୍ତି। ଖୁସିର କଥା ଏହିକି ଯେ ଏବେ ଜିଓ କମ୍ପାନୀ ଦ୍ବାରା ଡାଟା ଲିମିଟର ଚିନ୍ତାର ଅନ୍ତ ଘଟିଛି। କାରଣ ରିଲାଏନ୍ସ ଜିଓ କମ୍ପାନୀ ଦ୍ବାରା ଟେଲିକମ୍ ମାର୍କେଟରେ ଏବେ ୧୧ଟଙ୍କାର ଧମାକାଦାର ଅଫର ଲଞ୍ଚ କରାଯାଇଛି। ଜିଓର ଏହି ଧମାକାଦାର ଅଫରରେ ଜିଓ ଗ୍ରାହକଙ୍କୁ ୪୦୦ଏମବି ଡାଟା ମିଳୁଛି। ଜିଓର ଏହି ଅଫର ସେହି ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଯାଇଛି ଯେଉଁମାନେ ପ୍ରତିଦିନ ଡାଟା ଲିମିଟ ସରିବା ପରେ ୪ଜି ସ୍ପିଡ ଡାଟା ଚାହୁଁଥିଲେ।

wp:gallery {"ids":[72068]} /wp:gallery

ଜିଓର ଏହି ଅଫରରେ ଜିଓ ଗ୍ରାହକଙ୍କୁ ଏହି ସୁବିଧା ମିଳିବ ଯେ ୪ଜି ସ୍ପିଡ ୪୦୦ଏମବି ଡାଟା ମିଳିବ। ଏହାର ବ୍ୟବହାର ଜିଓ ଗ୍ରାହକ ପ୍ରତିଦିନ ଡାଟା ଲିମିଟ୍ ସରିବା ପରେ ବ୍ୟବହାର କରି ପାରିବେ। ଖୁସିର କଥା ଏହିକି ଯେ ଏହି ୪୦୦ଏମବିର ବ୍ୟବହାର ଗ୍ରାହକ ନିଜର ପକାଇଥିବା ପ୍ଲାନ ହିସାବରେ କରି ପାରିବେ। ଅର୍ଥାତ୍ ବୈଧତା ରହିଥିବା ପ୍ଲାନ୍ ହିସାବରେ ମିଳିବ। ଜିଓର ୧୧ଟଙ୍କା ଅଫର ଏବେ ମାର୍କେଟରେ ଛାଇ ଯାଇଛି କାରଣ ଗ୍ରାହକ ଏବେ ନିଜର ଡେବିଟ କାର୍ଡ଼ ବ୍ୟବହାର କରି ପ୍ରତିଦିନ ଡାଟା ସରିଗଲେ ସହଜରେ ୧୧ଟଙ୍କାରେ ୪୦୦ଏମବି ଡାଟା ନେଇ ନେଉଛନ୍ତି। ଯାହା ଦ୍ବାରା ବେଶୀ ଡାଟା ବ୍ୟବହାର କରୁଥିବା ଗ୍ରାହକଙ୍କ କାମ ସହଜରେ ହୋଇ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.