Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଆଇଏମ୍‌ସି ୨୦୧୯ ରେ ଜିଓ ଓ ସାମ୍‌ସଙ୍ଗ ପ୍ରଦର୍ଶନ କଲେ ୫ଜି ଓ ଏଲ୍‌ଟିଇ ବ୍ୟବହାରିକ ଉଦାହରଣ

17/10/2019 at 5:10 PM

ନୂଆଦିଲ୍ଲୀ ୧୬।୧୦: ଅତ୍ୟାଧୁନିକ ତଥା ପରବର୍ତ୍ତୀ ପୀଢ଼ି ଜ୍ଞାନକୌଶଳ ବ୍ୟବହାର କରି ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍ (ଜିଓ) ଏବଂ ସାମସଙ୍ଗ ଇଲେକ୍ଟ୍ରୋନିକ୍ସ ନୂଆଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମ୍‌ସି) ୨୦୧୯ରେ ରିଅଲ୍-ୱାର୍ଲଡ ୟୁଜ୍ କେସ୍ ପ୍ରଦର୍ଶନ କରିଛନ୍ତି । ଡିଜିଟାଲ ଟେକ୍ନୋଲୋଜି କ୍ଷେତ୍ରରେ ଭାରତ ଏବଂ ଦକ୍ଷିଣ ଏସିଆର ସର୍ବବୃହତ ବାର୍ଷିକ ଇଭେଣ୍ଟ ଆଇଏମ୍‌ସି ଅକ୍ଟୋବର ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ।

ସାମସଙ୍ଗ ନେଟୱର୍କସ ସହ ମିଳିତ ଭାବେ ଜିଓ ବିଶ୍ୱର ସର୍ବବୃହତ୍ ଗ୍ରୀନ୍-ଫିଲ୍ଡ ଏବଂ ଆଇପି (ଇଣ୍ଟରନେଟ୍ ପ୍ରୋଟୋକଲ୍) ପର୍ଯ୍ୟବେସିତ ୪ଜି ଏଲଟିଇ ନେଟୱର୍କ ପ୍ରତିଷ୍ଠା କରିପାରିଛି ଯାହା ୨୦୧୯ ଅଗଷ୍ଟ ମାସ ସୁଦ୍ଧା ୩୪୦ ମିଲିୟନ୍ ବା ୩୪ କୋଟିରୁ ଉର୍ଦ୍ଧ୍ବ ଏଲଟିଇ ଉପଭୋକ୍ତାଙ୍କୁ ସେବା ପ୍ରଦାନ କରୁଛି । ତେବେ ଆଇଏମ୍‌ସି ୨୦୧୯ରେ ଉଭୟ କମ୍ପାନୀ ‘୫ଜି ଏନ୍ଏସ୍ଏମୋଡ୍’ ତଥା ଆଡ୍‌ଭାନ୍ସ ୪ଜି ଏଲଇ ଏବଂ ୫ଜି ଟେକ୍ନୋଲୋଜୀର ଡୁଆଲ୍ କନ୍କେ୍ଟେଡ୍ ମୋଡ୍ ନେଟ୍ୱର୍କର ବ୍ୟବହାର ମାଧ୍ୟମରେ ଭବିଷ୍ୟତ ବ୍ୟବସାୟ ସୁଯୋଗ ପ୍ରଦର୍ଶନ କରିଛନ୍ତି । ଆଗାମୀ ଦିନରେ ଏହି ନୂଆ ଅତ୍ୟାଧୁନିକ ଜ୍ଞାନ କୌଶଳ କିଭଳି ଭାବେ ଉପଭୋକ୍ତା, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ସମାଜକୁ ଲାଭ ପହଞ୍ଚାଇବ ତାହା ଏଠାରେ ଦେଖିବାକୁ ମିଳୁଛି ।

ଏହି ଅବସରରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍‌ର ସଭାପତି ମାଥ୍ୟୁ ଓମେନ୍ କହିଛନ୍ତି, ଭାରତରେ ମୋବାଇଲ୍ ଇଣ୍ଟରନେଟ୍ ବ୍ୟବହାର କ୍ଷେତ୍ରରେ ଜିଓ ଆଣିଥିବା ବୈପ୍ଳବିକ ପରିବର୍ତ୍ତନ ଭାରତୀୟମାନଙ୍କ ଜୀବନଶୈଳୀ ବଦଳାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରଛି । ସାମ୍‌ସଙ୍ଗ୍ ଭଳି କମ୍ପାନୀ ସହ ସହଭାଗିତା ମାଧ୍ୟମରେ ଆମେ ଭାରତକୁ ଏଣ୍ଡ୍-ଟୁ-ଏଣ୍ଡ୍ ଫାଇବର୍, ୫ଜି ଏବଂ ଆଇଓଟି ଇକୋସିଷ୍ଟମ୍ ଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ଆଣିବା ସହ ସୁଦୃଢ଼ ଡିଜିଟାଲ ଭିତ୍ତିଭୂମି ପାଇଁ ମୂଳଦୁଆ ପକାଉଛୁ । ଏହି ଉନ୍ନତ ଡିଜିଟାଲ ପ୍ଲାଟଫର୍ମ ପ୍ରତ୍ୟେକ ଭାରତୀୟଙ୍କ ଆବଶ୍ୟକତାକୁ ପୂରଣ କରିବା ସହ ଭାରତ ପାଇଁ ଡିଜିଟାଲ ସ୍ୱାତନ୍ତ୍ରତା ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି ।

ସାମ୍‌ସଙ୍ଗ୍ ନେଟଓ୍ବର୍କ ଇଲେକ୍ଟ୍ରୋନିକ୍ସର କାର୍ଯ୍ୟନିର୍ବାହୀ ଉପସଭାପତି ଏବଂ ନେଟ୍‌ଓ୍ବର୍କସ ବିଜନେସ୍ ମୁଖ୍ୟ ପଲ୍କ୍ୟୁଙ୍ଗ୍ ହୁନ୍ଚିଉଁ କହିଛନ୍ତି, ଉକ୍ରୃଷ୍ଠ ଏଲ୍ଟିଇ ନେଟ୍‌ଓ୍ବର୍କ ଅପରେଟରମାନଙ୍କୁ ୫ଜି ଯୁଗକୁ ନେବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ଏବଂ ଜିଓ ସେହି କ୍ଷମତା ହାସଲ କରିପାରିଛି । ଭାରତରେ ଡିଜିଟାଲ କ୍ଷେତ୍ରରେ ଦୃଷ୍ଟାନ୍ତ ପରିବର୍ତ୍ତନ ଆଣିବାରେ ବିଗତ ୭ବର୍ଷ ଧରି ସାମ୍‌ସଙ୍ଗ୍ ଜିଓ ସହ ମିଳିତ ଭାବେ କାର୍ଯ୍ୟ କରୁଛି । ଆଗାମୀ ଭବିଷ୍ୟତରେ ଉଭୟ କମ୍ପାନୀ ଭାରତକୁ ୫ଜି ଟେକ୍ନୋଲୋଜି ଆଣିବା ସହ ଡିଜିଟାଲ ଇଣ୍ଡିଆକୁ ଆଉ ପାଦେ ଆଗକୁ ନେବାକୁ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ।

ଡିଜିଟାଲ ଇଣ୍ଡିଆ ପାଇଁ ୫ଜି ବ୍ୟବହାର :

୫ଜିର ବ୍ୟବହାର କରି କିଭଳି ଭାରତର ଡିଜିଟାଲ ଯାତ୍ରାକୁ ଏକ ନୂଆ ସ୍ତରରେ ପହଞ୍ଚାଇ ହେବ ତାହା ସାମ୍‌ସଙ୍ଗ୍ ଏବଂ ଜିଓ ମିଳିତ ଭାବେ ପ୍ରଦର୍ଶିତ କରୁଛନ୍ତି । ସାମ୍‌ସଙ୍ଗ ନେଟ୍‌ଓ୍ବର୍କସର ୫ଜି ଉତ୍ପାଦ ତଥା ୫ଜି ମ୍ୟାସିଭ୍ ଏମ୍ଆଇଏମ୍ଓ ୟୁନିଟ(ଏମ୍ଏମ୍ୟୁ) ପାଇଁ ୩.୫ ଗିଗାହର୍ଜ ସଲ୍ୟୁସନ୍, ୨୮ ଗିଗାହର୍ଜ ଆକ୍ସେସ୍ ୟୁନିଟ (ଏୟୁ) ଏବଂ ସିପିଇ ଡିଭାଇସ୍, ଭର୍ଚୁଆଲାଇଜ୍ଡ ରେଡିଓ ଆକ୍ସେସ୍ (ଭିଆର୍ଏଏନ୍) ଏବଂ କୋର୍, ୫ଜି ମୋବାଇଲ୍ ଡିଭାଇସ୍ ଆଦିରେ ୫ଜିର ପରୀକ୍ଷାମୂଳକ ପ୍ରୟୋଗ କରାଯିବ ।

୫ଜି ଡେମନଷ୍ଟେ୍ରସନ :

ଭର୍ଚୁଆଲ କ୍ଲାସ୍‌ରୁମ୍‌ରେ ବସି ଜଣେ ମୁମ୍ବାଇ ସ୍ଥିତ ଜିଓର ରିଲାଏନ୍ସ କର୍ପୋରେଟ୍ ପାର୍କରୁ ନିଆଯାଇଥିବା ଭର୍ଚୁଆଲ ଲେକ୍ଚରକୁ ୩୬୦ ଡିଗ୍ରୀରେ ଦେଖିପାରିବ ।

୫ଜିର ମ୍ୟାସିଭ୍ ଫୁଲ୍ ହାଇ ଡେଫିନେଶନ(ଏଚ୍‌ଡି) କଣ୍ଟେଟ୍ ଷ୍ଟ୍ରିମିଂରେ ଏକା ସଙ୍ଗେ ଏକରୁ ଅଧିକ ସ୍ମାର୍ଟଫୋନ୍‌ର ଏଫଏଚ୍‌ଡି ଭିଡ଼ିଓ ଏବଂ ଏକାଧିକ ୫ଜି ଟାବ୍ଲେଟ୍‌ର ୪କେ ଭିଡିଓ ଦେଖିହେବ ।

ପବ୍ଲିକ୍ ସେଫ୍ଟି କମ୍ୟୁନିକେସନରେ ୪ଜି :

ଉଭୟ କମ୍ପାନୀ ଆଇଏମ୍ସି ୨୦୧୯ରେ ମିସନ୍ କ୍ରିଟିକାଲ-ପୁସ୍-ଟୁ-ଏକ୍ସ(ଏମ୍‌ସିପିଟିଏକ୍ସ) କମ୍ୟୁନିକେଶନ ବ୍ୟବହାର କରି ‘ପବ୍ଲିକ୍ ସେଫ୍ଟି ନେଟ୍ୱାର୍କ ଓଭର୍ ଏଲ୍ଟିଇ’ ପ୍ରଦର୍ଶନ କରିଛନ୍ତି । ଭଏସ କମ୍ୟୁନିକେଶନ ବ୍ୟତୀତ ଏଲ୍‌ଟିଇ ବ୍ୟବହାର କରି କିଭଳି ଆପତ୍ତକାଳୀନ ସମୟରେ ଭିଡିଓରରିଅଲ୍-ଟାଇମ୍ ଷ୍ଟ୍ରିମିଂ ଏବଂ ହାଇ-ଡେଫିନେଶନ ଫଟୋ ଉଠାଇ ହେବ ତାହା ପ୍ରଦର୍ଶନ କରାଯାଇଛି । ମଲ୍ଟିକାଷ୍ଟ ଟେକ୍ନୋଲୋଜି ମାଧ୍ୟମରେ ଜରୁରୀ ସ୍ଥଳେ କିଭଳି ଏକାସଙ୍ଗେ ଭଏସ୍, ଭିଡ଼ିଓ ଏବଂ ଛବି ପଠାଇ ହେବ ତାହା ଦେଖିବାକୁ ମିଳିଛି ।

ଜିଓ ଭାରତ ବର୍ଷରେ ସର୍ବବୃହତ୍ ଏବଂ ଅତ୍ୟାଧୁନିକ ଏଲ୍‌ଟିଇ ନେଟ୍‌ଓ୍ବର୍କ ପ୍ରତିଷ୍ଠା କରିପାରି ଥିବାବେଳେ ଏମ୍‌ସିପିଟିଏକ୍ସ ଟେକ୍ନୋଲୋଜି ଏଲଟିଇ ନେଟୱର୍କର ଆଉ ପାଦେ ଆଗକୁ ନେଇ ଦେଶର ୧.୩ ବିଲିୟନ୍ ଲୋକଙ୍କ ଜୀବନକୁ ଆବଶ୍ୟକ ସ୍ଥଳେ ସୁରକ୍ଷିତ ରଖିବାରେ ପ୍ରମୁଖ ଭୂମିକା ନେବ ।

ସାମସଙ୍ଗ ପ୍ରଥମ କମ୍ପାନୀ ଭାବେ କୋରିଆ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ବ୍ୟବସାୟିକ ଭାବେ ୫ଜି ନେଟୱର୍କ ସେବା ଆରମ୍ଭ କରିଥିଲା ।

   Related Posts