ଜିଓର ଧମାକା ଅଫର : ୫୯୪ ରିଚାର୍ଜ କରି ୬ ମାସ ପର୍ଯ୍ୟନ୍ତ ରୁହନ୍ତୁ ଅଚିନ୍ତା

Published By : Prameya-News7 Bureau | January 24, 2019 IST

ଦିଲ୍ଲୀ ୨୪/୧ : ଜିଓ ନିଜ ଗ୍ରାହକଙ୍କ ପାଇଁ ପୁଣି ଆଣିଛି ଏକ ଖୁସି ଖବର | ଜିଓ ଲଞ୍ଚ କରିଛି ଲମ୍ବା ଅବଧି ଵାଲା ତାରିଫ ପ୍ଲାନ | ଜିଓର ମନସୂନ ହଂଗାମା ଅଫର ହିସାବରେ ୬ ମାସ ଏବଂ ୩ ମାସର ଅଲଗା ଅଲଗା ପ୍ଲାନ ଲଂଚ କରିଛି | ଏହି ଅଫରରେ ୬ ମାସ ପ୍ଲାନ ପାଇଁ ଗ୍ରାହକଙ୍କୁ ୫୯୪ ଟଙ୍କା ରିଚାର୍ଜ କରିବାକୁ ପଡିବ | ୩ ମାସ ପ୍ଲାନ ପାଇଁ ୨୯୭ ଟଙ୍କା ରିଚାର୍ଜ କରିବାକୁ ପଡିବ |

{"id":77492}


ଜିଓ ଗ୍ରାହକଙ୍କ ପାଇଁ ଲଞ୍ଚ ହୋଇଥିବା ୫୯୪ ପ୍ଲାନର ଅବଧି ୧୬୮ ଦିନ ରହିବ | ଏହି ପ୍ଲାନରେ ଗ୍ରାହକଙ୍କୁ ମିଳିବ ଅନଲିମିଟେଡ଼ ଡାଟା | ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୫୧୨ ଏମବି ୪ଜି ଡାଟା ମିଳିବ | ପ୍ଲାନ ଅନୁସାରେ ଡାଟା ଲିମିଟ ଶେଷ ହେଲାପରେ ମଧ୍ୟ ଫୋନରେ ଇଣ୍ଟରନେଟ ଚାଲିବ | ଇଣ୍ଟରନେଟ ଚାଲିବ କିନ୍ତୁ ଇଣ୍ଟରନେଟ ସ୍ପିଡ଼ କମିଯାଇ ୬୪ କେବିପିଏସ ହୋଇଯିବ |

{"id":77493}


୨୯୭ ପ୍ଲାନର ଅବଧି ୮୪ ଦିନ ରହିବ | ଉଭୟ ପ୍ଲାନରେ ଗ୍ରାହକଙ୍କୁ ଭଏସ କଲିଙ୍ଗ, ଫ୍ରି ଏସଟିଡି, ମାସକୁ ୩୦୦ ଏସଏମଏସ/ ଦିନକୁ ୧୦୦ ଏସଏମଏସ ଫ୍ରି ରହିବ | ଜିଓର ସମସ୍ତ ଆପ୍ଲିକେସନ ମଧ୍ୟ ଏହି ପ୍ଲାନରେ ଉପଲବ୍ଧ ରହିବ | ଏବେ ଫେସବୁକ, ୟୁଟ୍ୟୁବ, ହ୍ୱାଟ୍ସ ଆପ ଭଳି ସମସ୍ତ ଆପ ଜିଓକୁ ସପୋର୍ଟ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.