ଜିଓ ବଦଳିଲା ସବୁ ପ୍ଲାନ୍ : ଏବେ ଏତିକି ଟଙ୍କା କରିବାକୁ ପଡ଼ିବ ରିଚାର୍ଜ,ଦେଖନ୍ତୁ ପ୍ଲାନର ତାଲିକା

Published By : Prameya-News7 Bureau | October 12, 2019 IST

ନୂଆଦିଲ୍ଲୀ ୧୨/୧୦: ରିଲାଏନ୍ସ ଜିଓ ଏହି ସପ୍ତାହ ଆରମ୍ଭରେ ଗୁରୁବାରଠୁ ଅନ୍ୟ ନେଟଓ୍ବାର୍କରେ କରାଯାଉଥିବା ଆଉଟଗୋଇଙ୍ଗ କଲରେ ପ୍ରତି ମିନିଟକୁ ୬ପଇସା କରିବାର ନିଷ୍ପତ୍ତି ନେଇଛି। ଏହା ପରେ ସମସ୍ତ ସ୍ଥାନରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୂର୍ବରୁ ଜିଓରୁ କୌଣସି ନେଟଓ୍ବାର୍କକୁ କଲ୍ କଲେ କୌଣସି ଟଙ୍କା ଦେବାକୁ ପଡ଼ୁନଥିଲା କିନ୍ତୁ ଏବେ ଏପରି ହେବ ନାହିଁ।

ଜିଓ ନିଜ ପ୍ରିପେଡ ପ୍ଲାନର ମୂଲ୍ୟ ବଢ଼ାଇ ଦେଇଛି। ଯଦି ଆପଣ ଜିଓର ଗ୍ରାହକ ଏବଂ ରିଚାର୍ଜ କରଉଛନ୍ତି ତେବେ ଏହି ରିଚାର୍ଜ ବିଷୟରେ ଆପଣଙ୍କୁ ଜାଣିବାର ଆବଶ୍ୟକତା ରହିଛି।

କମ୍ପାନୀ ନିଜ ପ୍ଲାନ୍ ସହ ଆଇୟୁସି ଶୁଳ୍କ ଯୋଡ଼ିଛି। ଅର୍ଥାତ୍ ଏବେ ଆପଣ ଫ୍ରି କଲିଙ୍ଗ ଏବଂ ଡାଟା ଥିବା ପ୍ଲାନ୍ ନେଉଛନ୍ତି ତେବେ ଆପଣଙ୍କୁ ଆଇୟୁସି ରିଚାର୍ଜ ମଧ୍ୟ କରାଇବାକୁ ପଡ଼ିବ। ତେବେ ଆପଣ ଅନ୍ୟ ନେଟଓ୍ବାର୍କରେ ଫ୍ରି କଲିଙ୍ଗର ଲାଭ ଉଠାଇପାରିବେ।

ଆଇୟୁସି ଟପଅପ ଭାଉଚରର ମୂଲ୍ୟ ୧୦,୨୦,୫୦,୧୦୦,୫୦୦ ଏବଂ ୧୦୦୦ଟଙ୍କା। ୧୦ଟଙ୍କାର ପ୍ଲାନରେ ୧୨୪ମିନିଟ୍,୨୦ଟଙ୍କାର ୨୪୯ମିନିଟ୍,୫୦ରେ ୬୫୬ମିନିଟ୍,୧୦୦ରେ ୧,୩୬୨ମିନିଟ୍,୫୦୦ଟଙ୍କାରେ ୭,୦୧୨ ଏବଂ ୧୦୦୦ଟଙ୍କାର ଟପଅପରେ ୧୪,୦୭୪ମିନିଟର କଲିଙ୍ଗ ମିଳିବ।

ଯଦି ଆପଣ ୩୯୯ଟଙ୍କାର ପ୍ଲାନ୍ ରିଚାର୍ଜ କରୁଛନ୍ତି ତେବେ ଆପଣଙ୍କୁ ୧୦ଟଙ୍କାରୁ ଆରମ୍ଭ କରି ୧୦୦୦ଟଙ୍କାର ଯେକୌଣସି ଆଇୟୁସି ପ୍ଲାନ୍ ବାଛିପାରିବେ ଏବଂ ଆପଣଙ୍କୁ ସେହି ହିସାବରେ ଫ୍ରି କଲିଙ୍ଗର ମିନିଟ ମିଳିବ। ଯଦି ଆପଣ ୩୯୯ଟଙ୍କାର ରିଚାର୍ଜ କରୁଛନ୍ତି ତେବେ ଏହା ସହ ୧୦ଟଙ୍କାର ଆଇୟୁସି ରିଚାର୍ଜ କରୁଛନ୍ତି ତେବେ ଆପଣଙ୍କୁ ଏଥିରେ ୮୪ଦିନର ଭ୍ୟାଲିଡିଟି ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.