ଦେଶର ୯୦୦ ରେଳ ଷ୍ଟେସନରେ ସଫେଇ କାର୍ଯ୍ୟ କଲେ ଜିଓ କର୍ମଚାରୀ-ଦେଲେ ସ୍ୱଚ୍ଛତାର ବାର୍ତ୍ତା
30/09/2019 at 9:05 PM

ଭୁବନେଶ୍ୱର – ‘ସ୍ୱଚ୍ଛ ଭାରତ’ର ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଜିଓ ପକ୍ଷରୁ ଦେଶର ୯୦୦ଟି ରେଳ ଷ୍ଟେସନରେ ସଫେଇ ଅଭିଯାନ ହାତକୁ ନିଆଯାଇଛି। ଏକ ସ୍ୱଚ୍ଛ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ଦେଶ ବ୍ୟାପୀ ଆରମ୍ଭ କରାଯାଇଥିବା ‘ଜିଓ ସ୍ୱଚ୍ଛ ରେଳ ଅଭିଯାନ’ରେ ଜିଓ କର୍ମଚାରୀ, ସହଯୋଗୀ, ଅଂଶୀଦାର ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ୨୫୦୦୦ରୁ ଊର୍ଦ୍ଧ୍ୱ ଲୋକ ସାମିଲ ହୋଇଥିଲେ। ଭାରତରେ ପ୍ରଥମ କରି ଏହି ଧରଣର ସର୍ବବୃହତ୍ ସ୍ୱଚ୍ଛତା ଅଭିଯାନରେ ଜିଓର କର୍ମଚାରୀମାନଙ୍କ ଉଦ୍ୟମରେ ରେଳ ଷ୍ଟେସନଗୁଡ଼ିକୁ ଅଧିକ ସ୍ୱଚ୍ଛ କରାଯାଇଛି । ଏହା ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଉପରେ ସକରାତ୍ମକ ପ୍ରଭାବ ପକାଇଛି ।
ସ୍ୱଚ୍ଛତା ହିଁ ସେବା ଉଦ୍ୟମରେ ସାରା ଦେଶରେ ୯୦୦ରୁ ଊଦ୍ଧ୍ୱର୍ ସହରରେ ଆୟୋଜିତ ହୋଇଥିବା ଜିଓ ସ୍ୱଚ୍ଛ ରେଳ ଅଭିଯାନର ଅଂଶସ୍ୱରୂପ ଜିଓ କର୍ମଚାରୀଙ୍କ ଦ୍ୱାରା ଓଡ଼ିଶାର ୩୧ଟି ପ୍ରମୁଖ ରେଳ ଷ୍ଟେସନ ଓ କେତେକ ବସ୍ଷ୍ଟାଣ୍ଡରେ ପ୍ଲାଷ୍ଟିକ୍ ବର୍ଜ୍ୟ ସଫେଇ ଓ ସଚେତନତା ସୃଷ୍ଟି କରାଯାଇଛି। ଏହି କ୍ରମରେ ରିଲାଏନ୍ସ ଜିଓ ଓଡ଼ିଶା ମୁଖ୍ୟ ପ୍ରଦୀପ ରାଉତ କର୍ମଚାରୀମାନଙ୍କ ସହ କଟକ ରେଳ ଷ୍ଟେସନରେ ପ୍ଲାଷ୍ଟିକ୍ ବର୍ଜ୍ୟ ସଫେଇରେ ସାମିଲ ହେବା ସହିତ ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ବ୍ୟବହାର ନକରିବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା।

ଏହି ଅଭିଯାନର ଅଂଶ ସ୍ୱରୂପ ରାଜ୍ୟର ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ତାଳଚେର, ବ୍ରହ୍ମପୁର, ଢ଼େଙ୍କାନାଳ, ପରାଦୀପ, ଦାମନଯୋଡ଼ି, ପୁରୀ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଭବାନୀପାଟଣା, କେନ୍ଦୁଝର, ଝାରସୁଗୁଡ଼ା, ବେଲପାହାଡ଼, ବଲାଙ୍ଗୀର ସମେତ ୩୧ଟି ରେଳ ଷ୍ଟେସନ ତଥା ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ାରେ ପ୍ରମୁଖ ବସ୍ଷ୍ଟାଣ୍ଡରେ ଜିଓ କର୍ମଚାରୀମାନଙ୍କ ଦ୍ୱାରା ଅପରାହ୍ନ ୩ଟାରୁ ୬ଟା ମଧ୍ୟରେ ଏହି ସଫେଇ ଓ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।

ହି ଅଭିଯାନରେ ସାମିଲ ସଦସ୍ୟମାନେ ରେଳ ଷ୍ଟେସନର ପ୍ରବେଶ ପଥ, ପ୍ରତୀକ୍ଷାଳୟ, ବାହାରେ ଥିବା ବସିବା ସ୍ଥାନ, ପାଦଚଲା ଓଭରବ୍ରିଜ୍ ଏବଂ ଭେଣ୍ଡର (ଦୋକାନ) ଅଞ୍ଚଳରୁ ଏକକ (ଥରେ ମାତ୍ର) ବ୍ୟବହୃତ ପ୍ଲାଷ୍ଟିକ୍ ପଦାର୍ଥ ସଂଗ୍ରହ କରି ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଥିଲେ। ସଂଗୃହୀତ ବୋତଲ, ଖାଦ୍ୟ ପ୍ୟାକେଟ୍, ଷ୍ଟ୍ର, ଚାମଚ ଏବଂ କ୍ୟାରି ବ୍ୟାଗ୍ ଭଳି ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ସ୍ୱତନ୍ତ୍ର ଏଜେନ୍ସି ସହାୟତାରେ ସର୍ବାଧିକ ପରିବେଶ ଅନୁକୁଳ ଧାରାରେ ଅପସାରଣ କରାଯିବ।