ଲକଡାଉନରେ ଖୁସି ଖବର : ଜିଓରୁ ବିଏସଏନଏଲ୍ ଯାଏଁ ସମସ୍ତ ନେଟଓ୍ବାର୍କ ବଢ଼ାଇଲେ ଭ୍ୟାଲିଡିଟି,ଦେଲେ ମାଗଣା ଟକଟାଇମ୍

Published By : Prameya-News7 Bureau | April 01, 2020 IST

ନୂଆଦିଲ୍ଲୀ ୧/୪: ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ ସୋମବାର ସମସ୍ତ ମୋବାଇଲ୍ କମ୍ପାନୀକୁ ଲକଡାଉନରେ ଗ୍ରାହକଙ୍କୁ ରିଚାର୍ଜ ଏବଂ କୁପନ ମିଳିବାରେ ହେଉଥିବା ଅସୁବିଧାକୁ ଆଖି ଆଗରେ ରଖି ଭ୍ୟାଲିଡିଟି ବୃଦ୍ଧି କରିବାର ଅପିଲ କରିଥିଲା। ଏହି ଅପିଲ ପରେ ବିଏସଏନଏଲ୍ ଏବଂ ଏମଟିଏନଏଲ୍ ନିଜ ଗ୍ରାହକଙ୍କ ଟକଟାଇମ୍ ଭ୍ୟାଲିଡିଟି ଅପ୍ରେଲ୍ ୨୦ତାରିଖ ଯାଏଁ ବଢ଼ାଇ ଦେଇଛି। ଏହା ସହିତ ୧୦ଟଙ୍କାର ମାଗଣା ଟକଟାଇମ୍ ମଧ୍ୟ ଦେଇଛି। ଏୟାରଟେଲ୍ ମଧ୍ୟ ଭ୍ୟାଲିଡିଟିକୁ ଅପ୍ରେଲ୍ ୧୭ ଏବଂ ୧୦ଟଙ୍କାର ମାଗଣା ଟକଟାଇମ୍ ଦେଇଛି।

ଜିଓ ମଧ୍ୟ ନିଜ ଭ୍ୟାଲିଡିଟି ଅପ୍ରେଲ୍ ୨୦ତାରିଖ ଯାଏଁ ବଢ଼ାଇ ଦେଇଛି। ଏହା ସହିତ ଗ୍ରାହକଙ୍କୁ କଲ୍ କରିବା ପାଇଁ ୧୦୦ମିନିଟ୍ ମାଗଣା ଦେଉଛି। କମ୍ପାନୀ କହିଛି ଯେ ଅପ୍ରେଲ୍ ୧୭ତାରିଖ ପରେ ମଧ୍ୟ ବିନା ରିଚାର୍ଜରେ ଇନକମିଂ କଲ୍ ଜାରି ରହିବ।

ଭୋଡ଼ା ଆଇଡିଆର ୧୦କୋଟି ଗ୍ରାହକଙ୍କ ପ୍ରିପେଡ ଭ୍ୟାଲିଡିଟି ଅପ୍ରେଲ୍ ୧୭ତାରିଖ ଯାଏଁ ବଢ଼ାଇ ଦିଆଯାଇଛି। କମ୍ପାନୀ ଏହି ବୟାନ୍ ଜାରି କରି କହିଛି ଯେ କମ୍ ଆୟ ଥିବା ଗ୍ରାହକ ରିଚାର୍ଜ ନ କରି ମଧ୍ୟ ଇନକମିଂ କଲର ସୁବିଧା ପାଇ ପାରିବେ। ଏହା ସହିତ କମ୍ପାନୀ ୧୦ଟଙ୍କାର ଅତିରିକ୍ତ ଟକଟାଇମ୍ ମଧ୍ୟ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.