Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

ଜିଓରୁ କଲିଂ ଏବେ ଆଉ ଫ୍ରି ନାହିଁ – ଅନ୍ୟ ନେଟଓ୍ୱର୍କକୁ କଲ୍‌ କଲେ ଦେବାକୁ ପଡିବ ଦେୟ

9/10/2019 at 8:07 PM

ମୁମ୍ବାଇ – ଜିଓରୁ କଲିଂ କରିବା ଏବେ ଆଉ ଫ୍ରି ନାହିଁ । ଅନ୍ୟ ନେଟଓ୍ୱର୍କର ନମ୍ବରକୁ କଲ୍‌ କଲେ ଏବେ ମିନିଟ୍‌ ପିଛା ପଇସା ଦେବାକୁ ପଡିବ । ପୂର୍ବରୁ ଜିଓର ସମସ୍ତ କଲ୍‌ ଫ୍ରି ଥିଲା । ମାତ୍ର ଏବେ ଜିଓ ନିଜ ନେଟଓ୍ୱର୍କକୁ ଛାଡି ଦେଲେ ଅନ୍ୟ ନେଟଓ୍ୱର୍କ ପାଇଁ ଟଙ୍କା ଚାର୍ଜ କରିବାକୁ ଯାଉଛି । Interconnect Usage Charge (IUC)କୁ ନେଇ ଏପରି କରାଯାଇଥିବା ଜିଓ ପକ୍ଷରୁ ସୂଚନା ଦିଆଯାଇଛି ।

ରିଲାଏନ୍ସ ଜିଓ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଟ୍ରାଇ ଇଣ୍ଟରକନେକ୍ଟ ଚାର୍ଜ ଜାରି କରୁଥିବାରୁ ଏପରି କରାଯାଇଛି ବୋଲି ଦର୍ଶାଯାଇଛି ।

ଅକ୍ଟୋବର ୧୦ ତାରିଖରୁ ଏହା ଲାଗୁ ହୋଇଯିବ । କେବଳ ଜିଓରୁ ଜିଓ ଓ ଲ୍ୟାଣ୍ଡଲାଇନ୍‌କୁ କଲ୍‌ ଫ୍ରି ବା ମାଗଣା ରହିବ ।
ଟ୍ରାଇ ଟର୍ମିନାଂସ ଚାର୍ଜ ଜାରୀ ନକଲେ ଏପରି କରାଯିବ ବୋଲି ଜିଓ କହିଛି । ଏବେ ଏହା ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ରହିଛି ।
ଏହି ପଇସାର ଡାଟା ଉପଭୋକ୍ତାଙ୍କୁ ଦିଆଯିବ ବୋଲି ଜିଓ କହିଛି । ପୋଷ୍ଟ ପେଡ୍‌ରେ ବି ଡାଟା ଲିମିଟ୍‌କୁ ବଢାଇ ଦିଆଯାଇଛି ।
ପ୍ରଥମ ଥର ପାଇଁ ଏପରି ହେଉଛି ଜିଓ ନମ୍ବରରୁ କଲ୍‌ କଲେ ପଇସା ଦେବାକୁ ପଡୁଛି ।
୨୦୧୭ ମସିହାରେ ଟ୍ରାଇ IUCକୁ ହ୍ରାସ କରି ୧୪ ପଇସାରୁ ୬ ପଇସା କରି ଦେଇଥିଲା । ଜାନୁଆରୀ ୨୦୨୦ରେ ଏହାକୁ ହଟାଇ ଦିଆଯିବ ବୋଲି ସୂଚନା ମିଳିଛି । ଜିଓ ଅନ୍ୟ କମ୍ପାନୀମାନଙ୍କୁ ଦେଇଥିବା ପଇସାର ଭରଣା ପାଇଁ ଏପରି କରିଛି ।

   Related Posts