ରିଲାଏନ୍ସ ଜିଓ ଲଞ୍ଚ କରିବ ଜିଓଗେଟ୍ : ଜାଣନ୍ତୁ କ’ଣ ରହିବ ଏଥିରେ ଖାସ୍

Published By : Prameya-News7 Bureau | September 04, 2019 IST

ନୂଆଦିଲ୍ଲୀ ୪/୯: ସେପ୍ଟେମ୍ବର ୫ତାରିଖରେ ଅର୍ଥାତ୍ ଆସନ୍ତା କାଲି ରିଲାଏନ୍ସ ଜିଓ ଫାଇବର ଆସୁଛି। କିନ୍ତୁ ଏହା ପୂର୍ବରୁ ଜିଓ ଗେଟ୍ ବିଷୟରେ ଜାଣନ୍ତୁ। ରିଲାଏନ୍ସ ଜିଓ ଏବେ କେବଳମାତ୍ର ଏକ ଟେଲିକମ୍ କମ୍ପାନୀ ନୁହେଁ ବରଂ ଏହା ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ଏବଂ ନୂଆ ସର୍ଭିସ୍ ଉପରେ ଲଗାତାର କାମ କରୁଛି। ଗୁଗଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋରରେ ଏକ ଜିଓଗେଟ୍ ଆପ୍ ଆସି ସାରିଛି।

{"id":152854,"width":576,"height":384}

ପ୍ରକୃତରେ ଜିଓ ଗେଟ୍ ଆପ୍ ଘର, ଆପାର୍ଟମେଣ୍ଟ, ଅଫିସ ବିଲ୍ଡିଂର ମୁଖ୍ୟ ଦ୍ବାରର ସିକ୍ୟୁରିଟି ମ୍ୟାନେଜମେଣ୍ଟ ପାଇଁ ହୋଇଛି। ଗାଜେଟସ୍୩୬୦ ରିପୋର୍ଟ ଅନୁଯାୟୀ ରିଲାଏନ୍ସ ଜିଓ ଖୁବ୍ ଶୀଘ୍ର ଆପାର୍ଟମେଣ୍ଟ ସିକ୍ୟୁରିଟି ମ୍ୟାନେଜମେଣ୍ଟ ପାଇଁ ଜିଓଗେଟ୍ ଲଞ୍ଚ କରିବ। ଆପ୍ ଷ୍ଟୋର ଏବଂ ଗୁଗଲ ପ୍ଲେ ଷ୍ଟୋରରେ ଜିଓଗେଟ୍ ଆପର ଡେସ୍କ୍ରିପ୍ସନରେ ଏହି ଆପ୍ ବିଷୟରେ ଲେଖାଯାଇଛି।

{"id":152855}

 ଜିଓଗେଟ୍ ଆପରେ ଲେଖାଯାଇଛି ‘ ଆମେ ଘରର ସିକ୍ୟୁରିଟି ମ୍ୟାନେଜମେଣ୍ଟର ପ୍ରୋସେସ୍ ହ୍ୟାଣ୍ଡଲ୍ କରିବାର ପଦ୍ଧତିକୁ ପରିବର୍ତ୍ତନ କରୁଛୁ ଏବଂ ଏହାକୁ ଅଧିକ ସୁରକ୍ଷିତ କରୁଛୁ। ଏଥିରୁ ଭୟମୁକ୍ତ ଏବଂ ଅପରାଧ ମୁକ୍ତ ବାତାବରଣ ମିଳିପାରିବ।

ଜିଓଗେଟ୍ ଜରିଆରେ କମ୍ପାନୀ ଏକ ଡିଭାଇସ୍ ବିକ୍ରି କରିବ ଯାହା ଦ୍ବାରା ଗ୍ରାହକ ଜିଓଗେଟ୍ ଆପ ଦ୍ବାରା କନେକ୍ଟ ହୋଇପାରିବେ। ଏହି ଆପରେ ପ୍ୟାନିକ ଆଲର୍ଟ ଫିଚର ମଧ୍ୟ ରହିଛି । ଏହି ଫିଚର ବ୍ୟବହାର କରି କୌଣସି ବିପଦ ସମୟରେ ଗ୍ରାହକ ନିଜର ଲାଇଭ ଲୋକେସନ ନିଜ ପରିବାର ଏବଂ ସିକ୍ୟୁରିଟି ଗାର୍ଡ଼ଙ୍କୁ ପଠାଇ ପାରିବେ। ତେବେ ଏହା କେବେ ଲଞ୍ଚ କରିବ ସେନେଇ କମ୍ପାନୀ ପକ୍ଷରୁ ଆନୁଷ୍ଠାନିକଭାବେ ଘୋଷଣା କରାଯାଇନାହିଁ।

{"id":152856}

ଜିଓଗେଟ୍ ଆପ୍ ଅନୁସାରେ ଏଥିରେ ପାସଓ୍ବାର୍ଡ଼ ସେଟ୍ କରାଯାଇପାରିବ। ଅର୍ଥାତ୍ ଅତିଥିଙ୍କୁ ଏହି ପାସଓ୍ବାର୍ଡ଼ ଦେଇ ପାରିବେ ଯାହା ଫଳରେ ସେମାନେ ବିନା ଅସୁବିଧାରେ ଆପଣଙ୍କ ଘରକୁ ଆସି ପାରିବେ। ଘରୋଇ ସାହାଯ୍ୟ ପାଇଁ ମଧ୍ୟ ଏଥିରେ ଫିଚର ଦିଆଯାଇଛି।

{"id":152857}

ଆପଣ ଜିଓଗେଟ୍ କମ୍ୟୁନିଟି ଜଏନ କଲେ ଏହାକୁ ବ୍ୟବହାର କରି ପାରିବେ। ପ୍ରକୃତରେ କମ୍ପାନୀ ଏହା ଜରିଆରେ ସୋସାଇଟିକୁ ଟାର୍ଗେଟ କରୁଛି। ଅର୍ଥାତ୍ ପ୍ରତ୍ୟେକ ସୋସାଇଟି କିମ୍ବା ଆପାର୍ଟମେଣ୍ଟରେ ଏହାକୁ ଇନଷ୍ଟଲ୍ କରାଯାଇପାରିବ। ଏହି ଆପରେ ଡେଲିଭରି ସର୍ଭିସଠୁ ଆରମ୍ଭ କରି କ୍ୟାବ ମଧ୍ୟ ମ୍ୟାନେଜ କରିବାର ଅପସନ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.