ଜିଓ ଆଣିଛି ୧୦୨ ଟଙ୍କିଆ ଅସୀମିତ ପ୍ରିପେଡ୍ ପ୍ଲାନ୍, ଜାଣନ୍ତୁ କଣ ମିଳିବ ସୁବିଧା
7/07/2019 at 11:28 AM

ନୂଆଦିଲ୍ଲୀ ୭|୭: ପ୍ରତିବର୍ଷ ଗ୍ରୀଷ୍ମ ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ନେଇ ହେଉଥିବା ଅମରନାଥ ଯାତ୍ରା ପାଇଁ ଜମ୍ମୁ ଓ କାଶ୍ମୀରରେ ଜିଓ ପକ୍ଷରୁ ସ୍ବତନ୍ତ୍ର ୧୦୨ ଟଙ୍କିଆ ପ୍ରିପେଡ୍ ପ୍ଲାନର ଶୁଭାରମ୍ଭ କରାଯାଇଛି । ସାତ ଦିନର ବୈଧତା ରହିଥିବା ତଥା ଅସୀମିତ ଭଏସ ଏବଂ ଡାଟା ସୁବିଧା ସମ୍ମିଳିତ ଏହି ପ୍ଲାନ୍ରେ ଅସୀମିତ ଲୋକାଲ ଏବଂ ନ୍ୟାସନାଲ୍ ଭଏସ୍ କଲ୍, ପ୍ରତିଦିନ ୧୦୦ ମାଗଣା ଏସ୍ଏମ୍ଏସ୍ ଏବଂ ଅସୀମିତ ଡାଟା ସୁବିଧା ମିଳିବ ଯାହା ମଧ୍ୟରେ ଦୈନିକ ୦.୫ ଜିବି ହାଇସ୍ପିଡ୍ ଡାଟା ରହିଛି ।
ତେବେ ଏହି ପ୍ଲାନ୍ରେ ଜିଓ ଆପ୍ ସବସ୍କ୍ରିପ୍ସନ୍ ଉପଲବ୍ଧ ହେବନାହିଁ, କାରଣ ଏହି ପ୍ଲାନ୍ ପାଇଁ ଜିଓ ପ୍ରାଇମ୍ ସଦସ୍ୟତା ପ୍ରଯୁଜ୍ୟ ନୁହେଁ । ଏହି ପ୍ଲାନ୍ କୁ ଦେଶର ଅନ୍ୟ ପ୍ରାନ୍ତର ଶ୍ରଦ୍ଧାଳୁମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ଯେଉଁମାନେ ପ୍ରିପେଡ୍ ପ୍ଲାନ୍ ରେ ଅଛନ୍ତି । ଦେଶର ଅନ୍ୟ ଅଂଚଳର ପ୍ରିପେଡ୍ ଗ୍ରାହକଙ୍କ ପାଇଁ ଜମ୍ମୁ ଓ କାଶ୍ମୀରରେ ରୋମିଂ କଟକଣା ରହିଛି ଯାହା ପାଇଁ ଏହି ଯାତ୍ରା ବେଳେ ଶ୍ରଦ୍ଧାଳୁମାନେ କନେକ୍ଟିଭିଟି ବା ସମ୍ପର୍କ ରଖିବାରେ ସମସ୍ୟାର ସାମ୍ନାର କରିଥାନ୍ତି । ତେଣୁ ଦେଶର ଅନ୍ୟ ପ୍ରାନ୍ତର ପ୍ରିପେଡ୍ ଗ୍ରାହକମାନେ ଜମ୍ମୁ ଓ କାଶ୍ମୀର ପରିଭ୍ରମଣ କରିବା ବେଳେ ନୂଆ ପ୍ରିପେଡ୍ ସଂଯୋଗ ସହିତ ସ୍ବଳ୍ପ ମିଆଦୀ ପ୍ରିପେଡ୍ ପ୍ଲାନ୍ ବିକଳ୍ପ ଚୟନ କରିଥାନ୍ତି ।
ଏବେ ଜିଓର ଏହି ନୂଆ ପ୍ଲାନ ସହିତ ଶ୍ରଦ୍ଧାଳୁମାନେ ସ୍ଥାନୀୟ ଜାମ୍ମୁ ଓ କାଶ୍ମୀର ପ୍ରିପେଡ୍ ସଂଯୋଗକୁ ଜିଓରୁ ନେଇପାରିବେ ଏବଂ ଜିଓର ୭ ଦିନିଆ ସୁଲଭ ଅସୀମିତ ପ୍ରିପେଡ୍ ସଂଯୋଗକୁ ନିଜ ନୂଆ ସ୍ଥାନୀୟ ଜାମ୍ମୁ ଓ କାଶ୍ମୀର ନମ୍ବର ସହିତ ବ୍ୟବହାର କରିପାରିବେ ଏବଂ ସେମାନଙ୍କ ଭକ୍ତିମୟ ଯାତ୍ରା ସମୟରେ ନିରବଚ୍ଛିନ୍ନ ସମ୍ପର୍କ ଓ ଯୋଗାଯୋଗରେ ରହିପାରିବେ । ଏହି ପ୍ଲାନ୍ ଜମ୍ମୁ ଓ କାଶ୍ମୀର ବିଭିନ୍ନ ଜିଓ ରିଟେଲରଙ୍କ ପାଖରେ ଉପଲବ୍ଧ ହେଉଛି ଏବଂ ଅମରନାଥ ଯାତ୍ରାର ସମ୍ପୂର୍ଣ୍ଣ ଅବଧି ପର୍ଯ୍ୟନ୍ତ ଏହା ଉପଲବ୍ଧ ହେବ ।