JIOର ଦମଦାର ଅଫର: ୨୧ ଟଙ୍କା ରିଚାର୍ଜରେ ପାଆନ୍ତୁ ଦୁଇ ଗୁଣ 4G ଡାଟା, ଉଠାନ୍ତୁ କଲିଂର ଫାଇଦା
29/03/2020 at 6:31 PM

ମୁମ୍ବାଇ ୨୯।୦୩: କରୋନା ଭାଇରସ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ସଂପ୍ରତି ଦେଶ ୨୧ ଦିନିଆ ଲକ୍ଡାଉନ୍ରେ ଅଛି। ଲୋକେ ମଧ୍ୟ ଏହି ମହାମାରୀରୁ ବଞ୍ଚିବା ପାଇଁ ଲକ୍ଡାଉନ୍ର ନିୟମ ମାନି ଘରେ ରହୁଛନ୍ତି। ଫଳରେ ଘରେ ବସି ରହିଥିବା ଲୋକଙ୍କ ମୋବାଇଲ୍ ଡାଟା ବ୍ୟବହାର ବଢି ଯାଇଛି। ଏହାକୁ ଦୃଷ୍ଟିରେ ରଖି ରିଲାୟନ୍ସ ଜିଓ ନିକଟରେ ୪ଜି ଡାଟା ଭାଉଚର୍ସରେ ପରିବର୍ତ୍ତନ କରିଛି। କମ୍ପାନୀ ଏହି ଶସ୍ତା ଡାଟା ଭାଉଚରରେ ମିଳୁଥିବା ଫାଇଦାକୁ ଦୁଇ ଗୁଣ କରି ଦେଇଛି।
ଜିଓର ୪ଟି ଡାଟା ଭାଉଚର ବହୁତ କମ ମୂଲ୍ୟରେ ଉପଲବ୍ଧ ରହିଛି। ଏଥିରେ ୧୧ ଟଙ୍କା, ୨୧ ଟଙ୍କା,. ୫୧ ଟଙ୍କା ଓ ୧୦୧ ଟଙ୍କାର ପ୍ଲାନ ମହଜୁଦ ରହିଛି।
ସର୍ବପ୍ରଥମେ ନଜର ପକାଇବା ୨୧ ଟଙ୍କିଆ ପ୍ଲାନ ଉପରେ। ଏହି ପ୍ଲାନରେ ପୂର୍ବେ ଗୋଟିଏ ଜିବି ଡାଟା ଦିଆଯାଉଥିଲା, ଏବେ ଗ୍ରାହକଙ୍କୁ ୨ ଜିବି ଡାଟା ମିଳିବ। କେବଳ ଏତିକି ନୁହଁ କଲିଂ ପାଇଁ ୫୦୦ ମିନିଟ୍ ମଧ୍ୟ ଦିଆଯିବ। ଏହା ଜିଓଟୁ ନନ ଜିଓ ଅର୍ଥାତ ଜିଓରୁ ଅନ୍ୟ ନେଟ୍ଓ୍ଵର୍କ ପାଇଁ ମଧ୍ୟ ଉପଲବ୍ଧ।

୧୯୯ ଟଙ୍କିଆ ପ୍ଲାନରେ ମଧ୍ୟ ଅନେକ ସୁବିଧା
୧୯୯ ଟଙ୍କିଆ ପ୍ଲାନରେ ୨୮ ଦିନର ବୈଧତା ରହିଛି। ଇଣ୍ଟରନେଟ୍ ଡାଟା ଭାବେ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ମିଳୁଛି। ଏହା ବ୍ୟତୀତ ଗ୍ରାହକଙ୍କୁ ଦୈନିକ ୧୦୦ ଏସଏମଏସ ସୁବିଧା ଦିଆଯାଉଛି।
କଲିଂ ପାଇଁ ଏହି ପ୍ଲାନରେ ଗ୍ରାହକଙ୍କୁ ଜିଓଟୁ ଜିଓ ଅସୀମିତ କଲ୍ ସୁବିଧା ମିଳୁଛି। ବାକି ନେଟ୍ଓ୍ଵର୍କ ପାଇଁ ୧୦୦୦ ମିନିଟ୍ ଦିଆଯାଉଛି। ଏହା ବ୍ୟତୀତ ଏହି ପ୍ଲାନରେ ଜିଓ ଆପ୍ସର ମାଗଣା ସବସ୍କ୍ରିପସନ ମିଳୁଛି। ଆପ୍ରେ ଜିଓ ସାବନ, ଜିଓ ସିନେମା ପରି ଆମ୍ ରହିଛି।